Videos
|
National

Kolkata Police Inspector Suspension / ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ ବଳିପଡ଼ିଲେ ପୋଲିସ ଇନ୍ସପେକ୍ଟର; ମୁଖ୍ୟମନ୍ତ୍ରୀଙ୍କୁ ନେଇ କହିଥିଲେ କ'ଣ?

Subhramjit Ray
Browse all articles by Subhramjit Ray
·55 mins ago·2 min read
ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ ବଳିପଡ଼ିଲେ ପୋଲିସ ଇନ୍ସପେକ୍ଟର; ମୁଖ୍ୟମନ୍ତ୍ରୀଙ୍କୁ ନେଇ କହିଥିଲେ କ'ଣ?
Kolkata Police Inspector Suspension

Key Points

କୋଲକାତା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ମାମଲାର ତଦନ୍ତ ଚାଲିଛି। ତାଙ୍କ ଆଚରଣ ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଛି। ତାଙ୍କୁ ତୁରନ୍ତ ତାଙ୍କର ସରକାରୀ ଜିନିଷପତ୍ର କୋଲକାତା ପୋଲିସର କେନ୍ଦ୍ରୀୟ ଡିଭିଜନର ରିଜର୍ଭ ଅଧିକାରୀଙ୍କ ନିକଟରେ ସମର୍ପଣ କରିବାକୁ ପଡିବ।
ବିବାଦୀୟ ପାଇଁ ଚାକିରିରୁ ନିଲମ୍ବିତ ହୋଇଛନ୍ତି କୋଲକାତା ପୋଲିସ ଇନ୍ସପେକ୍ଟର ଇଖଲାକ ଅହମ୍ମଦ। ସୋସିଆଲ ମିଡି଼ଆରେ ପଶ୍ଚିମବଙ୍ଗ ସରକାର ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଦେଇଥିବା ଅପମାନଜନକ ମନ୍ତବ୍ୟ ଦେବା ପାଇଁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏନେଇ କୋଲକାତା ପୋଲିସ ପକ୍ଷରୁ ଜାରି ହୋଇଛି ଏକ ନିଲମ୍ବନ ଆଦେଶ। ଜାରି ହୋଇଥିବା ଆଦେଶ ଅନୁଯାୟୀ, କୋଲକାତାର ମେଡିକାଲ କଲେଜ ପୋଲିସ ଫାଣ୍ଡି ଇନଚାର୍ଜ ଇଖଲାକ ଅହମ୍ମଦଙ୍କୁ ସମ୍ପ୍ରତି କେନ୍ଦ୍ରୀୟ ଡିଭିଜନ ଠାରୁ ସିଟି ଆର୍ମଡ୍ ପୋଲିସ ପ୍ରଥମ ବାଟାଲିୟନ ସ୍ଥାନାନ୍ତର କରାଯାଇଛି। ତାଙ୍କୁ ନଭେମ୍ବର ୯ ତାରିଖରୁ ସେବାରୁ ନିଲମ୍ବିତ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ଅପମାନଜନକ ମନ୍ତବ୍ୟ
ପୋଲିସ କମିଶନର ଅଜୟ କୁମାର ନନ୍ଦଙ୍କ ଦ୍ୱାରା ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କ ବିରୋଧରେ ଇଖଲାକ ଅହମ୍ମଦଙ୍କ କଥିତ ମନ୍ତବ୍ୟ ତାଙ୍କର ଅପମାନଜନକ ଚିନ୍ତାଧାରାକୁ ପ୍ରତିଫଳିତ କରେ। ଯାହା ଜନସେବାର ସ୍ୱାର୍ଥ ବିପରୀତ। ତାଙ୍କ ଆଚରଣର ତଦନ୍ତ ବିଚାରାଧିନ ଥିବା ପର୍ଯ୍ୟନ୍ତ ତାଙ୍କୁ ତାଙ୍କ ପଦବୀରେ ରଖିବା ଉଚିତ ନୁହେଁ।

ଏହା ସହୱ ପଢନ୍ତୁ: ଡିସିପି ଶାନ୍ତନୁ ସିହ୍ନା ବିଶ୍ୱାସ କିଏ? ଯାହଙ୍କ ବିରୋଧରେ ଜାରି ହୋଇଛି ଲୁକଆଉଟ୍ ନୋଟିସ୍

କ'ଣ ରହିଛି ଇନ୍ସପେକ୍ଟର ଇଖଲାକ ଅହମ୍ମଦଙ୍କ ବିରୋଧରେ ଅଭିଯୋଗ?

କୋଲକାତା ପୋଲିସ ଇନ୍ସପେକ୍ଟର ଇଖଲାକ ଅହମ୍ମଦଙ୍କ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଅପମାନଜନକ ଭାଷା ବ୍ୟବହାର କରିବାର ଅଭିଯୋଗ ଆସିଛି। ତାଙ୍କର କଥିତ ହ୍ୱାଟସଆପ୍ ଚାଟ୍ ସ୍କ୍ରିନସଟ୍ ସାମ୍ନାକୁ ଆସିଛି, ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ ତାଙ୍କୁ କହିଛନ୍ତି ଯେ, ସେ ହେଉଛନ୍ତି "ମୃତ୍ୟୁର ସୌଦଗର। ଯିଏ ଶବ ବିକ୍ରୟ କରି ଟଙ୍କା ରୋଜଗାର କରିବ।" ଦୀପାବଳିରେ ବାଣ ଯୋଗୁଁ ହେଉଥିବା ପ୍ରଦୂଷଣ ବିଷୟରେ ଆଲୋଚନା କରିବା ସମୟରେ ଇନ୍ସପେକ୍ଟର ଜଣଙ୍କ ଏପରି ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇଥିଲେ।

ଆଚରଣକୁ ନେଇ ଜାରି ରହିଛି ତଦନ୍ତ
ନିଲମ୍ବନ ଅବଧି ମଧ୍ୟରେ, ଇଖଲାକ ଅହମ୍ମଦଙ୍କୁ ତାଙ୍କର ମୂଳ ଦରମାର ଅଧା ଏବଂ ଜୀବିକା ନିର୍ବାହ ଭତ୍ତା ଭାବରେ ଅନ୍ୟାନ୍ୟ ଗ୍ରହଣୀୟ ସୁବିଧା ପ୍ରଦାନ କରାଯିବ। ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ମାମଲା ତଦନ୍ତାଧିନ ରହିଛି। ତାଙ୍କ ଆଚରଣର ମଧ୍ୟ ତଦନ୍ତ ଚାଲିଛି। ଇଖଲାଖ ଅହମ୍ମଦଙ୍କୁ ତୁରନ୍ତ ତାଙ୍କର ସରକାରୀ ଜିନିଷପତ୍ର କୋଲକାତା ପୋଲିସ କେନ୍ଦ୍ରୀୟ ଡିଭିଜନ ରିଜର୍ଭ ଅଧିକାରୀଙ୍କ ପାଖରେ ହସ୍ତାନ୍ତର କରିବାକୁ ହେବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: