Videos
|
National

Luxury Bus / ଭିତର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେବେ; ରାସ୍ତାରେ ଚାଲୁଥିବା ପ୍ଲେନ୍, ଟିକେଟ୍ ଦାମ କେତେ ?

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·3 min read
ଭିତର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେବେ; ରାସ୍ତାରେ ଚାଲୁଥିବା ପ୍ଲେନ୍, ଟିକେଟ୍ ଦାମ କେତେ ?
Luxury Bus

Key Points

ସାମ୍ନାକୁ ଆସିଲା ପ୍ରିମିୟମ ବିଜନେସ୍ କ୍ଲାସ୍ ବସ୍
ବିମାନ ପରି ଡ୍ରିଙ୍କସ୍ ସର୍ଭ କରୁଛନ୍ତି ହୋଷ୍ଟେସ୍
ଭିତରର ସୁନ୍ଦର ସାଜସଜ୍ଜାର ଭିଡିଓ ଦେଖନ୍ତୁ
ଥିରୁଅନନ୍ତପୁରମ: କିଛି ଲୋକଙ୍କୁ ବସ୍‌ରେ ଯାତ୍ରା ଆଦୌ ପସନ୍ଦ ନୁହେଁ । ବସ୍‌ର ଛୋଟ ସିଟ୍ ଆଦୌ ଆରାମଦାୟକ ହୋଇନଥାଏ । କିଛି ବସ୍‌ରେ ଗନ୍ଧ ହୁଏ, ଆଉ କେଉଁଠି ପରିଷ୍କାରର ସମସ୍ୟା ଥାଏ । କିନ୍ତୁ ଏବେ ସୋସିଆଲ ମିଡିଆରେ ଏପରି ଏକ ବସ୍‌ର ଭିଡିଓ ଘୂରୁବୁଲୁଛି, ଯାହାକି ପାରମ୍ପରିକ ବସ୍‌ ଯାତ୍ରାର ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ଏହି ପ୍ରିମିୟମ ବସ୍‌ରେ ଯାତ୍ରା କରିବା ପରେ ଯାତ୍ରୀଙ୍କୁ ମିଳୁଛି ଅତ୍ୟାଧୁନିକ ସେବା । ଏଥିରେ ବିମାନ ପରି ହୋଷ୍ଟେସମାନେ ସ୍ନାକ୍ସ ଓ ଡ୍ରିଙ୍କସ୍ ମଧ୍ୟ ସର୍ଭ୍ କରୁଛନ୍ତି ।

ଏହି ବିଜନେସ୍ କ୍ଲାସ୍‌ ବସ୍‌ର ସେବା ନେଇ ସବୁଠି ଚର୍ଚ୍ଚା ହେଉଛି । ଏଠି ଯାତ୍ରୀଙ୍କୁ ମିଳୁଛି ବିମାନ ପରି ସୁବିଧା । ଏହି ବସ୍‌ର ଭିତରର ଦୃଶ୍ୟ ମଧ୍ୟ ବେଶ ପ୍ରିମିୟମ ରହିଛି, ଯାହାକି ଦେଖଣାହାରୀଙ୍କ ନଜରକୁ ଆକୃଷ୍ଟ କରୁଛି । ଏହି ବସ୍‌ରେ ଯାତ୍ରୀଙ୍କ ପାଇଁ ଆରାମଦାୟକ ସିଟ୍‌ରୁ ଆରମ୍ଭ କରି ୱାଇ-ଫାଇ, ଅନବୋର୍ଡ ହୋଷ୍ଟେସ ପରି ସୁବିଧା ରହିଛି । ଏହାର ସିଟ୍‌ ମଧ୍ୟ ବେଶ ଆଧୁନିକ ରହିଛି, ଯାହାକି ସମ୍ପୂର୍ଣ୍ଣ ଭାବେ ପ୍ଲେନ୍‌ର ଭ୍ରମ ସୃଷ୍ଟି କରୁଛି ।

  • କେଉଁଠି ରହିଛି ଏପରି ବସ୍‌ ?
ତେବେ କେରଳ ରାଜ୍ୟ ସଡ଼କ ପରିବହନ ନିଗମ (KSRTC) ପକ୍ଷରୁ ଏହି ପ୍ରିମିୟମ ବସ୍ ସେବାର ଶୁଭାରମ୍ଭ କରାଯାଇଛି । ଇନଷ୍ଟାଗ୍ରାମରେ ଜଣେ ୟୁଜର ବସ୍‌ ଭିତରର ଭିଡିଓ ସେୟାର କରିଛନ୍ତି, ଯେଉଁଠି ଅତ୍ୟାଧୁନିକ ସୁବିଧାର ଝଲକ ଦେଖିବାକୁ ମିଳିଛି । ବସ୍‌ରେ ଯାତ୍ରୀଙ୍କ ଲାଗି ୩୬ଟି ପ୍ରିମିୟମ ରିକ୍ଲାଇନିଙ୍ଗ ସିଟ୍ ରହିଛି । ପ୍ରତିଟି ସିଟ୍‌ରେ ଅଲଗା ଅଲଗା ମନୋରଞ୍ଜନ ଶୋ' ଲାଗି ସ୍କ୍ରିନ ଅଛି । ଏହାଦ୍ଵାରା ଯାତ୍ରୀମାନେ ଯାତ୍ରା କରିବା ସମୟରେ ମନୋରଞ୍ଜନର ମଧ୍ୟ ଲାଭ ଉଠାଇପାରିବେ । ଏହାବ୍ୟତୀତ USB ଚାର୍ଜିଂ ପୋର୍ଟ ଓ ମାଗଣା ୱାଇ-ଫାଇ ସୁବିଧା ରହିଛି ।

  • ବସ୍‌ରେ ହୋଷ୍ଟେସ୍ ପ୍ରଦାନ କରୁଛନ୍ତି ସେବା
ଯେଉଁମାନେ ବିମାନରେ ଯାତ୍ରା କରିଥିବେ ସେମାନେ ନିଶ୍ଚିତ ପ୍ରତ୍ୟକ୍ଷ ଭାବେ ଏୟାର ହୋଷ୍ଟେସ୍ ଯାତ୍ରୀମାନଙ୍କୁ ଖାଦ୍ୟ ପାନୀୟ ପରଷୁଥିବା ଦେଖିଥିବେ । ତେବେ ଏହି ପ୍ରିମିୟମ ବସ୍‌ରେ ମଧ୍ୟ ହୋଷ୍ଟେସମାନେ ଯାତ୍ରୀଙ୍କୁ ସମାନ ଢଙ୍ଗରେ ଖାଦ୍ୟପାନୀୟ ପଦାର୍ଥ ପରଷୁଛନ୍ତି । ବସ୍‌ରେ ଏକ ପ୍ଯାନଟ୍ରି ସିଷ୍ଟମ ମଧ୍ୟ ଦିଆଯାଇଛି ଯେଉଁଥିରେ ମିନି ଫ୍ରିଜ୍ ଓ କଫି ମେକର ଲଗାଯାଇଛି । ଖାଲି ସେତିକି ନୁହେଁ, ଯାତ୍ରୀମାନଙ୍କ ସୁବିଧା ଲାଗି ଅତ୍ୟାଧୁନିକ ଟଏଲେଟ୍ ସୁବିଧା ରହିଛି ।

ପଢନ୍ତୁ ଏହି ଖବର: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର, ଏହି ବିମାନରେ ମିଳିବ ୧୦% ରିହାତି

  • କେଉଁଠି ଚାଲୁଛି ଏହି ବସ୍ ?
କେରଳର ଏହି ବିଜନେସ୍ କ୍ଲାସ୍ ବସ୍‌ ଥିରୁଅନନ୍ତପୁରମରୁ ଏର୍ଣ୍ଣାକୁଲମ (କୋଚି) ମଧ୍ୟରେ ଯାତାୟାତ କରୁଛି । ଏହି ରୁଟ୍‌ର ଦୂରତା ପ୍ରାୟ ୨୦୦ରୁ ୨୨୭ କିଲୋମିଟର । ଏହି ବସ୍‌ ସକାଳ ୫.୩୦ଟାରୁ ଯାତ୍ରା ଆରମ୍ଭ କରୁଥିବାବେଳେ ୯.୩୦ଟାରେ ଏର୍ଣ୍ଣାକୁଲମରେ ପହଞ୍ଚୁଛି । ସେହିପରି ଏର୍ଣ୍ଣାକୁଲମରୁ ସନ୍ଧ୍ୟା ୫.୩୦ଟାରୁ ଆରମ୍ଭ ହୋଇ ରାତି ୯.୩୦ଟାରେ ପହଞ୍ଚୁଛି । ଏହି ପ୍ରିମିୟମ ବସ୍‌ର ଟିକେଟ୍ ଦାମ ୬୭୧ ଟଙ୍କା ରଖାଯାଇଛି । ଆଗ୍ରହୀ ଯାତ୍ରୀ KSRTC Swiftର ବୁକିଂ ସୁବିଧାରେ ରିଜର୍ଭ କରିପାରିବେ । ଏହାବ୍ୟତୀତ ହ୍ଵାଟ୍ସଆପ୍‌ରେ ମଧ୍ୟ ବୁକିଂ ସୁବିଧା ରହିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: