Restaurant Packaging Charges / ମୋମୋ ପ୍ୟାକିଂ ପାଇଁ ୧୦ ଟଙ୍କା ନେବା ପଡ଼ିଲା ମହଙ୍ଗା, ରେସ୍ତୁରାଁ ଉପରେ ଲାଗିଲା ୫୦ ହଜାର ଜରିମାନା
·1 hour ago·3 min read

Key Points
କୋଲକାତାର ଏକ ଫୁଡ୍ ଆଉଟଲେଟ୍କୁ ମୋମୋ ପ୍ୟାକିଂ ପାଇଁ ଅତିରିକ୍ତ ୧୦ ଟଙ୍କା ଆଦାୟ କରିବା ମହଙ୍ଗା ପଡ଼ିଛି। ଗ୍ରାହକଙ୍କ ସମ୍ମତି ଓ ପୂର୍ବ ସୂଚନାର ପ୍ରମାଣ ଦେଇନପାରିବାରୁ ପଶ୍ଚିମବଙ୍ଗ ଖାଉଟି ଆୟୋଗ ଆଉଟଲେଟ୍କୁ ୫୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ଗ୍ରାହକଙ୍କୁ ଟଙ୍କା ଫେରସ୍ତ ଓ କ୍ଷତିପୂରଣ ଦେବାକୁ ମଧ୍ୟ କହିଛନ୍ତି।
କୋଲକାତା: ରେସ୍ତୁରାଁ କିମ୍ବା ଖାଦ୍ୟ ଦୋକାନ (Food Outlet) ରୁ ଖାଦ୍ୟ ଅର୍ଡ଼ର କରୁଥିବା ଗ୍ରାହକଙ୍କ ଆସିଛି ଏକ ବଡ଼ ଖବର। ଯଦି ଖାଦ୍ୟ ଅର୍ଡ଼ର କରିବା ସମୟରେ ଆପଣଙ୍କ ଠାରୁ ଅତିରିକ୍ତ ପ୍ୟାକେଜିଂ ଫି ଆଦାୟ କରାଯାଉଛି, ତାହେଲେ ଏହି ଖବର ଆପଣଙ୍କ ପାଇଁ ପ୍ରାସଙ୍ଗିକ। ସଦ୍ୟ ପଶ୍ଚିମବଙ୍ଗର ଖାଉଟି ଆୟୋଗ ଏକ ଖାଦ୍ୟ ଦୋକାନ ବିରୋଧରେ ମୋମୋ ପ୍ୟାକିଂ ପାଇଁ ଗ୍ରାହକଙ୍କ ଠାରୁ ଅତିରିକ୍ତ ୧୦ ଟଙ୍କା ନେଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆୟୋଗ ଏହାକୁ ସେବାରେ ତ୍ରୁଟି ବୋଲି ବିବେଚନା କରିଛନ୍ତି। ସେହି ଦୋକାନ ଉପରେ ୫୦,୦୦୦ ଟଙ୍କା ଜରିମାନା ଲଗାଇଛନ୍ତି।
ଏହି ମାମଲା ରାଜଧାନୀ କୋଲକାତାରେ ଅବସ୍ଥିତ ଫୁଡ଼ ଆଉଟଲେଟ୍ ସହ ଜଡ଼ିତ। ଅଭିଯୋଗକାରୀ ଗତ ୨୦୨୪ ଅକ୍ଟୋବର ୨୯ ଏହି ରେସ୍ତୁରାଁରେ ଖାଇବା ପାଇଁ ପହଞ୍ଚିଥିଲେ। ସେ ପ୍ରତି ପ୍ଲେଟ୍ ୧୦୯ ଟଙ୍କା ମୂଲ୍ୟରେ ୨ ପ୍ଲେଟ୍ ଚିକେନ୍ ମୋମୋ ଅର୍ଡର କରିଥିଲେ। ଯାହା ମୋଟ ମୂଲ୍ୟ ୨୧୮ ଟଙ୍କା ରହିଥିଲା। ଗ୍ରାହକ ବିଲ୍ ଯାଞ୍ଚ କରିବା ସମୟରେ ଅତିରିକ୍ତ ପ୍ୟାକେଜିଂ ଶୁଳ୍କ ଭାବରେ ୧୦ ଟଙ୍କା ଯୋଡା ଯାଇଥିଲା। ସେ ଏହାକୁ ବିରୋଧ କରିଥିଲେ ଏବଂ ଦୋକାନୀଙ୍କ ଠାରୁ ପଇସା ଫେରସ୍ତ କରିବାକୁ ଦାବି କରିଥିଲେ। ହେଲେ ତାଙ୍କୁ ପଇସା ଫେରସ୍ତ ମନା କରାଯାଇଥିଲା। ପରବର୍ତ୍ତୀ ସମୟରେ ଗ୍ରାହକ ଜଣଙ୍କ, ଖାଉଟି ଆୟୋଗଙ୍କ ନିକଟକୁ ଯାଇ ଏ ସମ୍ପର୍କରେ ଅଭିଯୋଗ ଦାଖଲ କରିଥିଲେ।
ଏହି ମାମାଲାରେ କ'ଣ ସ୍ପଷ୍ଟୀକରଣ ରଖିଲା ଫୁଡ ଆଉଟଲେଟ୍?
ଫୁଡ଼ ଆଉଟଲେଟ୍ ଏହି ଅଭିଯୋଗକୁ ଅସ୍ୱୀକାର କରିଛି। କମ୍ପାନୀ କହିଛି ଯେ ଗ୍ରାହକ ଜଣଙ୍କ ନିଜେ ଅର୍ଡର କରିଥିବା ଖାଦ୍ୟକୁ ସୁରକ୍ଷିତ ଏବଂ ପରିଷ୍କାର ରଖିବା ପାଇଁ ଅତିରିକ୍ତ ପ୍ୟାକେଜିଂ କରିବାକୁ ଅନୁରୋଧ କରିଥିଲେ। ଗ୍ରାହକ ଜଣଙ୍କ ସାଇକେଲ୍ ଯୋଗେ ଯାତ୍ରା କରୁଥିଲେ। ଏଥିପାଇଁ ସେ ଖାଦ୍ୟ ପ୍ୟାକେଟ୍ ମଧ୍ୟରୁ ଢାଳିଯିବା କିମ୍ବା ଏଥିରୁ ପଡ଼ିଯିବାରୁ ରୋକିବା ପାଇଁ ଏହାକୁ ଭଲ ଭାବରେ ପ୍ୟାକେଜିଂ ଅନୁରୋଧ କରିଥିଲେ। ଏହି ଫୁଡ ଆଉଟଲେଟ୍ ଆହୁରି ମଧ୍ୟ ଦାବି କରିଛି ଯେ ଅର୍ଡର ଦେବା ପୂର୍ବରୁ ଗ୍ରାହକଙ୍କୁ ପ୍ୟାକେଜିଂ ଚାର୍ଜ ବିଷୟରେ ଅବଗତ କରାଯାଇଥିଲା। ଏଥିପାଇଁ ସେ ସ୍ୱେଚ୍ଛାକୃତ ଭାବରେ ରାଜି ହୋଇଥିଲେ। ହେଲେ ତଥାପି କମ୍ପାନୀ ଅତିରିକ୍ତ ପ୍ୟାକେଜିଂ ଅନୁରୋଧ କରାଯାଇଥିବା ନେଇ କୌଣସି ଠୋସ୍ ପ୍ରମାଣ ପ୍ରଦାନ କରିପାରିଲା ନାହିଁ।
କ'ଣ କହିଲେ ଖାଉଟି ଆୟୋଗ?
ଖାଉଟି ଆୟୋଗ ଅଧ୍ୟକ୍ଷ ମନୋଜ କୁମାର ରାୟ ଏବଂ ସଦସ୍ୟ ଗୋପାଳ ଚନ୍ଦ୍ର ରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। କମିଶନ କହିଛି ଯେ ଗ୍ରାହକଙ୍କୁ ଉପଯୁକ୍ତ ଏବଂ ବ୍ୟବହାରଯୋଗ୍ୟ ଅବସ୍ଥାରେ ସାମଗ୍ରୀ ପହଞ୍ଚାଇବା ବିକ୍ରେତାଙ୍କ ଦାୟିତ୍ୱ। ଏଥିପାଇଁ ହେଉଥିବା ଖର୍ଚ୍ଚ ବିକ୍ରେତା ବହନ କରିବା ଆବଶ୍ୟକ। ଆୟୋଗ ତାଙ୍କ ଆଦେଶରେ କହିଛି ଯେ କମ୍ପାନୀ ଏହା ପ୍ରମାଣିତ କରିବାରେ ବିଫଳ ହୋଇଛି ଯେ ଗ୍ରାହକ ମୋମୋସ୍ ପ୍ୟାକେଜିଂ ପାଇଁ ଅତିରିକ୍ତ ଦେୟ ଦେବାକୁ ରାଜି ହୋଇଥିଲେ। ଏହା କମ୍ପାନୀ ପକ୍ଷରୁ ସେବାରେ ଅଭାବ ଦର୍ଶାଉଛି।\
ଏହା ସହ ପଢନ୍ତୁ: ବିସଲେରି ପାଣିକୁ ନେଇ ବଡ଼ ବିବାଦ: FSSAI ଆକ୍ସନ୍ ପରେ କମ୍ପାନୀ ରଖିଲା ଜବାବ
ଏହି ମାମଲାରେ କମିଶନ ୧୯୩୦ ସାମଗ୍ରୀ ବିକ୍ରୟ ଆଇନର ଧାରା ୩୬(୫) ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ, ଯଦି ବିକ୍ରେତା ଏବଂ କ୍ରେତାଙ୍କ ମଧ୍ୟରେ ଅନ୍ୟଥା ରାଜି ହୋଇନଥାଏ, ତାହେଲେ ବିକ୍ରେତାଙ୍କୁ ସାମଗ୍ରୀକୁ ଡେଲିଭରି ଯୋଗ୍ୟ ଅବସ୍ଥାରେ ପ୍ରସ୍ତୁତ କରିବାର ଖର୍ଚ୍ଚ ବହନ କରିବାକୁ ପଡିବ। ଆୟୋଗ ଏହା ମଧ୍ୟ କହିଛନ୍ତି ଯେ ଏହି ଫୁଡ ଆଉଟଲେଟ୍ ଗ୍ରାହକଙ୍କୁ ₹୧୦ ପ୍ୟାକେଜିଂ ଚାର୍ଜ ବିଷୟରେ ପୂର୍ବରୁ ଅବଗତ କରାଯାଇଥିବାର କୌଣସି ପ୍ରମାଣ ପ୍ରଦାନ କରିବାରେ ବିଫଳ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫୁଡ ଆଉଟଲେଟ୍ ଉପରେ ଲାଗିଲା କେତେ ଟଙ୍କାର ଜରିମାନା?
ଖାଉଟି ଆୟୋଗ ସମ୍ପୃକ୍ତ ଗ୍ରାହକଙ୍କୁ ସହାୟତା ପ୍ରଦାନ କରିବା ଏବଂ ଅନ୍ୟାନ୍ୟ ଅନେକ ଦେୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଗ୍ରାହକଙ୍କୁ ନିଆଯାଇଥିବା ୧୦ ଟଙ୍କା ପ୍ୟାକେଜିଂ ଶୁଳ୍କ ଫେରସ୍ତ କରିବା, ଗ୍ରାହକଙ୍କ ମାନସିକ ଯନ୍ତ୍ରଣା ପାଇଁ କ୍ଷତିପୂରଣ ଭାବରେ ୧୦୦ ଏବଂ ଆଇନଗତ ଖର୍ଚ୍ଚ ପାଇଁ ୨,୦୦୦ ପ୍ରଦାନ କରିବା ଅନ୍ତର୍ଭୂକ୍ତ ରହିଛି। ଏହା ସହିତ, ଆୟୋଗ ଗ୍ରାହକ ଆଇନଗତ ସହାୟତା ଆକାଉଣ୍ଟ୍ ରେ ୫୦,୦୦୦ ଟଙ୍କା ଜମା କରିବାକୁ ହେବ।
ରେସ୍ତୁରାଁ ଗ୍ରାହକଙ୍କ ଠାରୁ ପ୍ୟାକେଜିଂ ଶୁଳ୍କ ଆଦାୟ କରିପାରିବ କି?
ଏହି ମାମଲା ସ୍ପଷ୍ଟ କରେ ଯେ ପ ଟେକଆୱେ ଫୁଡ଼ (Takeaway Food) ଅର୍ଥାତ ପ୍ୟାକିଂ କରି ନିଆଯାଉଥିବା ଖାଦ୍ୟକୁ (Packaging Food) ସଠିକ୍ ଭାବରେ ପ୍ୟାକେଜିଂ କରିବା ଖାଦ୍ୟ ଦୋକାନର ଦାୟିତ୍ୱ। ଖାଦ୍ୟ ସୁରକ୍ଷିତ ଏବଂ ବିତରଣଯୋଗ୍ୟ ଅବସ୍ଥାରେ ଅଛି କି ନାହିଁ ତାହା ନିଶ୍ଚିତ କରିବାର ଖର୍ଚ୍ଚ ସାଧାରଣତଃ ଗ୍ରାହକଙ୍କୁ ଦିଆଯାଇପାରିବ ନାହିଁ। ହେଲେ ତଥାପି, ଏହି କ୍ଷେତ୍ରରେ ଆୟୋଗ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ କମ୍ପାନୀ ଗ୍ରାହକଙ୍କ ସମ୍ମତିର ପ୍ରମାଣ ଏବଂ ପ୍ୟାକେଜିଂ ଶୁଳ୍କ ସମ୍ପର୍କରେ ପୂର୍ବ ସୂଚନା ପ୍ରଦାନ କରିବାରେ ବିଫଳ ହୋଇଛି। ଏଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ତଥ୍ୟ ଏବଂ ଗ୍ରାହକ ଏବଂ ବିକ୍ରେତାଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ବିଚାର କରିବା ଗୁରୁତ୍ୱପୂର୍ଣ୍ଣ। ଯାହାର ଅର୍ଥ ହେଉଛି ପରବର୍ତ୍ତୀ ସମୟରେ ଯଦି ଆପଣ ମୋମୋ, ପିଜା କିମ୍ବା ଅନ୍ୟ କୌଣସି ଖାଦ୍ୟ ପ୍ୟାକ୍ କରନ୍ତି ଏବଂ ବିଲ୍ ସହିତ ଏକ ପୃଥକ ପ୍ୟାକେଜିଂ ଚାର୍ଜ ଯୋଡା ହୋଇଥିବାର ପାଆନ୍ତି, ତାହେଲେ ଆପଣ ଏହା ଉପରେ ପ୍ରଶ୍ନ ଉଠାଇ ପାରିବେ।