Kolkata Sairang Express Derails Update / 'ସିଗନାଲ୍ ରେଡ୍ ହୋଇ ଗଲାଣି, ବ୍ରେକ କାମ କରୁନାହିଁ', ଏକଥା କହୁ କହୁ ହୋଇଗଲା ଦୁର୍ଘଟଣା
·1 hour ago·3 min read

Key Points
କୋଲକାତା-ସାୈରଙ୍ଗ ଏକ୍ସପ୍ରେସ୍ ଦୁର୍ଘଟଣାର ଏକ ଭିଡି଼ଓ ସାମ୍ନାକୁ ଆସିଛି। ଯେଉଁଥିରେ ଲୋକୋ ପାଇଲଟ୍ ଙ୍କୁ ଏକଥା କହୁଥିବାର ଶୁଣାଯାଉଛି ଯେ ବେଗ ହ୍ରାସ କରାଯାଇପାରିବ ନାହିଁ ଏବଂ ଜରୁରୀକାଳୀନ ବ୍ରେକ୍ ଫେଲ୍ ହୋଇଯାଇଛି।
ବୁଧବାର (ନଭେମ୍ବର ୧୧) ସକାଳେ ଆସାମର ଗୌହାଟୀ ନିକଟସ୍ଥ ଦିଗାରୁ ଠାରେ ହୋଇଯାଇଛି ଏକ ବଡ଼ ରେଳ ଦୁର୍ଘଟଣା। କୋଲକାତା ଠାରୁ ସୈରଙ୍ଗ ଯାଉଥିବା କୋଲକାତା-ସୈରଙ୍ଗ ଏକ୍ସପ୍ରେସ୍ (୧୩୧୨୫) ର ୫ କୋଚ୍ ଲାଇନଚ୍ୟୁତ ହୋଇଥିଲା। ଯାହା ଫଳରେ ଏହି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଅନ୍ୟ ଏକ ଟ୍ରେନ୍ କୁ ରାସ୍ତା ଦେବା ପାଇଁ ଏକ ଷ୍ଟେସନ ଠାରେ ଟ୍ରେନ୍କୁ ଅଟକାଯାଉଥିଲା ଏବଂ ସେତେବେଳେ ଟ୍ରେନ୍ ର ବେଗ କମ ହୋଇଥିଲା। ଏହି ଦୁର୍ଘଟଣାର ଏକ ଭିଡି଼ଓ ସାମ୍ନାକୁ ଆସିଛି।
ଯେଉଁଥିରେ ଟ୍ରେନ୍ ର ବେଗ ଦ୍ରୁତ ରହିଥିବାର ଦେଖାଯାଉଛି। କ୍ୟାବିନ୍ ରେ ଲୋକୋ-ପାଇଲଟ୍ ଟ୍ରେନ୍ ନିୟନ୍ତ୍ରଣ କରିବାରେ ଅସମର୍ଥ ହେବା ପରେ ହତାଶ ହୋଇ ପଡ଼ିଛନ୍ତି। ଯେଉଁଥିରେ ଲୋକୋ ପାଇଲଟ୍ ଙ୍କୁ ଏକଥା କହୁଥିବାର ଶୁଣିବାକୁ ମିଳୁଛି, " ଟ୍ରେନ୍ ର ବେଗ କମି ପାରୁନାହିଁ। ସିଗନାଲ୍ ରେଡ଼ ହୋଇଗଲାଣି। ଏମରଜେନ୍ସି ଲଗାଯାଇଛି, ହେଲେ କିଛି କାମ କରୁନାହିଁ।"
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦୁର୍ଘଟଣା ସମ୍ପର୍କରେ ସୋସିଆଲ ମିଡି଼ଆରେ ଏକ ବିବୃତ୍ତି ଜାରି କରିଛନ୍ତି। ଏନେଇ ସେ କହିଛନ୍ତି, "ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ୪ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ଏହି ପରିସ୍ଥିତିର ସମାଧାନ ପାଇଁ ଆମେ ରେଳ ମନ୍ତ୍ରଣାଳୟ ସହିତ ସହଯୋଗୀ ହୋଇ କାର୍ଯ୍ୟ କରୁଛୁ। ସମସ୍ତ ଫସି ରହିଥିବା ଯାତ୍ରୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି। ସେମାନଙ୍କର ପରବର୍ତ୍ତୀ ଯାତ୍ରା ପାଇଁ ଏକ ବଦଳାଯାଇଥିବା ଟ୍ରେନ୍ ବ୍ୟବସ୍ଥା କରାଯାଇଛି।"
ରେଳବାଇ ଏକ ବିବୃତ୍ତିରେ କହିଛି ଯେ ଟ୍ରେନ୍ ଅନ୍ୟ ଏକ ଟ୍ରେନ୍ କୁ ରାସ୍ତା ଦେବାକୁ ଚେଷ୍ଟା କରିଥିଲା। ହେଲେ ଲୋକୋ ପାଇଲଟ୍ ଗତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଏହା ଫଳରେ ଟ୍ରେନ୍ ଦୁର୍ଭାଗ୍ୟଜନକ ଭାବରେ ଲାଇନଚ୍ୟୁତ ହୋଇଥିଲା। ଏହାର ଇଞ୍ଜିନ୍ ଏବଂ ୫ କୋଚ୍ ଲାଇନଚ୍ୟୁତ ହୋଇଥିଲା। ରେଳବାଇ କହିଛି ଯେ ଯାତ୍ରୀଙ୍କୁ ଅନ୍ୟ ଏକ ଟ୍ରେନ୍ ଦ୍ୱାରା ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଉଛି। ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ରେଳବାଇ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଏହା ସହ ପଢନ୍ତୁ: ଆସାମରେ ବଡ଼ ଟ୍ରେନ୍ ଦୁର୍ଘଟଣା, ଲାଇନଚ୍ୟୁତ ହେଲା କୋଲକାତା-ସୈରାଙ୍ଗ ଏକ୍ସପ୍ରେସ୍ର ୭ଟି ବଗି
ଉତ୍ତର ସୀମାନ୍ତ ରେଳବାଇ (NFR) କହିବା ଅନୁଯାୟୀ, ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। ଲାଇନଚ୍ୟୁତ ହେବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନେକ ଟ୍ରେନ ବିଳମ୍ବ ହେବା ସହ ଏହାର ଗତିପଥ ପରିବର୍ତ୍ତନ କରାଯାଉଛି। NFR CPRO କପିଞ୍ଜଲ କିଶୋର ଶର୍ମାଙ୍କ କହିବା ଅନୁଯାୟୀ ଏହି ଘଟଣା ସକାଳ ୦୬:୪୫ ସମୟରେ ଘଟିଛି। ରିଲିଫ୍ ଟ୍ରେନ୍ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି।
ଦୁର୍ଘଟଣାକୁ ନେଇ କ'ଣ କହିଲା ରେଳବାଇ?
ଉତ୍ତର ପୂର୍ବ ସୀମାନ୍ତ ରେଳବାଇ ସୂଚନା ଅନୁଯାୟୀ, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ କେହି ଆହତ ହୋଇନାହାଁନ୍ତି। ଅନ୍ୟ ଏକ ଟ୍ରେନ ଦ୍ୱାରା ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଉଛି। ତୁରନ୍ତ ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ମହାପ୍ରବନ୍ଧକଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସହିତ ଘଟଣାସ୍ଥଳକୁ ଯାଇଛନ୍ତି। ରେଳ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାରେ ଟ୍ରେନ୍ ର ୫ କୋଚ୍ ଲାଇନଚ୍ୟୁତ ହୋଇଛି। ଦିଗାରୁ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବାର ଜଣାପଡ଼ିଛି।

Update 👇🏽 All passengers are safe. 4 sustained minor injuries and are receiving care. We're working closely with @RailMinIndia on this situation. All stranded passengers have been provided with basic necessities and alternative travel train has been arranged for the journey.
— Himanta Biswa Sarma (@himantabiswa) November 11, 2026
ରେଳବାଇ ଏକ ବିବୃତ୍ତିରେ କହିଛି ଯେ ଟ୍ରେନ୍ ଅନ୍ୟ ଏକ ଟ୍ରେନ୍ କୁ ରାସ୍ତା ଦେବାକୁ ଚେଷ୍ଟା କରିଥିଲା। ହେଲେ ଲୋକୋ ପାଇଲଟ୍ ଗତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଏହା ଫଳରେ ଟ୍ରେନ୍ ଦୁର୍ଭାଗ୍ୟଜନକ ଭାବରେ ଲାଇନଚ୍ୟୁତ ହୋଇଥିଲା। ଏହାର ଇଞ୍ଜିନ୍ ଏବଂ ୫ କୋଚ୍ ଲାଇନଚ୍ୟୁତ ହୋଇଥିଲା। ରେଳବାଇ କହିଛି ଯେ ଯାତ୍ରୀଙ୍କୁ ଅନ୍ୟ ଏକ ଟ୍ରେନ୍ ଦ୍ୱାରା ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଉଛି। ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ରେଳବାଇ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଏହା ସହ ପଢନ୍ତୁ: ଆସାମରେ ବଡ଼ ଟ୍ରେନ୍ ଦୁର୍ଘଟଣା, ଲାଇନଚ୍ୟୁତ ହେଲା କୋଲକାତା-ସୈରାଙ୍ଗ ଏକ୍ସପ୍ରେସ୍ର ୭ଟି ବଗି
ଉତ୍ତର ସୀମାନ୍ତ ରେଳବାଇ (NFR) କହିବା ଅନୁଯାୟୀ, ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। ଲାଇନଚ୍ୟୁତ ହେବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନେକ ଟ୍ରେନ ବିଳମ୍ବ ହେବା ସହ ଏହାର ଗତିପଥ ପରିବର୍ତ୍ତନ କରାଯାଉଛି। NFR CPRO କପିଞ୍ଜଲ କିଶୋର ଶର୍ମାଙ୍କ କହିବା ଅନୁଯାୟୀ ଏହି ଘଟଣା ସକାଳ ୦୬:୪୫ ସମୟରେ ଘଟିଛି। ରିଲିଫ୍ ଟ୍ରେନ୍ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି।
https://t.co/putvjPaesH
— Northeast Frontier Railway (@RailNf) November 11, 2026
ଦୁର୍ଘଟଣାକୁ ନେଇ କ'ଣ କହିଲା ରେଳବାଇ?
ଉତ୍ତର ପୂର୍ବ ସୀମାନ୍ତ ରେଳବାଇ ସୂଚନା ଅନୁଯାୟୀ, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ କେହି ଆହତ ହୋଇନାହାଁନ୍ତି। ଅନ୍ୟ ଏକ ଟ୍ରେନ ଦ୍ୱାରା ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଉଛି। ତୁରନ୍ତ ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ମହାପ୍ରବନ୍ଧକଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସହିତ ଘଟଣାସ୍ଥଳକୁ ଯାଇଛନ୍ତି। ରେଳ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାରେ ଟ୍ରେନ୍ ର ୫ କୋଚ୍ ଲାଇନଚ୍ୟୁତ ହୋଇଛି। ଦିଗାରୁ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବାର ଜଣାପଡ଼ିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories