Videos
|
National

Lionel Messi Kolkata statue / ୬ ମାସ ପରେ କୋଲକାତାରୁ ହଟିଲା ମେସିଙ୍କ ପ୍ରତିମା; ହେଲେ କାହିଁକି?

Subhramjit Ray
Browse all articles by Subhramjit Ray
·2 months ago·2 min read
୬ ମାସ ପରେ କୋଲକାତାରୁ ହଟିଲା ମେସିଙ୍କ ପ୍ରତିମା; ହେଲେ କାହିଁକି?
Lionel Messi Kolkata statue

Key Points

ପ୍ରାୟ ୬ ମାସ ପରେ କୋଲକାତା ସ୍ଥିତ ଲେକ ଟାଉନ୍ ଅଞ୍ଚଳରୁ ହଟାଇ ଦିଆଯାଇଛି ଲିଓନେଲ ମେସିଙ୍କ ୭୦ ଫୁଟ ଉଚ୍ଚ ପ୍ରତିମା।
ସୋମବାର (ଜୁନ୍ ୧) କୋଲକାତା ସ୍ଥିତ ଲେକ ଟାଉନ୍ ଅଞ୍ଚଳରୁ ହଟାଇ ଦିଆଯାଇଛି ଲିଓନେଲ ମେସିଙ୍କ ୭୦ ଫୁଟ ଉଚ୍ଚ ପ୍ରତିମା। ସୁରକ୍ଷାଗତ ଦୃଷ୍ଟିକୋଣରୁ ଆର୍ଜେଣ୍ଟିନାର ଏହି ଫୁଟବଲ୍ କିମ୍ବଦନ୍ତୀଙ୍କ ପ୍ରତିମା ହଟାଯାଇଥିବା କୁହାଯାଉଛି। ନିକଟରେ ହୋଇଥିବା ଝଡ଼ ଯୋଗୁଁ ମେସିଙ୍କ ଏହି ପ୍ରତିମାର ଭିତ୍ତିଭୂମି ଦୁର୍ବଳ ହୋଇଯାଇଥିଲା। ଏନେଇ ପଶ୍ଚିମବଙ୍ଗ ଲୋକନିର୍ମାଣ ବିଭାଗ ଅଧିକାରୀ କହିଛନ୍ତି ଯେ ବିନା କୌଣସି କ୍ଷତି ନପହଞ୍ଚାଇ ଏହି ପ୍ରତିମାକୁ ଏହାକୁ ସ୍ଥାପନ କରାଯାଇଥିବା ସ୍ଥାନରୁ ହଟାଇ ଦିଆଯାଇଥିଲା। ଏହାକୁ ଏକ ହାଇଡ୍ରୋଲିକ୍ କ୍ରେନ୍ ସହାୟତାରେ ଏକ ଟ୍ରକ୍ ଉପରେ ରଖାଯାଇଥିଲା।

କୋଲକାତା ଲେକ ଟାଉନ୍ ଅଞ୍ଚଳରେ ସ୍ଥାପିତ ହୋଇଥିବା ମେସିଙ୍କ ଏହି ୭୦ ଫୁଟ ଉଚ୍ଚ ପ୍ରତିମା ବର୍ତ୍ତମାନ ପାଇଁ ପଶ୍ଚିମବଙ୍ଗ ଲୋକନିର୍ମାଣ ବିଭାଗ ଅଧିନରେ ରହିବ। ଏହାକୁ ପୁନର୍ବାର ସ୍ଥାପନ କରିବା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ। ହେଲେ ତଥାପି କୁହାଯାଉଛି ଯେ ରାଜ୍ୟ ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ପରେ ଏହାକୁ ରବୀନ୍ଦ୍ର ସରୋବର କିମ୍ବା ଇକୋ ପାର୍କ ଅଭିମୁଖେ ସ୍ଥାନାନ୍ତର କରାଯାଇପାରେ।


ଏହା ସହ ପଢନ୍ତୁ: ପୂର୍ବତନ କ୍ରୀଡ଼ାମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ; କ'ଣ ରହିଛି ପୁରା ଘଟଣାକ୍ରମ

ଲିଓନେଲ ମେସିଙ୍କ ୭୦ ଫୁଟ ଉଚ୍ଚ ପ୍ରତିମାକୁ ନେଇ ଚିନ୍ତା ସେତେବେଳେ ବଢି ଯାଇଥିଲା ଯେତେବେଳେ ନିକଟରେ ଏହା ଝଡ଼ ସମୟରେ ଥରି ଉଠିଥିଲା। କିଛି ଦିନ ପୂର୍ବରୁ ସ୍ଥାନୀୟ ଲୋକେ ଲେକ୍ ଟାଉନ୍ ଥାନାକୁ ଏ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହା ପରେ ପୋଲିସ ଏବଂ ଲୋକ ନିର୍ମାଣ ବିଭାଗ ଅଧିକାରୀଙ୍କ ଦ୍ୱାରା ଏହି ପ୍ରତିମାକୁ ଯାଞ୍ଚ କରାଯିବା ପରେ ଏକଥା ଜଣା ପଡ଼ିଥିଲା ଠିକାଦାର ଏହି ପ୍ରତିମାକୁ ଏହାର ମୂଳଦୂଆ ସହିତ ଠିକ୍ ଢଙ୍ଗରେ ସ୍ଥାପନ କରିନାହାଁନ୍ତି। ଏହାର ମୂଳଦୂଆ ଦୁର୍ବଳ ରହିବା ସହ ଏହି ପ୍ରତିମାର ଢାଞ୍ଚା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏପରିକି ଏହା କୌଣସି ପରିସ୍ଥିତିରେ ମଧ୍ୟ ଭୁଷୁଡ଼ି ଯାଇପାରେ।

ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ନିଜେ ଲିଓନେଲ ମେସିଙ୍କ କୋଲକାତା ଗସ୍ତ କରିବା ଅବସରରେ ଲେକ ଟାଉନ୍ ଅଞ୍ଚଳରେ ନିଜର ଏକ ୭୦ ଫୁଟ୍ ଉଚ୍ଚ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ। ଏହି ପ୍ରକଳ୍ପର ନେତୃତ୍ୱ ବିଦାୟୀ ଟିଏମସି ସରକାରଙ୍କ ମନ୍ତ୍ରୀ ସୁଜିତ ବୋଷ ନେଇଥିଲେ। ଯିଏ ଏବେ ପୌର ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ଗିରଫ ହୋଇଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Why Kolkata’s Massive 70-Foot Lionel Messi Statue Was Removed After 6 Months | Argus News