|
logo
Live
Argus News App
GET APP

Argus News - ISI ନିର୍ଦ୍ଦେଶରେ ରଚୁଥିଲା ଷଡ଼ଯନ୍ତ୍ର; ଧରାପଡ଼ିଲା ଲସ୍କର ଆତଙ୍କୀ ଶବିର ଅହମ୍ମଦ

National

Lashkar Terrorist Arrest / ISI ନିର୍ଦ୍ଦେଶରେ ରଚୁଥିଲା ଷଡ଼ଯନ୍ତ୍ର; ଧରାପଡ଼ିଲା ଲସ୍କର ଆତଙ୍କୀ ଶବିର ଅହମ୍ମଦ

Debashree Debasmita Sahoo
Browse all articles by Debashree Debasmita Sahoo
·2 days ago·2 min read
ISI ନିର୍ଦ୍ଦେଶରେ ରଚୁଥିଲା ଷଡ଼ଯନ୍ତ୍ର; ଧରାପଡ଼ିଲା ଲସ୍କର ଆତଙ୍କୀ ଶବିର ଅହମ୍ମଦ
Lashkar Terrorist Arrest

Key Points

ଧରାପଡ଼ିଲା ଲସ୍କର ଆତଙ୍କୀ ଶବିର ଅହମ୍ମଦ
ଦିଲ୍ଲୀ ସୀମାରୁ ଅହମ୍ମଦକୁ ଗିରଫ କଲା ସୁରକ୍ଷା ଏଜେନ୍ସି
ପାକିସ୍ତାନୀ ଗୁପ୍ତଚର ସଂସ୍ଥା ISI ନିର୍ଦ୍ଦେଶରେ ରଚୁଥିଲା ଷଡ଼ଯନ୍ତ୍ର
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ପାକିସ୍ତାନ ସ୍ଥିତ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଇବାର ଆତଙ୍କୀ ଶବିର ଅହମ୍ମଦକୁ ଗିରଫ କରିଛି । ଦିଲ୍ଲୀ ସୀମାରୁ ଅହମ୍ମଦକୁ ଗିରଫ କରିଛି ସୁରକ୍ଷା ଏଜେନ୍ସି । ଶବୀର ଅହମ୍ମଦ ବାଂଲାଦେଶରେ ବସି ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ ଇସାରାରେ ଲସ୍କରର ଏକ ନୂଆ ମଡ୍ୟୁଲ ତିଆରି କରୁଥିଲା । ଭାରତର ଯୁବପିଢିଙ୍କ ମନରେ ଭାରତ ବିରୋଧୀ ଚିନ୍ତାଧାରା ଭର୍ତ୍ତି କରି ସେମାନଙ୍କୁ ଆତଙ୍କୀ ସଂଗଠନରେ ସାମିଲ କରିବାକୁ ଉଦ୍ୟମ ଚଳାଇଥିଲା ।

ଦିଲ୍ଲୀ ସ୍ପେଶାଲ ଟିମ ମାର୍ଚ୍ଚ ୨୯ ତାରିଖ ବିଳମ୍ବିତ ରାତିରେ ଉତ୍ତର-ପୂର୍ବ ଦିଲ୍ଲୀର ଗାଜିପୁର ସୀମାରେ ଚଢାଉ କରି ଶବିର ଅହମ୍ମଦକୁ ଗିରଫ କରିଛି । ପୋଲିସ କହିଛି ଯେ ନିକଟରେ ଯେଉଁ ଲସ୍କର ମଡ୍ୟୁଲର ଖୁଲାସା ହୋଇଥିଲା, ଶବିର ଉକ୍ତ ମଡ୍ୟୁଲର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ହ୍ୟାଣ୍ଡେଲର ଥିଲା । ଶେଷରେ ପୋଲିସ ଏହି ଆତଙ୍କୀକୁ ଗିରଫ କରିବାରେ ସଫଳ ହୋଇଛି ।

ନେପାଳ ଦେଇ ଭାରତରେ ପଶିଥିଲା
ତଦନ୍ତରୁ ଜଣାପଡ଼ିଛି ଯେ ଶବିର ଭାରତକୁ ସିଧାସଳଖ ପ୍ରବେଶ କରିନଥିଲା, ବରଂ ନେପାଳ ସୀମା ଦେଇ ଲୁଚିଛପି ଭାରତରେ ପହଞ୍ଚିଥିଲା । ଏହାପରେ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ରହି ଆତଙ୍କୀ ସଂଗଠନ ଲାଗି ନୂଆ ଲୋକଙ୍କୁ ଖୋଜୁଥିଲା । ପୋଲିସର କହିବାନୁସାରେ, ଶବିରକୁ ପାକିସ୍ତାନରେ ବସିଥିବା ଲସ୍କରର ହ୍ୟାଣ୍ଡେଲରଙ୍କଠାରୁ ଲଗାତାର ନିର୍ଦ୍ଦେଶ ମିଳୁଥିଲା । ଏମାନେ ଭାରତରେ ନିଜ ନେଟୱର୍କକୁ ସୁଦୃଢ କରିବା ନୂଆ ଯୁବକଙ୍କ ବ୍ରେନୱାସ କରି ସେମାନଙ୍କୁ ସଂଗଠନରେ ସାମିଲ କରିବାକୁ ଉଦ୍ୟମ କରୁଥିଲେ ।

କେମିତି ପାକିସ୍ତାନ ଆତଙ୍କୀଙ୍କ ସହ କଥା ହେଉଥିଲା ଶବିର ?
ପଚରାଉଚରା ସମୟରେ ଶବିର ଏନକ୍ରିପ୍ଟେଡ୍ ମେସେଜିଂ ଆପ୍ ଓ ସୋସିଆଲ ମିଡିଆ ଜରିଆରେ ଯୁବକଙ୍କ ସହିତ ଯୋଗାଯୋଗ କରୁଥିଲା । ସେମାନଙ୍କୁ କଟ୍ଟରପନ୍ଥୀ ବିଚାରଧାରା ଆଡକୁ ଆକର୍ଷିତ କରିବା ସହ ଆତଙ୍କୀ ସଂଗଠନରେ ସାମିଲ ହେବା ଲାଗି ପ୍ରବର୍ତ୍ତାଉଥିଲା । ଏଜେନ୍ସିର କହିବାନୁସାରେ, ଶବିର ଭାରତରେ ଆତଙ୍କୀ ନେଟୱର୍କକୁ ମଜଭୁତ କରିବା ଲାଗି ଉଦ୍ୟମ କରୁଥିଲା, ଯାହାଦ୍ଵାରା ଆଗାମୀ ଦିନରେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିପାରିବ । କିନ୍ତୁ ତାର ସବୁ ଯୋଜନା ପଣ୍ଡ ହୋଇଛି । ସୀମାରୁ ଶବିରକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ପଢନ୍ତୁ ଏହି ଖବର: ଭାରତକୁ ଟାର୍ଗେଟ କରୁଥିବା ଆତଙ୍କବାଦୀଙ୍କୁ ଏବେ ବି ଛାତ ଯୋଗାଉଛି ପାକିସ୍ତାନ

ଯେତେବେଳେ ପୋଲିସ ଶବିରକୁ ଗିରଫ କରିଥିଲା, ସେତେବେଳେ ତା' ନିକଟରୁ ଅନେକ ଦେଶର ମୁଦ୍ରା ଓ ଅନେକ ସାମଗ୍ରୀ ଜବତ ହୋଇଛି । ଏଥିରେ ବାଂଲାଦେଶୀ ଟକା, ପାକିସ୍ତାନୀ ମୁଦ୍ରା, ନେପାଳୀ ଓ ଭାରତୀୟ ମୁଦ୍ରା ସାମିଲ । ଏହାବ୍ୟତୀତ ଏକ ନେପାଳି ସିମ୍ କାର୍ଡ, ମୋବାଇଲ ଫୋନ, ଆଧାର କାର୍ଡର କପି ଓ କପଡ଼ା ଭର୍ତ୍ତି ଏକ ବ୍ୟାଗ୍ ମିଳିଛି । ପୋଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ପାକିସ୍ତାନ ଓ ବାଂଲାଦେଶରେ ବସିଥିବା ଅନେକ ହ୍ୟାଣ୍ଡେଲରଙ୍କ ସହ ଯୋଗାଯୋଗରେ ଥିଲା ଶବିର । ସେମାନଙ୍କ ଜରିଆରେ ଭାରତୀୟ ଯୁବକଙ୍କୁ ଆତଙ୍କୀ ସଂଗଠନରେ ସାମିଲ କରିବାକୁ ଉଦ୍ୟମ କରୁଥିଲା ।

ପୂର୍ବରୁ ଧରାପଡ଼ି ଜେଲ୍ କାଟିଥିଲା ଶବିର
ଆତଙ୍କୀ ଶବିର ଅହମ୍ମଦକୁ ୨୦୦୭ରେ ଦିଲ୍ଲୀ ପୋଲିସ AK-47, ଗ୍ରେନେଡ୍ ଓ ଅନେକ ଅସ୍ତ୍ରଶସ୍ତ୍ର ସହ ଗିରଫ କରିଥିଲା । ଏହାପରେ ସେ ୨୦୧୮ ପର୍ଯ୍ୟନ୍ତ ଦିଲ୍ଲୀ ତିହାର ଜେଲରେ ଥିଲା । ଜେଲରୁ ମୁକୁଳିବା ପରେ ପୁଣି ଆତଙ୍କୀ ସଂଗଠନ ସହ ଯୋଡ଼ି ହୋଇଥିଲା । ଏଥର ବାଂଲାଦେଶକୁ ନିଜର ନୂଆ ଠିକଣା କରି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଥିଲା । ଏବେ ଭାରତରେ ଅବୈଧ ଭାବେ ପ୍ରବେଶ କରିବା ପରେ ପୋଲିସ ହାବୁଡ଼ରେ ପଡ଼ିଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lashkar Terrorist Arrest: ISI ନିର୍ଦ୍ଦେଶରେ ରଚୁଥିଲା ଷଡ଼ଯନ୍ତ୍ର; ଧରାପଡ଼ିଲା ଲସ୍କର ଆତଙ୍କୀ ଶବିର ଅହମ୍ମଦ | Argus News