|
logo
Live
Argus News App
GET APP

Argus News - ବିବାହିତ ପୁରୁଷ ଲିଭ୍-ଇନ୍ ରିଲେସନସିପରେ ରହିବା କୌଣସି ଅପରାଧ ନୁହେଁ: ଆହ୍ଲାବାଦ ହାଇକୋର୍ଟ

National

Live in Relationship / ବିବାହିତ ପୁରୁଷ ଲିଭ୍-ଇନ୍ ରିଲେସନସିପରେ ରହିବା କୌଣସି ଅପରାଧ ନୁହେଁ: ଆହ୍ଲାବାଦ ହାଇକୋର୍ଟ

Debashree Debasmita Sahoo
Browse all articles by Debashree Debasmita Sahoo
·5 days ago·2 min read
ବିବାହିତ ପୁରୁଷ ଲିଭ୍-ଇନ୍ ରିଲେସନସିପରେ ରହିବା କୌଣସି ଅପରାଧ ନୁହେଁ: ଆହ୍ଲାବାଦ ହାଇକୋର୍ଟ
Live-in Relationship

Key Points

ଆହ୍ଲାବାଦ ହାଇକୋର୍ଟଙ୍କ ଐତିହାସିକ ରାୟ
ସାମାଜିକ ନୈତିକତା ଓ ବ୍ୟକ୍ତିଗତ ଅଧିକାରକୁ କହିଲେ ଭିନ୍ନ
ଲିଭ୍-ଇନ ରିଲେସନସିପକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଐତିହାସିକ ରାୟ । ଜଣେ ବିବାହିତ ପୁରୁଷ ଲିଭ୍-ଇନ୍ ସମ୍ପର୍କରେ ରହିବା କୌଣସି ଅପରାଧ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ନାଗରିକଙ୍କ ଅଧିକାରକୁ ରକ୍ଷା କରିବା ଲାଗି କୌର୍ଟଙ୍କ କର୍ତ୍ତବ୍ୟ ଉପରେ ସାମାଜିକ ନୈତିକତା ଚାପ ପକାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ଲିଭ୍-ଇନ ରିଲେସନସିପରେ ରହୁଥିବା ଏକ ବିବାହିତ ଦମ୍ପତିଙ୍କ ସୁରକ୍ଷା ମାମଲା ଉପରେ ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ ।

ଏହି ମାମଲାରେ କୁହାଯାଇଥିଲା କି ଲିଭ୍-ଇନ୍ ରିଲେସନସିପରେ ରହୁଥିବା ପୁରୁଷଙ୍କ ପତ୍ନୀଙ୍କ ପକ୍ଷରୁ ଧମକ ଆସିଛି । ମହିଳାଙ୍କ ପାରିବାରିକ ଆଇନଜୀବୀ ଅଭିଯୋଗ କରିଛନ୍ତି ଯେ ୟୁବକ ଜଣକ ପୂର୍ବରୁ ବିବାହିତ । ଏଣୁ ସେ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କରେ ରହିବା ଅପରାଧ । ଏହି ମାମଲା ଉପରେ କୋର୍ଟ କହିଛନ୍ତି ଯେ ସାମାଜିକ ନୈତିକତା ଓ ବ୍ୟକ୍ତିଗତ ଅଧିକାରକୁ ଅଲଗା ଅଲଗା ରଖିବା ଉଚିତ ।

କୋର୍ଟ କହିଛନ୍ତି, "କୌଣସି ବିବାହିତ ପୁରୁଷ ଆପୋଷ ବୁଝାମଣାରେ ଅନ୍ୟ ଜଣେ ମହିଳାଙ୍କ ଲିଭ୍-ଇନରେ ରହିବା ଅପରାଧ ନୁହେଁ । ଏଥିଲାଗି ବ୍ୟକ୍ତି ଜଣଙ୍କୁ ଅପରାଧୀ କୁହାଯାଇପାରିବ ନାହିଁ । ଯଦି ଆଇନ ଅନୁଯାୟୀ କୌଣସି ଅପରାଧ ନୁହେଁ, ତେବେ ନାଗରିକଙ୍କ ଅଧିକାର ସୁରକ୍ଷା ପାଇଁ କୋର୍ଟଙ୍କ କାର୍ଯ୍ୟକୁ ସାମାଜିକ ମତ ଏବଂ ନୈତିକତା ମାର୍ଗଦର୍ଶନ କରିବ ନାହିଁ।"

  • ପୂର୍ବରୁ ସୁରକ୍ଷା ମାଗିଥିଲେ କପଲ୍
କୋର୍ଟ ଆହୁରି କହିଛନ୍ତି ଯେ ମହିଳା ଜଣକ ପୂର୍ବରୁ ଶାହଜାହାନପୁରର ଏସଏସପିଙ୍କ ନିକଟରେ ଏକ ଆବେଦନ ଦାଖଲ କରିଛନ୍ତି, ଯେଉଁଥିରେ ସେ ଜଣେ ପ୍ରାପ୍ତବୟସ୍କ ଏବଂ ନିଜ ଇଚ୍ଛାରେ ପୁରୁଷଙ୍କ ସହିତ ଲିଭ-ଇନ୍ ସମ୍ପର୍କରେ ରହୁଛନ୍ତି ବୋଲି ଉଲ୍ଲେଖ କରାଯାଇଛି । କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପିତାମାତା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ସେମାନଙ୍କ ସମ୍ପର୍କକୁ ବିରୋଧ କରୁଥିଲେ । ସେମାନେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । କୋର୍ଟ ଉଲ୍ଲେଖ କରିଛନ୍ତି ଯେ SSP ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ଏକାଠି ରହୁଥିବା ଦୁଇ ଜଣ ପ୍ରାପ୍ତବୟସ୍କଙ୍କୁ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ ।

  • ଦମ୍ପତିଙ୍କ ଗିରଫଦାରୀ ସ୍ଥଗିତ
ହାଇକୋର୍ଟ ଏପ୍ରିଲ ୮ରେ ରାଜ୍ୟ ସରକାରଙ୍କୁ ଏକ ନୋଟିସ ଜାରି କରିଥିଲେ । ମହିଳାଙ୍କ ପରିବାର ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ପଞ୍ଜିକୃତ ଅପହରଣ ମାମଲାରେ କୋର୍ଟ ଦମ୍ପତିଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ । ହାଇକୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆବେଦନକାରୀ ଅନାମିକା ଓ ନେତ୍ରପାଲଙ୍କ ଗିରଫଦାରୀ ଉପରେ ସ୍ଥଗିତ ରଖିଥିଲେ । ଶାହଜାହାନପୁରର ଜୈତିପୁର ପୋଲିସ ଆବେଦନକାରୀଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରାଯାଇଛି ।

  • ଦମ୍ପତିଙ୍କ ସୁରକ୍ଷା ପାଇଁ ଦାୟୀ ରହିବ ପୋଲିସ
କୋର୍ଟ ମହିଳାଙ୍କ ପରିବାରକୁ ଦମ୍ପତିଙ୍କୁ କୌଣସି ପ୍ରକାରର କ୍ଷତି କରିବାରୁ ବାରଣ କରିଛନ୍ତି । ସେମାନଙ୍କୁ ସେମାନଙ୍କ ଘରେ ପ୍ରବେଶ କରିବା କିମ୍ବା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସେମାନଙ୍କ ସହିତ ଯୋଗାଯୋଗ କରିବାରୁ ମଧ୍ୟ ମନା କରିଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଶାହଜାହାନପୁରର ଏସଏସପି ଦମ୍ପତିଙ୍କ ସୁରକ୍ଷା ପାଇଁ ବ୍ୟକ୍ତିଗତ ଭାବରେ ଦାୟୀ ରହିବେ । ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ୍ ଶାହେନଶାହ ଅଖତର ଖାନ ପ୍ରତିନିଧିତ୍ୱ କରିଥିଲେ ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Live in Relationship: ବିବାହିତ ପୁରୁଷ ଲିଭ୍-ଇନ୍ ରିଲେସନସିପରେ ରହିବା କୌଣସି ଅପରାଧ ନୁହେଁ: ଆହ୍ଲାବାଦ ହାଇକୋର୍ଟ | Argus News