Dharmendra Pradhan / 'ପରାଜୟରେ ଶତକ, ବାରମ୍ବାର ଜନମତକୁ ଅପମାନିତ କରୁଛନ୍ତି ରାହୁଲ୍ ଗାନ୍ଧୀ': ଧର୍ମେନ୍ଦ୍ର ପ୍ରଧାନ

Key Points
ଏଥିସହ ପଢ଼ନ୍ତୁ: ରାହୁଲ ଗାନ୍ଧୀଙ୍କୁ ରାଜନାଥ ସିଂହଙ୍କ କଟାକ୍ଷ; କଂଗ୍ରେସ ସହ ସହଯୋଗୀଙ୍କୁ କଲେ ଟାର୍ଗେଟ୍
ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, "ଯଦି ବିଦେଶ ଶକ୍ତିଙ୍କ ଦମ୍ରେ କ୍ଷମତା ହାସଲର ସ୍ଵପ୍ନ ଦେଖୁଥିବା ଏହି ଦେଶ ବିରୋଧୀ ଲୋକ ବୁଝି ଯାଆନ୍ତୁ ଭାରତରେ ସରକାର ପରିବର୍ତ୍ତନ କେବଳ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ଦ୍ଧାରଣ ହୁଏ । ତେଣୁ, ଭାରତର ଜନତା ଏହି ଅଗଣତାନ୍ତ୍ରିକ ବିଚାରକୁ କେବେ ବି ସ୍ଵୀକାର କରିବେ ନାହିଁ ।"
देशहित, व्यवस्था को ठीक करने के दावे और छात्रों के हितों के नाम पर शुरू हुए विरोध प्रदर्शन का असली चरित्र अब किसी से छिपा नहीं है। खुले तौर पर "Regime Change" और बांग्लादेश से प्रेरणा लेने की बात करना स्पष्ट करता है कि यह छात्रों की आड़ में केवल देश में अराजकता फैलाने और राजनीतिक व्यवस्था को अस्थिर करने की सोची-समझी साजिश है। मगर, विदेशी ताकतों के दम पर सत्ता का सपना देखने वाले ये देश विरोधी लोग समझ लें कि भारत में सत्ता परिवर्तन केवल लोकतांत्रिक प्रक्रिया से तय होता है। इसलिए, भारत की जनता इस अलोकतांत्रिक सोच को कभी स्वीकार नहीं करेगी। हार का शतक लगा चुके नेता प्रतिपक्ष @RahulGandhi बार-बार जनता के जनादेश को अपमानित करते हैं। चुनावी प्रक्रिया से मनचाहा परिणाम न मिलने पर लोकतांत्रिक संस्थाओं के प्रति अविश्वास पैदा करने की @INCIndia की कोशिश और राजनीतिक स्वार्थ के लिए आए दिन जनता को परेशान करना इनका हमेशा से उद्देश्य रहा है। यह उसी लोकतंत्र विरोधी कांग्रेसी मानसिकता को दिखाता है जिसमें देशवासियों के अधिकारों को कुचल दिया गया था। हाथ में संविधान लेकर घूमने वाले संविधान विरोधी राहुल गांधी को जनता बार-बार नकार चुकी है। फिर भी सत्ता की लालसा में अपनी जिद में जनादेश का अपमान और संवैधानिक संस्थाओं पर सवाल उठाकर लोकतंत्र की मर्यादाओं को तार-तार किया जा रहा है। राहुल गांधी जी, लोकतंत्र के प्रति आपका यह नफरती रवैया बेहद शर्मनाक है!
— Dharmendra Pradhan (@dpradhanbjp) October 16, 2026
ପରାଜୟରେ ଶତକ ପୂରଣ କରିଥିବା ବିରୋଧୀ ଦଳ ନେତା ରାହୁଲ୍ ଗାନ୍ଧୀ ବାରମ୍ବାର ଜନତା ଦେଇଥିବା ଜନମତକୁ ଅପମାନିତ କରୁଛନ୍ତି । ନିର୍ବାଚନୀ ପ୍ରକ୍ରିୟାରେ ନିଜେ ଚାହୁଁଥିବା ଫଳାଫଳ ନ ମିଳିବା ପରେ ଗଣତାନ୍ତ୍ରିକ ସଂସ୍ଥା ପ୍ରତି ଅବିଶ୍ଵାସ ସୃଷ୍ଟି କରିବା କଂଗ୍ରେସର ପ୍ରୟାସ ଓ ରାଜନୈତିକ ସ୍ଵାର୍ଥ ପାଇଁ ସବୁବେଳେ ଲୋକଙ୍କୁ ହଇରାଣ ହରକତ କରିବା ଉଦ୍ଦେଶ୍ୟ ବୋଲି କହିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହା ସେହି ଗଣତନ୍ତ୍ର ବିରୋଧୀ କଂଗ୍ରେସର ମାନସିକତାକୁ ଦେଖାଉଛି । ଯେଉଁଥିରେ ଦେଶବାସୀଙ୍କ ଅଧିକାରୀକୁ ଦଳି ଦିଆଯାଇଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଏଥିସହ ପଢ଼ନ୍ତୁ: ଭୋଟ ଚୋରି ଅଭିଯୋଗ ନେଇ କଂଗ୍ରେସକୁ କଟାକ୍ଷ କଲେ ରାଜନାଥ ସିଂ
ହାତରେ ସମ୍ବିଧାନ ନେଇ ବୁଲୁଥିବା ସମ୍ବିଧାନ ବିରୋଧୀ ରାହୁଲ୍ ଗାନ୍ଧୀଙ୍କୁ ଜନତା ବାରମ୍ବାର ପ୍ରତ୍ୟାଖ୍ୟାନ କରି ସାରିଛନ୍ତି । ତଥାପି କ୍ଷମତାର ଲୋଭରେ ସେ ତାଙ୍କ ଜିଦ୍ରେ ଜନାଦେଶର ଅପମାନ ଓ ସାମ୍ବିଧାନିକ ସଂସ୍ଥା ଉପରେ ପ୍ରଶ୍ନ ଉଠାଇ ଗଣତନ୍ତ୍ର ମର୍ଯ୍ୟାଦାକୁ ଛାରଖାର କରୁଛନ୍ତି । ଗଣତନ୍ତ୍ର ପ୍ରତି ରାହୁଲ ଗାନ୍ଧୀଙ୍କ ଏଭଳି ଘୃଣାଭାବ ବହୁତ ଲଜ୍ଜାଜନକ ବୋଲି କହିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
📱 Get Argus News App
✨Related Topics
Explore more stories