Let Cadre Death Islamabad / ମସଜିଦ ପରିସରରେ ଟଳିପଡ଼ିଲା ଲସ୍କର କମାଣ୍ଡର; ରହସ୍ୟଘେରରେ ମୃତ୍ୟୁର କାରଣ
·2 weeks ago·2 min read

Key Points
ଇସଲାମାବାଦ ସ୍ଥିତ କୁବା ମସଜିଦ ଠାରେ ରହସ୍ୟମୟ ସ୍ଥିତିରେ ଟଳି ପଡ଼ିଛି ଲସ୍କର କମାଣ୍ଡର କାରୀ ସଇଦ ଅବଦୁଲ ଅଜିଜ।
LeT Commander Qari Saeed Abdul Aziz: ଶନିବାର (ଅଗଷ୍ଟ ୮) ପାକିସ୍ତାନ ରାଜଧାନୀ ଇସଲାମାବାଦ ସ୍ଥିତ ଏକ ମସଜିଦ୍ ପରିସରରେ ସନ୍ଦିଗ୍ଧ ପରିସ୍ଥିତିରେ ପ୍ରାଣ ହରାଇଛି ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଏବା (LeT) ର ବରିଷ୍ଠ କ୍ୟାଡର କାରୀ ସଇଦ ଅବଦୁଲ ଅଜିଜ। ହେଲେ ଏବେ ଏହି ଲସ୍କର କ୍ୟାଡର ମୃତ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ଘଟଣାରେ ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଲସ୍କର କମାଣ୍ଡର ଇସଲାମାବାଦ ସ୍ଥିତ କୁବା ମସଜିଦ ଠାରେ ନମାଜ ପଢିବାକୁ ପହଞ୍ଚିଥିଲା। ହେଲେ ମସଜିଦ ପ୍ରବେଶ ଦ୍ୱାରରେ ପହଞ୍ଚିବା ମାତ୍ରେ ସେ ହଠାତ୍ ପଡ଼ିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ତାହାର ମୃତ୍ୟୁ ହୋଇ ସାରିଥିଲା।
ନମାଜ ପୂର୍ବରୁ ଏକ ଅଜ୍ଞାତ ସ୍ଥାନରେ କରିଥିଲା ଭୋଜନ
କୁହାଯାଉଛି ଯେ ଲସ୍କର କମାଣ୍ଡର (LeT Commander) କାରୀ ସଇଦ ଅବଦୁଲ ଅଜିଜ (Qari Saeed Abdul Aziz) ମସଜିଦ ଠାରେ ପହଞ୍ଚିବା ପୂର୍ବରୁ ଏକ ଅଜ୍ଞାତ ସ୍ଥାନରେ ଭୋଜନ କରିଥିଲା। ଏହା ପରେ ସେ ନମାଜ ପଢିବାକୁ ଇସଲାମାବାଦ ସ୍ଥିତ କୁବା ମସଜିଦ (Quba Masjid Islamabad) ଠାରେ ପହଞ୍ଚିଥିଲା। ହେଲେ ତଥାପି, ସ୍ଥାନୀୟ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ତାହାର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି। ଯାହା ଫଳରେ ତାହାର ମୃତ୍ୟୁକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।
ଏହା ସହ ପଢନ୍ତୁ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ମସଜିଦ ଇମାମ ଗିରଫ; ଲସ୍କର ନେଟୱାର୍କ ସହ ଲିଙ୍କ୍ ରହିଥିବାର ହେଉଛି ଦାବି
ସଙ୍ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିଲା
କାରୀ ସଇଦ ଅବଦୁଲ ଅଜିଜ, ଲସ୍କର-ଏ-ତୋଏବା (Lashkar-e-Taiba) ସଙ୍ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ସେ ଜାମୁ କାଶ୍ମୀରରେ ନିହତ ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କ ପରିବାର ସହିତ ଯୋଗାଯୋଗ ବଜାୟ ରଖିବା ଏବଂ ସହାୟତା ପ୍ରଦାନ କରିବା ପାଇଁ ଦାୟୀ ବିଭାଗର ତତ୍ତ୍ୱାବଧାନ ରହିଥିଲା। ଲସ୍କର ସଙ୍ଗଠନ ମଧ୍ୟରେ ତାହାର ଭୂମିକାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା ବୋଲି କୁହାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ରହିଛି ରହସ୍ୟମୟ
ଏହି ଲସ୍କର କମାଣ୍ଡରର ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣା ପଡି଼ନାହିଁ। କୌଣସି ଅସୁସ୍ଥତା କିମ୍ବା ଅନ୍ୟ କୌଣସି କାରଣ ସମ୍ପର୍କରେ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ। ତାହାର ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ସୁରକ୍ଷା ଏବଂ ଗୁଇନ୍ଦା ବିଭାଗ ମଧ୍ୟ ଏହି ମାମଲା ଉପରେ ସତର୍କ ନଜର ରଖିଛି।

Related Topics
Explore more stories
Lashkar e Taiba commander mysterious deathLeT operative dies in Islamabad mosqueLashkar e Taiba terrorist collapse IslamabadPakistan terror outfit operative deathUnknown gunman strategy Lashkar PakistanAbdul Aziz Lashkar e Taiba deathQuba Mosque Islamabad Lashkar deathMysterious death of LeT cadre in Pakistan