Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଡିସିପି ଶାନ୍ତନୁ ସିହ୍ନା ବିଶ୍ୱାସ କିଏ? ଯାହଙ୍କ ବିରୋଧରେ ଜାରି ହୋଇଛି ଲୁକଆଉଟ୍ ନୋଟିସ୍

National

Kolkata DCP Shantanu Sinha Biswas / ଡିସିପି ଶାନ୍ତନୁ ସିହ୍ନା ବିଶ୍ୱାସ କିଏ? ଯାହଙ୍କ ବିରୋଧରେ ଜାରି ହୋଇଛି ଲୁକଆଉଟ୍ ନୋଟିସ୍

Subhramjit Ray
Browse all articles by Subhramjit Ray
·1 hour ago·2 min read
ଡିସିପି ଶାନ୍ତନୁ ସିହ୍ନା ବିଶ୍ୱାସ କିଏ? ଯାହଙ୍କ ବିରୋଧରେ ଜାରି ହୋଇଛି ଲୁକଆଉଟ୍ ନୋଟିସ୍
Kolkata DCP Shantanu Sinha Biswas

Key Points

"ସୋନା ପପୁ" ମାମଲା ସହିତ ଜଡିତ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ କୋଲକାତା ଡିସିପି ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ବିରୋଧରେ ଇଡି଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ସନ୍ଦେହ କରୁଛି ଯେ ଜେରାରୁ ବର୍ତ୍ତିବା ପାଇଁ ​​ଯେ କୋଲକାତା ଡିସିପି ଦେଶ ଛାଡି ବିଦେଶକୁ ପଳାୟନ କରିପାରନ୍ତି।
Shantanu Sinha Biswas Lookout Notice: ପଶ୍ଚିମବଙ୍ଗରେ ସରକାର ବଦଳିବା ପରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହିକ୍ରମରେ କୋଲକାତା ଡିସିପି ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି଼) ତାଙ୍କ ପାଖକୁ ଏହି ନୋଟିସ୍ ପଠାଇଛି। "ସୋନା ପପୁ" ମାମଲା ସହିତ ଜଡିତ ଏକ ମନି ଲଣ୍ଡରିଂ ଘଟଣାରେ ଜଡି଼ତ ରହିଥିବା ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇଡି଼ ସନ୍ଦେହ କରୁଛି ​​ଯେ କୋଲକାତା ପୋଲିସ ଡିସିପି ଦେଶ ଛାଡି଼ ବିଦେଶ ପଳାୟନ କରିବା ଯୋଜନାରେ ରହିଛନ୍ତି। ଏହକୁ ନଜରରେ ତାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଏହା ପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମତାଦନ ଅନୁଷ୍ଠିତ ହେବାର ଦିନକ ପୂର୍ବରୁ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ "ସୋନା ପପୁ" ସହିତ ଜଡିତ ସିଣ୍ଡିକେଟ୍ ମାମଲାରେ ଜେରା ପାଇଁ କୋଲକାତା ଡେପୁଟି ପୋଲିସ କମିଶନର (ଡିସିପି) ଶାନ୍ତନୁ ସିହ୍ନା ବିଶ୍ୱାସଙ୍କୁ ପୁଣି ଥରେ ସମନ କରିଥିଲା। ଇଡି ଅଧିକାରୀଙ୍କ କହିବା ଅନୁଯାୟୀ, ଡିସିପି ଶାନ୍ତନୁ ସିହ୍ନା ବିଶ୍ୱାସଙ୍କୁ "ସୋନା ପପୁ" ଯିଏ ବିଶ୍ୱଜିତ ପୋଦ୍ଦାର ନାମରେ ଜଣାଶୁଣା, ତାହା ଦ୍ୱାରା ପରିଚାଳିତ ଏକ କଥିତ ଅପରାଧିକ-ସଂଯୁକ୍ତ ସିଣ୍ଡିକେଟ୍ ବିରୋଧରେ ମନି ଲଣ୍ଡରିଂ ତଦନ୍ତର ଅଂଶ ଭାବରେ ସମନ ପଠାଯାଇଛି।

ଏହା ସହ ପଢନ୍ତୁ: 'ଆଜିଠୁ ଭୟ ମୁକ୍ତ ଏବଂ ବିକାଶର ଭରସା ଯୁକ୍ତ ହେଲା ପଶ୍ଚିମବଙ୍ଗ'

"ସୋନା ପପୁ ସିଣ୍ଡିକେଟ୍" ମାମଲା କ'ଣ?
ଦକ୍ଷିଣ କୋଲକାତାର ବାଲିଗଞ୍ଜ ଅଞ୍ଚଳର ବାସିନ୍ଦା "ସୋନା ପପୁ" ବିରୋଧରେ ଜମି ହଡ଼ପ ଏବଂ ଦାଦାବଟି ଆଦାୟ ସମେତ ଅନେକ ଅଭିଯୋଗ ରହିଛି। ତାଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଏପରି ଅନେକ ଅଭିଯୋଗ ଦାଏର ହୋଇସାରିବା ପରେ ଇଡି ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକାରୀ ସଂସ୍ଥାର ଅଧିକାରୀ ସେହି ମାମଲାରେ ବ୍ୟବସାୟୀ ଜୟ କାମଦାରଙ୍କୁ ପୂର୍ବରୁ ଗିରଫ କରିସାରିଛନ୍ତି। ସେହି ମାମଲାରୁ ସଂଗୃହୀତ ସୂଚନା ଆଧାରରେ ଇଡି଼ ଚଳିତ ମାସରେ ଡିସିପି ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ଫର୍ଣ୍ଣ ରୋଡ୍ ଘରେ ଚଢାଉ କରିଥିଲା। ଏହି ଘଟଣାରେ ତଦନ୍ତ ହେବା ପର ଠାରୁ ଡିସିପି ସାଧାରଣରେ ନଜର ଆସିନାହାଁନ୍ତି। ତଦନ୍ତ ଆରମ୍ଭ ଦିନକ ପରେ ଇଡି଼ "ସୋନା ପପୁ" ମାମଲାରେ ଜଡି଼ତ ରହିଥିବା ନେଇ ଡିସିପି ଶାନ୍ତନୁ ସିହ୍ନା ବିଶ୍ୱାସ ଏବଂ ତାଙ୍କ ଦୁଇ ପୁଅ ସାୟନ୍ତନ ଏବଂ ମନୀଷଙ୍କୁ ସିଜିଓ କମ୍ପ୍ଲେକ୍ସ କୁ ଡକାଇଥିଲା। ହେଲେ ସମନ ଜାରି ହେବା ପରେ ସେମାନଙ୍କ ମଧ୍ୟରୁ କେହି ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ।

କିଛି ଦିନ ପୂର୍ବରୁ, ଇଡି ଏକ ବାଲି ଚୋରା ଚାଲାଣ ମାମଲାର ତଦନ୍ତ ପାଇଁ କୋଲକାତା ଭବାନୀପୁର ନିର୍ବାଚନମଣ୍ଡଳୀ ଅବସ୍ଥିତ କାଲିଘାଟ ଥାନାର ପୂର୍ବତନ ଇନଚାର୍ଜ ଶାନ୍ତନୁ ସିହ୍ନା ବିଶ୍ୱାସଙ୍କୁ ସମନ କରିଥିଲା। ହେଲେ ସେ ଇଡି ଅଧିକାରୀଙ୍କ ସାମ୍ନାରେ ହାଜର ହୋଇ ନଥିଲେ। ବରଂ ତାଙ୍କ ଓକିଲ ଇଡି କାର୍ଯ୍ୟାଳୟକୁ ଯାଇଥିଲେ। ବାଲି ଚୋରା ଚାଲାଣ ମାମଲାରେ ହୋଇଥିବା ଆର୍ଥିକ ଠକେଇ ମାମଲାର ତଦନ୍ତ ଇଡି କରୁଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅଧିକାରୀ ଏହି ମାମଲାରେ ଶାନ୍ତନୁ ସିହ୍ନା ବିଶ୍ୱାସଙ୍କୁ ମଧ୍ୟ ଜୋରା କରିବାକୁ ଚାହୁଁଥିବା ଜଣାପଡ଼ିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lookout Notice Issued Against Kolkata DCP Shantanu Sinha Biswas | Argus News