3 Day Menstrual Leave / ସରକାରଙ୍କ ବଡ଼ ଯୋଜନା; ସ୍କୁଲ୍ରେ ଛାତ୍ରୀଙ୍କୁ ମିଳିବ ୩ ଦିନିଆ ଋତୁସ୍ରାବ ଛୁଟି
·4 hours ago·2 min read

Key Points
ଦେଶରେ ମହିଳାଙ୍କ ମାସିକ ଋତୁସ୍ରାବ ପାଇଁ ଗୋଟିଏ ଦିନ ଛୁଟି ଆପଣାଯାଇଛି । ଆଗକୁ ସରକାର ଏହି ଋତୁସ୍ରାବ ବା ପିରିୟଡ୍ସ ଛୁଟି ୩ ଦିନ କରିବାକୁ ଯୋଜନା କରୁଛନ୍ତି ।
ନୂଆଦିଲ୍ଲୀ: ଯୁବତୀ ବା ମହିଳାଙ୍କ ଲାଗି ମାସିକ ଋତୁସ୍ରାବ ଅନେକ ଯନ୍ତ୍ରଣା ନେଇ ଆସିଥାଏ । ଯାହା ସେମାନଙ୍କୁ ଅସହଜ କରିଥାଏ । ଆଉ ସ୍କୁଲ୍, କଲେଜ ଛାତ୍ରୀ ଏହି ସ୍ଥିତିରେ ଆହୁରି ଅଧିକ ବିଚଳିତ ଥାଆନ୍ତି । ଯେଉଁଥିପାଇଁ ଦେଶରେ ମହିଳାଙ୍କ ମାସିକ ଋତୁସ୍ରାବ ପାଇଁ ଗୋଟିଏ ଦିନ ଛୁଟି ଆପଣାଯାଇଛି । ଆଗକୁ ସରକାର ଏହି ଋତୁସ୍ରାବ ବା ପିରିୟଡ୍ସ ଛୁଟି ୩ ଦିନ କରିବାକୁ ଯୋଜନା କରୁଛନ୍ତି ।
କେରଳର UDF ସରକାର ମହିଳା ଓ ଯୁବତୀଙ୍କ ଲାଗି ଏକାଧିକ ଯୋଜନା କରୁଛି । ଯେଉଁଥିରେ ସ୍କୁଲ୍ ଛାତ୍ରୀଙ୍କୁ ପ୍ରତି ମାସରେ ୩ ଦିନ ଋତୁସ୍ରାବ ଛୁଟି ଦେବାକୁ ପ୍ରସ୍ତାବ ମଧ୍ୟ ରହିଛି । ଏଥିସହ ୫୦ରୁ ଅଧିକ କର୍ମଚାରୀ ଥିବା ସମସ୍ତ ସ୍ଥାନରେ ସୁରକ୍ଷିତ ଓ ଉଚ୍ଚ ଗୁଣବତ୍ତା ଯୁକ୍ତ ଡେ-କେୟାର୍ ସେଣ୍ଟର ସ୍ଥାପନ ପାଇଁ ଯୋଜନା କରୁଛନ୍ତି ସରକାର ।
ଏଥିସହ ପଢ଼ନ୍ତୁ: ମାସିକ ଋତୁସ୍ରାବ ସମୟରେ କେଉଁ ବ୍ୟାୟାମ କରିବା ଉଚିତ ?
ଶୁକ୍ରବାର ରାଜ୍ୟ ବିଧାନସଭାରେ ରାଜ୍ୟପାଳ ବିଶ୍ଵନାଥ ଆର୍ଲେକର ଅଭିଭାଷଣ ରଖିଛନ୍ତି । ଅଭିଭାଷଣରେ କେରଳ ରାଜ୍ୟପାଳ କହିଛନ୍ତି, "ବାଳିକାମାନଙ୍କ ପ୍ରତି ଆମର ପ୍ରତିବଦ୍ଧତା 'ପ୍ରୋଜେକ୍ଟ ମେନଷ୍ଟ୍ରୁଆଲ୍ ଡିଗନିଟି' ଦେଖାଉଛି । ଯଉଁଥିରେ ଆମେ ଶିକ୍ଷାନୁଷ୍ଠାନରେ ଏବଂ ସାର୍ବଜନୀନ ସ୍ଥାନରେ ଯୁବତୀ ଓ ମହିଳାଙ୍କ ପାଇଁ ଅଧିକ ଅନୁକୂଳ ପରିବେଶ ସୃଷ୍ଟି କରିବୁ ।"
ରାଜ୍ୟର ସ୍କୁଲ୍ ଛାତ୍ରୀମାନଙ୍କୁ ପ୍ରତିମାସରେ ଋତୁସ୍ରାବ ପାଇଁ ସର୍ବାଧିକ ୩ ଦିନ ଛୁଟି ଦେବା ପାଇଁ ସରକାର ଯୋଜନା କରୁଛନ୍ତି । ଏଥିସହ ସପ୍ତାହନ୍ତରେ ଅତିରିକ୍ତ ପାଠପଢ଼ା ବ୍ୟବସ୍ଥା କରାଯିବ । ଯେଭଳି ଛାତ୍ରୀମାନେ ପଛରେ ନ ରହିବେ ବୋଲି କହିଛନ୍ତି ରାଜ୍ୟପାଳ ।
ଏଥିସହ ପଢ଼ନ୍ତୁ: ମାସିକ ଋତୁସ୍ରାବ ଛୁଟିକୁ ନେଇ କ'ଣ କହିଲେ ସୁପ୍ରିମକୋର୍ଟ
ଡେ କେୟାର୍ ସେଣ୍ଟର
ରାଜ୍ୟପାଳ କହିଛନ୍ତି, ମାତୃତ୍ଵ ଲାଭ ଅଧିନିୟମ-୧୯୬୧ ଅନୁସାରେ ଛୁଆଙ୍କ ଦେଖାଶୁଣା ପାଇଁ ଚାଇଲ୍ଡ କେୟାର୍ ନିୟମ ଲାଗୁ ହେବ । ସରକାରୀ କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନ, ଆଇଟି କମ୍ପାନୀ ଏବଂ ଯେଉଁଠି ୫୦ରୁ ଅଧିକ କର୍ମଚାରୀ ଥିବେ । ଉକ୍ତ ସଂସ୍ଥାରେ ଡେ କେୟାର୍ ସେଣ୍ଟର୍ ପରିଚାଳନା ସୁନିଶ୍ଚିତ କରାଯିବ ।
ନିରାଶ୍ରୟ ଏବଂ ଅନାଥ ମୁକ୍ତ କେରଳ ଯୋଜନାରେ ସରକାର ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ପ୍ରୋତ୍ସାହନ ଦେବେ । ଏଥିପାଇଁ ଅଭିଯାନ ଆରମ୍ଭ ହେବ । ବାପାମାଆ ନଥିବା ଛୁଆଙ୍କ ତାଲିକା କରାଯିବ । ଏହାର ଉଦ୍ଦେଶ୍ୟ କେରଳକୁ ଭାରତର ପ୍ରଥମ ଅନାଥ ମୁକ୍ତ ରାଜ୍ୟ କରିବା । କାର୍ଯ୍ୟସ୍ଥଳରେ ମହିଳାଙ୍କୁ ସମାନ ଦରମା ନେଇ ପଦକ୍ଷେପ ନିଆଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories