Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Kolkata warehouse roof collapse / ଭୁଶୁଡ଼ିଲା ନିର୍ମାଣାଧିନ ଗୋଦାମର ଛାତ; ଦୁର୍ଘଟଣାସ୍ଥଳରେ ଫସି ରହିଛନ୍ତି ୪୦-୫୦ ଶ୍ରମିକ

Subhramjit Ray
Browse all articles by Subhramjit Ray
·3 weeks ago·2 min read
ଭୁଶୁଡ଼ିଲା ନିର୍ମାଣାଧିନ ଗୋଦାମର ଛାତ; ଦୁର୍ଘଟଣାସ୍ଥଳରେ ଫସି ରହିଛନ୍ତି ୪୦-୫୦ ଶ୍ରମିକ
Kolkata warehouse roof collapse

Key Points

କୋଲକାତାରେ ଏକ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବାରୁ ବହୁ ସଂଖ୍ୟକ ଶ୍ରମିକ ଫସି ରହିଥିବାର ଆଶଙ୍କା କରାଯାଉଛି। ଏହି ଘଟଣା ପରେ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି।
Under construction warehouse roof collapse: ବୁଧବାର (ଜୁନ ୨୪) ପଶ୍ଚିମ କୋଲକାତା ସ୍ଥିତ ତାରାତଲା ଥାନା ଅଞ୍ଚଳରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ଏଠାକାର ଟ୍ରାନ୍ସପୋର୍ଟ ଡିପୋ ରୋଡ ଠାରେ ନିର୍ମାଣାଧିନ ଏକ ଗୋଦାମର ଛାତ ଭୁଶୁଡ଼ି ଯିବାରୁ ବହୁ ସଂଖ୍ୟକ ଶ୍ରମିକ ଫସି ରହିଛନ୍ତି। ସେଠାରେ ବହୁ ସଂଖ୍ୟକ ଶ୍ରମିକ କାମ କରୁଥିବାର କୁହାଯାଉଛି। ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ମାତ୍ରେ ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରେ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହି ଘଟଣାରେ ପ୍ରତିକ୍ରିୟା ରଖି କୋଲକାତା ପୋଲିସ କହିଛି ଯେ ବିପର୍ଯ୍ୟୟ ପରିଚାଳନା ଗୋଷ୍ଠୀ, ନାଗରିକ ପ୍ରତିରକ୍ଷା ଦଳ ଏବଂ ଅଗ୍ନିଶମ ବାହିନୀ ଗାଡ଼ିକୁ ଘଟଣାସ୍ଥଳକୁ ପଠାଯାଇଛି।

କୋଲକାତାର ତାରାତଲା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା
ପଶ୍ଚିମ କୋଲକାତାର ତାରାତାଲ ଅଞ୍ଚଳରେ ଏହି ଦୁର୍ଘଟଣା ଅଚାନକ ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ନିର୍ମାଣାଧିନ କୋଠାର ପାର୍ଶ୍ୱରେ ଅନେକ ଲୋକ କାମ କରୁଥିଲେ। ଛାତ ଭୁଶୁଡ଼ି ଯିବା କାରଣରୁ ବହୁ ସଂଖ୍ୟକ ଲୋକ ଘଟଣାସ୍ଥଳରେ ଫସି ରହିଥିବା ସମ୍ଭାବନା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ ପ୍ରାୟ ୬-୭ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ।

ତାରାତଲା ଦୁର୍ଘଟଣା ପାଇଁ ରାଜ୍ୟ ସଚ୍ଚିବାଳୟ "ନବାନ୍ନା" ଠାରେ ଏକ ବିପର୍ଯ୍ୟୟ ପରିଚାଳନା ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି। ଏହା ସହିତ କୋଲକାତା ପ୍ରଶାସନ ପକ୍ଷରୁ ଟୋଲ ଫ୍ରି ନମ୍ବର ୧୦୭୦, ୮୬୯୭୯୮୧୦୭୦,୦୩୩୨୨୧୪୫୬୨୬, ୦୩୩ ୨୨୫୩୫୧୮୫ ଜାରି କରାଯାଇଛି। ଏହି ଘଟଣା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟକ ଲୋକ ଜମା ହୋଇଛନ୍ତି। ସେଠାରେ କାମ କରୁଥିବା ଶ୍ରମିକଙ୍କ ସମ୍ପର୍କୀୟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବାରେ ଲାଗିଛନ୍ତି। ଘଟଣା ପରେ ସ୍ଥାନୀୟ ପ୍ରଶାସନ ସତର୍କ ହୋଇଉଠିଛି।

ଏହା ସହ ପଢନ୍ତୁ: ବାଣ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ; ଜଣେ ମୃତ ଏବଂ ଅନ୍ୟ ଜଣେ ଆହତ

୪୦-୫୦ ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା
ଛାତ ଏବଂ ଭଗ୍ନାବଶେଷ ତଳେ ଫସି ଯାଇଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି। ଏହି ଦୁର୍ଘଟଣାରେ ବହୁ ସଂଖ୍ୟକ ଲୋକ ଆହତ ହୋଇଥିବାର ସମ୍ଭାବନା ରହିଛି। ଉଦ୍ଧାର ହୋଇଥିବା ଲୋକଙ୍କୁ ପ୍ରଶାସନ ଡାକ୍ତରଖାନା ପଠାଯାଇଛି। ଏହି ଶ୍ରମିକଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଥିବାର କୁହାଯାଉଛି। ଏହି ଘଟଣାରେ ପ୍ରୟ ୪୦-୫୦ ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି।

ଦୁର୍ଘଟଣାସ୍ଥଳରୁ ହଟାଯାଉଛି ଭଗ୍ନାବଶେଷ
କୋଲକାତା ପୋଲିସ କହିଛି ଯେ ଏପର୍ଯ୍ୟନ୍ତ ଅନେକ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ରିଲିଫ୍ ଏବଂ ଉଦ୍ଧାରକାରୀ ଦଳ ବର୍ତ୍ତମାନ ଦୁର୍ଘଟଣାସ୍ଥଳରୁ ଭଗ୍ନାବଶେଷ ହଟାଇବା ପାଇଁ ପ୍ରୟାସ ଜାରି ରଖିଛି। ଘଟଣା ପରେ ନାଗରିକ ପ୍ରତିରକ୍ଷା (Civil Defense), ବିପର୍ଯ୍ୟୟ ପରିଚାଳନା ଗୋଷ୍ଠୀ (Disaster Management Team) ଦଳକୁ ମଧ୍ୟ ଡକାଯାଇଥିଲା। ଭଗ୍ନାବଶେଷକୁ ଦ୍ରୁତ ଗତିରେ ହଟାଯାଉଛି। ଏଥିପାଇଁ ଘଟଣାସ୍ଥଳରେ ଭାରୀ କ୍ରେନ୍ ଏବଂ ଭଗ୍ନାବଶେଷ ଅପସାରଣ ମେସିନ୍ ନିୟୋଜିତ କରାଯାଇଛି। ସେଠାରେ ଖସି ପଡ଼ିଥିବା ଲୁହା ବିମ୍ ମଧ୍ୟ ହଟାଯିବ। କୋଲକାତା ନଗର ନିଗମର ବରିଷ୍ଠ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kolkata Warehouse Collapse: Over 40-50 Feared Trapped in Taratala | Argus News