Videos
|
Odisha

Vidyabharati Gets Court Setback / ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଅକ୍ଟୋବର ୧ ସୁଦ୍ଧା ହାଜର ପାଇଁ ବିଦ୍ୟାଭାରତୀ ପଣ୍ଡାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଅକ୍ଟୋବର ୧ ସୁଦ୍ଧା ହାଜର ପାଇଁ ବିଦ୍ୟାଭାରତୀ ପଣ୍ଡାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ACF Soumya Ranjan Death Case

Key Points

ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ମୋଡ଼
ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ
ନିଜେ କୋର୍ଟରେ ହାଜର ହେବାକୁ ବିଦ୍ୟାଭାରତୀଙ୍କୁ ନିର୍ଦ୍ଦେଶ
ହତ୍ୟା ଓ ହତ୍ୟା ପାଇଁ ଷଡ଼ଯନ୍ତ୍ର ମାମଲା ମଧ୍ୟ ଚାଲିବ
କଟକ: ବିଦ୍ୟାଭାରତୀଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଆବେଦନ ଖାରଜ କଲେ ହାଇକୋର୍ଟ । ଅକ୍ଟୋବର ୧ ସୁଦ୍ଧା ନିମ୍ନ ଅଦାଲତରେ ହାଜର ପାଇଁ ବିଦ୍ୟାଭାରତୀ ପଣ୍ଡାଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଗିରଫ ହୋଇପାରନ୍ତି ପତ୍ନୀ ବିଦ୍ୟାଭାରତୀ ପଣ୍ଡା । ନିମ୍ନ ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ଖାରଜ କରିବା ପାଇଁ ହାଇକୋର୍ଟ ଯାଇଥିଲେ ବିଦ୍ୟାଭାରତୀ । ବିଦ୍ୟାଭାରତୀ ଦାଖଲ କରିଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ ।

ଏଥିସହ ପଢ଼ନ୍ତୁ: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଜେଲ୍ ଗଲେ ପୂର୍ବତନ DFO ସଂଗ୍ରାମ ବେହେରା 

ଏହା ସହ କୋର୍ଟରେ ନିଜେ ହାଜର ନହୋଇ ଓକିଲଙ୍କ ଜରିଆରେ ହାଜର ହେବା ପାଇଁ କରିଥିବା ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ହାଇକୋର୍ଟ । ଆବେଦନକାରୀ ବିଦ୍ୟାଭାରତୀଙ୍କୁ ପାରଳାଖେମୁଣ୍ଡି ନିମ୍ନ ଅଦାଲତରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଦ୍ୟାଭାରତୀଙ୍କ ବିରୋଧରେ ଚାଲିବ ହତ୍ୟା ଓ ହତ୍ୟା ପାଇଁ ଷଡ଼ଯନ୍ତ୍ର ମାମଲା । ଏହି ମାମଲାରେ ୨୦୨୬ ଜୁଲାଇ ୨୭ରେ ପାରଳାଖେମୁଣ୍ଡିର ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରାଙ୍କୁ ଗିରଫ କରି ଜେଲ୍ ପଠା ଯାଇଛି ।

କ'ଣ କହିଲେ ହାଇକୋର୍ଟ ?

ବିଦ୍ୟାଭାରତୀଙ୍କ ବିରୋଧରେ ଲାଗିଥିବା ୩୦୨ ଦଫାରେ ତଦନ୍ତ ଜାରି ରହିବ । ଶୁଣାଣି ପ୍ରକ୍ରିୟା ମଧ୍ୟ ଚାଲିବ । ଓକିଲଙ୍କ ବଦଳରେ ବିଦ୍ୟାଭାରତୀ କୋର୍ଟରେ ନିଜେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।


ସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପଛରେ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ଓ ଡିଏଫଓ ସଂଗ୍ରାମ ବେହେରାଙ୍କ ଷଡ଼ଯନ୍ତ୍ର ଥିବା ଏବଂ ଏଥିରେ ରୋଷେୟା ମନ୍ମଥ କୁମ୍ଭ ସହଯୋଗ କରିଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ଗତବର୍ଷ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଲାଗିଥିଲା ଅଦାଲତ ଝଟକା । ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ କାଏମ ରଖିଥିଲେ ଓଡ଼ିଶା ହାଇକୋର୍ଟ

ସୌମ୍ୟରଞ୍ଜନଙ୍କ ସହ କ'ଣ ଘଟିଥିଲା ?

୨୦୨୧ ଜୁଲାଇ ୧୨ ତାରିଖରେ ଏସିଏଫ ସୌମ୍ୟରଞ୍ଜନଙ୍କ ଶରୀରର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା । ଦୁର୍ଘଟଣାବଶତଃ ସୌମ୍ୟରଞ୍ଜନଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା । କିନ୍ତୁ ଏହି ଅଘଟଣ ଘଟୁଥିବା ସମୟରେ ସେଠାରେ ଉପସ୍ଥିତ ଥିବା ପତ୍ନୀ ବିଦ୍ୟାଭାରତୀ ସୌମ୍ୟଙ୍କୁ ରକ୍ଷା କରିବା ପାଇଁ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଥିଲା ।

ଏଥିସହ ପଢ଼ନ୍ତୁ: କ୍ୟାନସର ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ଗାଁକୁ ଗଡ଼ିବ କ୍ୟାନସର କେୟାର୍ ଭ୍ୟାନ 

ଯାହାଫଳରେ ସୌମ୍ୟରଞ୍ଜନଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ହୋଇଯାଇଥିଲା ଏବଂ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସୌମ୍ୟ । ଏସିଏଫଙ୍କ ମୃତ୍ୟୁ ପରେ ତାଙ୍କ ବାପା ଡିଏଫଓ ସଂଗ୍ରାମ କେଶରୀ ବେହେରା, ବୋହୂ ବିଦ୍ୟାଭାରତୀ ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ ।