Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସିଲା EXIT POLL ; ଝାଡଖଣ୍ଡ ଓ ମହାରାଷ୍ଟ୍ରରେ କିଏ ମାରିବ ବାଜି ?...

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଆସିଲା EXIT POLL ; ଝାଡଖଣ୍ଡ ଓ ମହାରାଷ୍ଟ୍ରରେ କିଏ ମାରିବ ବାଜି ?...

ଆଜି ସରିଛି ଦୁଇଟି ରାଜ୍ୟର ମତଦାନ । ଝାଡଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଥିବା ବେଳେ ମହାରାଷ୍ଟ୍ରରେ ସରିଛି ପ୍ରଥମ ପର୍ଯ୍ୟାୟ ଭୋଟିଂ । ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟରେ ୪୩ ଆସନରେ ହୋଇଥିଲା ଭୋଟିଂ । ଦ୍ବିତୀୟ ପର୍ଯ୍ୟାୟରେ ୩୮ଟି ଆସନରେ ଭୋଟିଂ ଶେଷ ହୋଇଛି । ମତଦାନର ଅଧଘଣ୍ଟା ପରେ ଆସିଲା ଏକଜିଟ୍ ପୋଲ୍ ରେଜଲ୍ଟ  । ବିଜେପି ଏନ୍ଡିଏ ମେଣ୍ଟ ୫୧ ସିଟ୍ ରେ ଜିତ୍ ହାସଲ କରି ଝାଡଖଣ୍ଡରେ ସରକାର ଗଠନ କରିବ ବୋଲି ଦାବା କରିଛି ବିଜେପି । ଜେଏମ୍ଏମ୍-ଇଣ୍ଡିମେଣ୍ଟ ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ହେବା ସୂଚନା ରହିଛି । ଶେଷ ପର୍ଯ୍ୟାୟରେ ୫୨୮ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ଏକଜିଟ୍‌ ପୋଲ ମୁତାବକ ବିଜେପି ୪୨ରୁ ୪୭ ଭୋଟ୍‌ ପାଇଥିବା ବେଳେ ଜେଏମଏମ୍ ୨୫ରୁ ୩୦ ଭୋଟ୍‌ ହାତେଇଥିବା ସୂଚନା ରହିଛି ।ନଭେମ୍ବର ୧୩ ରେ ୪୩ ଟି ଆସନରେ ଝାଡଖଣ୍ଡର ପ୍ରଥମ ପର୍ଯ୍ୟାୟ ଭୋଟିଂ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୨୩ରେ  ଭୋଟ ଗଣତି  ହେବ । 2019 ବିଧାନସଭା ନିର୍ବାଚନରେ ‘ଜେଏମଏମ’ 30 ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ-ଜେଏମଏମ ଓ ଆରଜେଡି 47 ଆସନ ସହ ରାଜ୍ୟରେ ମେଣ୍ଟରେ ସରକାର ଗଠନ କରିଥିଲେ । 

ଅଧିକ ପଢନ୍ତୁ : ଲମ୍ବା ଧାଡିରେ ଠିଆ ହୋଇ ଭୋଟ ଦେଉଛନ୍ତି ସେଲିବ୍ରିଟି

ସେହିପରି ମହାରାଷ୍ଟ୍ରରେ ସରିଛି ପ୍ରଥମ ପର୍ଯ୍ୟାୟ ଭୋଟିଂ । ୨୮୮ ଆସନରେ ଚାଲିଛି ମତଦାନ । ମହାରାଷ୍ଟ୍ରରେ ଦୁଇ ମେଣ୍ଟ ମହାୟୁତି ଓ ମହା ବିକାଶ ଅଘାଡି ମଧ୍ୟରେ ଜୋରଦାର ଲଢେଇ ହେଉଛି । ମହାୟୁତିରେ ରହିଛି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଓ ମହା ବିକାଶ ଅଘାଡିରେ ରହିଛି ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ।ଏହି ନିର୍ବାଚନରେ ବିଜେପି ୧୪୮ ଆସନରେ, ଶିନ୍ଦେଗୋଷ୍ଠୀ ଶିବସେନା ୮୦ ଆସନରେ ଓ ଅଜିତ୍ ପାୱାରଙ୍କ ଏନସିପି ୫୩ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି ।  ତେବେ ଏକଜିଟ୍‌ ପୋଲ ମୁତାବକ ମହାରାଷ୍ଟ୍ରରେ ବିଜେପି ୧୫୦ରୁ ୧୭୦ ଭୋଟ୍‌ ହାତେଇଥିବା ବେଳେ, କଂଗ୍ରେସ ୧୧୦ରୁ ୧୩୦ ଭୋଟ୍ ପାଇଥିବା ସୂଚନା ରହିଛି । ମହାୟୁତି ଏବଂ ଏମଭିଏ ମଧ୍ୟରେ କଡ୍ଡା ଟକ୍କର ହେବାକୁ ଥିବା ସୂଚନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
know , what exit poll says about maharastra and jharkhand election result | Argus News