Videos
|
National

Khalistani Email Threats UP / ମଥୁରା, ଅଯୋଧ୍ୟା, ବାରଣାସୀରେ ମନ୍ଦିର ଉଡ଼ାଇ ଦେବାକୁ ମିଳିଲା ଧମକ; ସ୍କୁଲ ଉପରେ ରହିଛି ନଜର

Subhramjit Ray
Browse all articles by Subhramjit Ray
·14 mins ago·2 min read
ମଥୁରା, ଅଯୋଧ୍ୟା, ବାରଣାସୀରେ ମନ୍ଦିର ଉଡ଼ାଇ ଦେବାକୁ ମିଳିଲା ଧମକ; ସ୍କୁଲ ଉପରେ ରହିଛି ନଜର
Khalistani Email Threats UP

Key Points

ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ରେଳ ଷ୍ଟେସନ, ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିର ଏବଂ ଅଯୋଧ୍ୟା ଏବଂ କାଶୀର ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯାଇଛି।
ଦୀପାବଳି ଅବସରରେ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଉଡ଼ାଇ ଦେବାକୁ ମିଳିଛି ଧମକ। ଉତ୍ତର ପ୍ରଦେଶର ପ୍ରମୁଖ ଧାର୍ମିକ ସହର ମଥୁରା, ଅଯୋଧ୍ୟା ଏବଂ ବାରଣାସୀ ଠାରେ ଅବସ୍ଥିତ ରହିଥିବା ବିଭିନ୍ନ ମନ୍ଦିରକୁ ମିଳିଛି ଏଭଳି ଧମକ। ଯାହା ପରେ ସୁରକ୍ଷା ଏଜେନ୍ସି ସତର୍କ ହୋଇ ଉଠିଛନ୍ତି। ଧମକପୂର୍ଣ୍ଣ ଇମେଲ୍ ରେ ଚେତାବନୀ ଦିଆଯାଇଛି ଚଳିତ ମାସ ୮ ତାରିଖରୁ ୨୭ ତାରିଖ ମଧ୍ୟରେ ଏଠାରେ ବୋମା ବିସ୍ଫୋରଣ କରିବା ସମ୍ପର୍କରେ ଉଲ୍ଲେଖ ରହିଛି। ଦୀପାବଳିରେ ସକାଳ ୦୯:୧୧ ସମୟରୁ ୧୧:୧୧ ସମୟ ମଧ୍ୟରେ ମନ୍ଦିର ବୋମା ବିସ୍ଫୋରଣ କରିବା ନେଇ ଚେତାବନୀ ଦିଆଯାଇଛି। ଏପରିକି ବିଭିନ୍ନ ସ୍କୁଲ ଉଦ୍ଦେଶ୍ୟରେ ମଧ୍ୟ ଧମକପୂର୍ଣ୍ଣ ଇମେଲ ପଠାଯାଇଛି। ଏହା ବ୍ୟତୀତ, ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଝଙ୍କ କନସର୍ଟ୍ କାର୍ଯ୍ୟକ୍ରମରେ ବୋମା ବିସ୍ଫୋରଣ ଏବଂ ଆଇଡ଼ି (IED) ଆକ୍ରମଣ କରିବାର ଧମକ ଦିଆଯାଇଛି।

ଉତ୍ତର ପ୍ରଦେଶରେ ମନ୍ଦିରରେ ବୋମା ବିସ୍ଫୋରଣ କରିବାକୁ ଦିଆଗଲା ଧମକ
ଏହି ଧମକପୂର୍ଣ୍ଣ ଇମେଲ ଇଞ୍ଜିନିୟର ଗୁରନାଖ ସିଂହ, ରୌନକ ଶାହୱାଲା ଏବଂ ଡକ୍ଟର ଗୁରୁନିରୱାର ସିଂହ ଖାନରାଜାଦା ପଠାଇଥିବା ଦାବି କରାଯାଇଛି। ଯେଉଁମାନେ ସମସ୍ତେ ଖଲିସ୍ତାନ ନ୍ୟାସନାଲ ଆର୍ମି ଆତଙ୍କବାଦୀ ସଙ୍ଗଠନ ସହିତ ଜଡି଼ତ। ହେଲେ ତଥାପି ଇମେଲ୍ ରେ କରାଯାଇଥିବା ଦାବି ଏବଂ ଏହା ପଛରେ ଥିବା ଲୋକଙ୍କ ଭୂମିକାର ତଦନ୍ତ କରାଯାଉଛି।

ଏହା ସହ ପଢନ୍ତୁ: ଇମେଲ୍ ଆଇଡ଼ି ପାଇଁ ବନ୍ଧା ହେଲେ ଯୁବକ; ତିଆରି କରିବା ପରେ ପାକିସ୍ତାନ-ବାଂଲାଦେଶ ଲୋକଙ୍କୁ କରିଥିଲେ ବିକ୍ରି

ଇମେଲ୍ ପଠାଇଥିବା ଲୋକଙ୍କ ତଦନ୍ତ କରୁଛି ATS

ଉତ୍ତର ପ୍ରଦେଶ ପୋଲିସ ସାଇବର ସେଲ୍ (UP Police Cyber Cell) ଏବଂ ଆତଙ୍କବାଦ ନିରୋଧ ଶାଖା (UP ATS) ଧମକପୂର୍ଣ୍ଣ ଇମେଲ୍ ପଠା।ଯିବା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ଏଜେନ୍ସି ଇମେଲ୍ ର ଉତ୍ସ, ବୈଷୟିକ ପ୍ରମାଣ ଏବଂ ଏହାକୁ ପଠାଇଥିବା ଲୋକ (ପ୍ରେରକ) ଙ୍କ ପରିଚୟ ଯାଞ୍ଚ କରୁଛନ୍ତି। ମନ୍ଦିର, ସ୍କୁଲ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଉଛି। ତଦନ୍ତକାରୀ ଏଜେନ୍ସି ବର୍ତ୍ତମାନ ଏହା ତଦନ୍ତ କରୁଛନ୍ତି ଯେ ଏପରି ଧମକ କୌଣସି ଆତଙ୍କବାଦୀ ନେଟୱାର୍କ ହାତ ରହିଛି ନା କେବଳ ଆତଙ୍କ ପ୍ରସାର କରିବାର ଏହା ଏକ ପ୍ରୟାସ।

ମଥୁରା, ଅଯୋଧ୍ୟା ଏବଂ ବାରଣାସୀ ମନ୍ଦିରରେ ମଜବୁତ ହୋଇଛି ସୁରକ୍ଷା ବ୍ୟବସ୍ଥା
ଏହି ଧମକ ପରେ ମଥୁରା, ଅଯୋଧ୍ୟା ଏବଂ ବାରଣାସୀ ଠାରେ ଅବସ୍ଥିତ ରହିଥିବା ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ମଜବୁତ ରହିଛି। ଯେଉଁଥିରେ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ରେଳ ଷ୍ଟେସନ୍ ସହିତ ବୃନ୍ଦାବନ ସ୍ଥିତ ବାଙ୍କେ ବିହାରୀ ମନ୍ଦିର ମଧ୍ୟ ଅନ୍ତର୍ଭୂକ୍ତ ରହିଥି। ପୋଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ ଅଭିଯାନ ଚଳାଇଛି। ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସନ୍ଧାନୀ କୁକୁର ସ୍କ୍ବାଡ୍ ଯାଞ୍ଚ ମଧ୍ୟ ଜୋରଦାର କରାଯାଇଛି। ଏଭଳି ଧମକ ମିଳିବା ପରେ ସାଇବର ସେଲ୍ ମଧ୍ୟ ସମ୍ପୂର୍ଣ୍ଣ ସକ୍ରିୟ ହୋଇଉଠିଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: