Dharmendra Pradhan / ଭାଷା ସବୁବେଳେ ଯୋଡ଼ିଥାଏ, ବିଭାଜନ କରେ ନାହିଁ: ଧର୍ମେନ୍ଦ୍ର ପ୍ରଧାନ
·8 months ago·2 min read

Key Points
ଭାରତରେ ଶିକ୍ଷା ବହୁ ପୁରୁଣା ପରମ୍ପରା । ସାହିତ୍ୟ ଏକ ଶବ୍ଦରେ ସୀମିତ ବିଷୟ ନୁହେଁ । ଭାରତୀୟ ଭାଷା ହେଉଛି ବୈଜ୍ଞାନିକ ଉପଲବ୍ଧି ।
ନୂଆଦିଲ୍ଲୀ: ଦିଲ୍ଲୀ କୌଶଲ ଭବନରେ ବିଭିନ୍ନ ଭାରତୀୟ ଭାଷାର ପୁସ୍ତକ ଉନ୍ମୋଚିତ ହୋଇଛି । କେନ୍ଦ୍ରୀୟ ଭାରତୀୟ ସଂସ୍ଥା ଦ୍ୱାରା ପ୍ରକାଶିତ କନ୍ନଡ, ଓଡ଼ିଆ, ତେଲଗୁ ଏବଂ ମାଲାୟାଲମ ଭାଷାର ପୁସ୍ତକକୁ ଉନ୍ମୋଚିତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କନ୍ନଡ଼, ଓଡ଼ିଆ, ମାଲାୟାଲମ ଭାଷାର ୪୧ଟି ପୁସ୍ତକ ସହ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନ ଦ୍ଵାରା ପ୍ରକାଶିତ ୧୪ଟି ପୁସ୍ତକ ଏଭଳି ଭାବେ ମୋଟ ୫୫ଟି ପୁସ୍ତକର ଉନ୍ମୋଚନ କରିଛନ୍ତି । ଯେଉଁଥିରେ, ୮ଟି ଓଡ଼ିଆ ପୁସ୍ତକ ଏବଂ ଦୁଇଟି ଓଡ଼ିଆ ପୁସ୍ତକକୁ ଇଂରାଜୀ ଭାଷାରେ ଉନ୍ମୋଚନ କରାଯାଇଛି ।
ଏଥିସହ ପଢ଼ନ୍ତୁ: ନୂଆ ଦଳ ଗଠନ ପୂର୍ବରୁ ଶକ୍ତି ପ୍ରଦର୍ଶନ କରିବେ ମୋକିମ୍; ଜାନୁଆରୀ ୧୨ରେ ଯୁବ ସମାବେଶ
ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ବୋଧନ ଦେଇ କହିଛନ୍ତି, "ଭାରତୀୟ ସମିତିର ପ୍ରୟାସରେ ସମସ୍ତେ ଏକାଠି ହୋଇଛେ । ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଭାରତୀୟ ଭାଷା ଆଧାରିତ ଶିକ୍ଷାର ପରିକଳ୍ପନା କରିଥିଲା ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତରେ ଶିକ୍ଷା ବହୁ ପୁରୁଣା ପରମ୍ପରା । ସାହିତ୍ୟ ଏକ ଶବ୍ଦରେ ସୀମିତ ବିଷୟ ନୁହେଁ । ଭାରତୀୟ ଭାଷା ହେଉଛି ବୈଜ୍ଞାନିକ ଉପଲବ୍ଧି । ସମସ୍ତ ଭାରତୀୟ ବହୁଭାଷୀ ଅଟନ୍ତି । ଭାରତରେ ଅତି କମ୍ରେ ଏକ ହଜାରରୁ ଅଧିକ ଭାଷା ରହିଛି । ସମସ୍ତଙ୍କ ପରିଚୟ ଓ ସ୍ଵାଭିମାନ ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଇଂରେଜମାନେ ନୀତି ଆଣି ଭାରତରେ ଭାଷାରେ ବାଧକ ସାଜିଥିଲେ । କିନ୍ତୁ ଆମ ସଭ୍ୟତା ପ୍ରମାଣିତ କରିଛି ଭାଷା ସବୁବେଳେ ଯୋଡ଼ିଥାଏ, ବିଭାଜନ କରେ ନାହିଁ । ସମସ୍ତ ଭାଷାର ନିଜସ୍ଵ ମଧୁରତା, କୋମଳତା ରହିଛି । ଏକ ଶବ୍ଦରେ ଅନେକ ଭାବାର୍ଥ ରହିଛି । ଉଚ୍ଚାରଣରେ ଭାବାର୍ଥ ବଦଳି ଯାଏ ।
ପ୍ରଧାନମନ୍ତ୍ରୀ ମୋଦି କୁହନ୍ତି ଭାରତର ସବୁ ଭାଷା ରାଷ୍ଟ୍ରୀୟ ଭାଷା । ପ୍ରଧାନମନ୍ତ୍ରୀ ଏକ ଆଲେଖ୍ୟ ଲେଖିଛନ୍ତି, ଯେଉଁଥିରେ ୧୦୨୬ ବର୍ଷର କଥା ଲେଖା ହୋଇଛି । ସେତେବେଳେ ସୋମନାଥଙ୍କୁ ଲୁଣ୍ଠନ ପାଇଁ ପ୍ରୟାସ ହୋଇଥିବା ୨୦୨୬ରେ ପ୍ରଧାନମନ୍ତ୍ରୀ ଲେଖିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ସେ କହିଛନ୍ତି, "ଭାରତର ମୂଳ ସଭ୍ୟତାକୁ କ୍ଷତି ପହଞ୍ଚା ଯାଇଛି । ଆମ ଭାଷାକୁ ବିଲୁପ୍ତ ପାଇଁ ପ୍ରୟାସ ହୋଇଛି । କିନ୍ତୁ ଭାରତୀୟ ଭାଷା ବଞ୍ଚି ରହିଛି । ଏବେ ସରକାର ଭାରତୀୟ ଭାଷାକୁ ପ୍ରାଥମିକତା ଦେଉଛନ୍ତି । ଆମ ପାଖରେ ସଂସ୍କୃତ, ତାମିଲ, ତେଲୁଗୁ, ମାଲାୟଲମ୍, କନ୍ନଡ଼ ଓ ଓଡ଼ିଆ ଭଳି ୬ ଶାସ୍ତ୍ରୀୟ ଭାଷା ରହିଛି । ଗତବର୍ଷ ସରକାର ଆଉ ୫ ଭାଷା ମରାଠି, ବେଙ୍ଗଲି, ଅହମିୟା ସହ ଆଉ ୨ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେଇଛନ୍ତି ।'
ଏଥିସହ ପଢ଼ନ୍ତୁ: ସବୁ ରେକର୍ଡ ଭାଙ୍ଗିଲେ ତମନ୍ନା ଭାଟିଆ; ୬ ମିନିଟ୍ ଡ୍ୟାନ୍ସ ପାଇଁ ନେଲେ ୬ କୋଟି
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, "୨୨ଟି ଆଦିବାସୀ ଭାଷାରେ ଏକ ହଜାର ଲେଖାଏଁ ପୁସ୍ତକ ଅନୁବାଦ କରାଯିବ । ଜ୍ଞାନ ଭାରତମ୍ ଜରିଆରେ ପୁରାତନ କିମ୍ବଦନ୍ତୀର ଡିଜିଟାଲ୍ ସଂରକ୍ଷଣ କରାଯିବ । ଭାଷାକୁ ବଞ୍ଚାଇବା ପାଇଁ ବଜେଟ୍ର ଅଭାବ ନାହିଁ । ପ୍ରଯୁକ୍ତି ବିଦ୍ଯାର ବ୍ୟବହାର କରି ଭାଷାକୁ ସଂରକ୍ଷଣ ସହ ପ୍ରୋତ୍ସାହନ ଦିଆଯାଉଛି, ଆଗକୁ ନିଆ ଯାଉଛି ।"

ଯେଉଁମାନେ ରାଜନୀତିକ ସ୍ଵାର୍ଥ ଦୃଷ୍ଟିରୁ ଦେଶରେ ବିଭାଜନ ସୃଷ୍ଟି କରିବାକୁ ଚାହୁଁଛନ୍ତି । ସେମାନେ ପୁସ୍ତକ ପଢ଼ନ୍ତୁ । ଭାରତର ସୀମା ଏବେର ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପିଥିଲା । ଯାହା ବହିରେ ଲେଖା ଅଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Related Topics
Explore more stories