Videos
|
National

LK Advani / ଛାତିରେ ସଂକ୍ରମଣ; ମେଡିକାଲରେ ଭର୍ତ୍ତି ହେଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଛାତିରେ ସଂକ୍ରମଣ; ମେଡିକାଲରେ ଭର୍ତ୍ତି ହେଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ
Lal Krishna Advani Health

Key Points

ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ
ଛାତିରେ ସଂକ୍ରମଣ କାରଣରୁ ଆଡଭାନୀ ମେଡିକାଲରେ ଭର୍ତ୍ତି
ଏବେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ନଜର ରଖିଛନ୍ତି ବିଶେଷଜ୍ଞ ଡାକ୍ତରୀ ଦଳ
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ । ଛାତିରେ ସଂକ୍ରମଣ ପାଇଁ ଆଡଭାନୀଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ୯୮ ବର୍ଷୀୟ ଆଡଭାନୀଙ୍କୁ ଶୁକ୍ରବାର ସନ୍ଧ୍ୟା ସାଢ଼େ ୭ଟାରେ ମେଡିକାଲ୍ ନିଆଯାଇଥିବା ବେଳେ ଏବେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପଲ୍ମୋନରି ବିଭାଗରେ ଆଡଭାନୀଙ୍କ ଚିକିତ୍ସା ଚାଲିଛି ।

ନିକଟରେ ଭେଟିଥିଲେ ପ୍ରଧାନମନ୍ତ୍ରୀ

ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିବାର ସପ୍ତାହକ ପୂର୍ବରୁ ଅକ୍ଟୋବର ୭ ତାରିଖରେ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଡଭାନୀଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ଯାଇ ପ୍ରଧାନମନ୍ତ୍ରୀ ମୋଦି ଭେଟି ଆଲୋଚନା କରିଥିଲେ । ସରକାରରେ ମୁଖ୍ୟ ରହି ୨୫ ବର୍ଷ ପୂରଣ ଅବସରରେ ମୋଦିଙ୍କୁ ଆଶୀର୍ବାଦ କରିଥିଲେ ଲାଲକୃଷ୍ଣ ଆଡଭାନୀ ।

ଏଥିସହ ପଢ଼ନ୍ତୁ: ମହାଭାରତ ପରେ ଏବେ ସାବିତ୍ରୀଙ୍କ ସତୀତ୍ଵ କଥା କହିଲେ ଜଜ୍; ଚର୍ଚ୍ଚାରେ ଦୁଇ ଦୁଇଟି ଜଘନ୍ୟ କାଣ୍ଡ 


ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଥିଲେ । ଲେଖିଥିଲେ, "ଆଡଭାନୀ ଜୀ ଦଶନ୍ଧିରୁ ଅଧିକ ସମୟ ଧରି ସାର୍ବଜନୀନ ଜୀବନ ଓ ରାଷ୍ଟ୍ର ପାଇଁ ଯୋଗ ଦାନ ଦେଇ ନିଆରା ଛାପ ଛାଡ଼ିଛନ୍ତି । ଭାରତର ପ୍ରଗତିରେ ଆଡଭାନୀ ଜୀଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।"

ଲାଲକୃଷ୍ଣ ଆଡଭାନୀ କିଏ ?

୮ ନଭେମ୍ବର ୧୯୨୭ରେ ଆଡଭାନୀଙ୍କ ଜନ୍ମ ପାକିସ୍ତାନର କରାଚିରେ ହୋଇଥିଲା । ଭାରତରୁ ପାକିସ୍ତାନ ଅଲଗା ହେବା ବେଳେ ଆଡଭାନୀଙ୍କ ପରିବାର ଦିଲ୍ଲୀ ଚାଲି ଆସିଥିଲା । ଆଡଭାନୀ ମାତ୍ର ୧୪ ବର୍ଷ ବୟସରେ RSS ସହ ଯୋଡ଼ି ହୋଇଥିଲେ ।

୧୯୫୦ରେ ଜନସଂଘ ସହ ସାମିଲ୍ ହୋଇଥିଲା ଲାଲକୃଷ୍ଣ ଆଡଭାନୀ । ୧୯୭୦ରେ ରାଜ୍ୟସଭାକୁ ଯାଇଥିଲେ । ୧୮୭୩ରେ ଆଡଭାନୀ ହୋଇଥିଲେ ଜନସଂଘର ଅଧ୍ୟକ୍ଷ । ଜରୁରୀକାଳୀନ ସ୍ଥିତିବେଳେ ୧୯୭୫ରେ ଆଡଭାନୀଙ୍କୁ ବେଙ୍ଗାଲୁରୁର ଜେଲ୍‌ରେ ମାସେ ରହିବାକୁ ପଡ଼ିଥିଲା ।

୧୯୭୭ରେ ଦେଶରେ ଜନତା ପାର୍ଟି ସରକାରରେ ଆଡଭାନୀ ହୋଇଥିଲେ ସୂଚନା ମନ୍ତ୍ରୀ । ୧୯୮୦ରେ ବିଜେପିର ଗଠନ ବେଳେ ଆଡଭାନୀ ରହିଥିଲେ ପ୍ରତିଷ୍ଠାତା ସଦସ୍ୟ । ୧୯୮୬ରୁ ୧୯୯୮ ପର୍ଯ୍ୟନ୍ତ ବିଜେପିର ଅଧ୍ୟକ୍ଷ ଦାୟିତ୍ଵ ନିର୍ବାହ କରିଥିଲେ । ଆଡବାନୀଙ୍କ ନେତୃତ୍ଵରରେ ବିଜେପି ୧୯୮୪ରେ ମାତ୍ର ୨ଟି ଆସନରୁ ୧୯୮୯ରେ ୮୬ଟି ଆସନ ଜିତିଥିଲା । ୧୯୯୬ରେ ଆସନ ସଂଖ୍ୟା ୧୬୧କୁ ବୃଦ୍ଧି ପାଇଥିଲା ।

ଏଥିସହ ପଢ଼ନ୍ତୁ: 'ପରାଜୟରେ ଶତକ, ବାରମ୍ବାର ଜନମତକୁ ଅପମାନିତ କରୁଛନ୍ତି ରାହୁଲ୍ ଗାନ୍ଧୀ': ଧର୍ମେନ୍ଦ୍ର ପ୍ରଧାନ 

ଆଡଭାନୀଙ୍କ ରାମ ରଥ ଯାତ୍ରା (୧୯୯୦) ବିଜେପିକୁ ଜନ ଆନ୍ଦୋଳନର ଦଳ ଭାବେ ଗଢ଼ି ତୋଳିଥିଲା । ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ୍ର ଗୃହ ମନ୍ତ୍ରୀ ସହ ଆଡଭାନୀ ଅଟଳ ବିହାରୀ ବାଜପେୟୀ ସରକାରରେ ଦେଶର ଉପ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ଭାର ତୁଲାଇଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: