Videos
|
National

Latif Bhat Encounter / 'ଦୌଡ଼ି ପାରିବ, ଲୁଚି ପାରିବ ନାହିଁ'! ଲତିଫ୍ ଭଟ୍ଟ ଏନକାଉଣ୍ଟର ପରେ କାଶ୍ମୀର ପୋଲିସର ପୋଷ୍ଟ ଭାଇରାଲ୍

Subhramjit Ray
Browse all articles by Subhramjit Ray
·53 mins ago·3 min read
'ଦୌଡ଼ି ପାରିବ, ଲୁଚି ପାରିବ ନାହିଁ'! ଲତିଫ୍ ଭଟ୍ଟ ଏନକାଉଣ୍ଟର ପରେ କାଶ୍ମୀର ପୋଲିସର ପୋଷ୍ଟ ଭାଇରାଲ୍
YOU CAN RUN, BUT CAN'T HIDE! (Photo Source: Social Media/AI)

Key Points

ଜାମୁ-କାଶ୍ମୀରର କୁଲଗାମ ଏନକାଉଣ୍ଟରରେ ଲସ୍କର କମାଣ୍ଡର ଲତିଫ୍ ଭଟ୍ଟ ନିହତ ହେବା ପରେ କାଶ୍ମୀର ପୋଲିସର ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ୍ ହୋଇଛି। 'ତୁମେ ଦୌଡ଼ି ପାରିବ, ହେଲେ ଲୁଚି ପାରିବ ନାହିଁ' ବାର୍ତ୍ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। CRPF ଡିଜିଙ୍କ ପୋଷ୍ଟ ମଧ୍ୟ ଆକର୍ଷଣ ସାଜିଛି।
 ଜାସ  ବୁଧବାର (୧୮ ନଭେମ୍ବର) ଜାମୁ କାଶ୍ମୀରର କୁଲଗାମ ଠାରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ଟଳି ପଡ଼ିଛି ଲସ୍କର-ଏ-ତୋଏବା (LeT) କମାଣ୍ଡର ଲତିଫ ଭଟ୍ଟ। ଆଜକୁ ପ୍ରାୟ ୮ ଦିନ ପୂର୍ବେ ଗତ ବୁଧବାର (୧୧ ନଭେମ୍ବର) କୁଲଗାମ ଠାରେ ସିଆରପିଏଫ୍ ଶିବିର ଉପରେ (CRPF Camp) ଉପରେ ହୋଇଥିବା ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ଏହି ଲସ୍କର କମାଣ୍ଡର।

ଏହି କାର୍ଯ୍ୟାନୁଷ୍ଠାନ ପରେ ସିଆରପିଏଫ୍ ଡିଜି (CRPF DG) ଜ୍ଞାନେନ୍ଦ୍ର ପ୍ରତାପ ସିଂହ ଏକ ଆକର୍ଷଣୀୟ ସୋସିଆଲ୍ ମିଡ଼ିଆ ପୋଷ୍ଟ ପୋଷ୍ଟ କରିଛନ୍ତି। ଡିଜି ସିଂହ ଲେଖିଛନ୍ତି, "ବନ୍ଧୁଗଣ, ଅଭିନନ୍ଦନ। କିଛି ଖାଦ୍ୟ ଶୀତ ଦିନେ ପରିବେଷଣ କରିବା ପାଇଁ ସର୍ବୋତ୍ତମ ହୋଇଥାଏ। ଏହି ଖାଦ୍ୟ ଶୀତ ଦିନ ପାଇଁ ସର୍ବୋତ୍ତମ।" ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଲୋକେ ଏହାକୁ ବିଭିନ୍ନ ଉପାୟରେ ବ୍ୟାଖ୍ୟା କରିବାରେ ଲାଗିଛନ୍ତି।


ଅନ୍ୟପଟେ ଜାମୁ କାଶ୍ମୀର ପୋଲିସ ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି ଲେଖିଛନ୍ତି, "ତୁମେ ଦୌଡ଼ି ପାରିବ, ହେଲେ ତୁମେ ଲୁଚି ପାରିବ ନାହିଁ।" କାଶ୍ମୀର ଉପତ୍ୟକାରେ ଜୀବିତ ରହିଥିବା ଏକମାତ୍ର ସ୍ଥାନୀୟ ଆତଙ୍କବାଦୀ ଥିଲା ଲସ୍କର କମାଣ୍ଡର ଲତିଫ୍ ଭଟ୍ଟ।


ଅଧିକାରୀ କହିଛନ୍ତି ଯେ ବୁଧବାର ସକାଳେ ମସଜିଦ ଠାରେ ନମାଜ ଲାଗି ଆଜାନ୍ ହେବା ପୂର୍ବରୁ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଗତ ସୋମବାର (୧୬ ନଭେମ୍ବର) ସୁରକ୍ଷା ବାହିନୀ ଦକ୍ଷିଣ କାଶ୍ମୀରର ଲାରୁ ବାଇପାସ୍ ଅଞ୍ଚଳରେ ଉମର ନିସାର ଡାର୍ ନାମକ ଅନ୍ୟ ଜଣେ ଆତଙ୍କବାଦୀ ସହ ମୁହାଁମୁହିଁ ହୋଇଥିଲା। ଗତ ନଭେମ୍ବର ୧୧ ତାରିଖ ବୁଧାବାର କୁଲଗାମ୍‌ ଜିଲ୍ଲାରେ ସିଆରପିଏଫ୍ ଯବାନଙ୍କ (CRPF Jawan) ଉପରେ ଆକ୍ରମଣରେ ଜଡି଼ତ ଆତଙ୍କବାଦୀଙ୍କ ମଧ୍ୟରୁ ଡାର୍ ଥିଲା ଅନ୍ୟତମ। ସୁରକ୍ଷା ବାହିନୀ ସହ ମୁହାଁମୁହିଁ ହେବା ବେଳେ ଡାର ଘଟଣାସ୍ଥଳରେ ଟଳି ପଡ଼ିଥିଲା। ହେଲେ ଲତିଫ୍ ଭଟ୍ଟ ଏନକାଉଣ୍ଟର ସ୍ଥଳରୁ ଖସି ପଳାଇ ଯାଇଥିଲେ।

ଏହା ସହ ପଢନ୍ତୁ: କୁଲଗାମ ଏନକାଉଣ୍ଟରରେ ନିହତ ଲସ୍କର କମାଣ୍ଡର ଲତିଫ ଭଟ୍ଟ, CRPF ଆକ୍ରମଣର ୮ ଦିନ ପରେ ବଡ଼ ସଫଳତା

ଗତ ନଭେମ୍ବର ୧୧ ​​ତାରିଖରେ ଲତିଫ୍ ଭଟ୍ଟ ଏବଂ ଉମର ନିସାର ଡାର୍ କୁଲଗାମ ସ୍ଥିତ ସିଆରପିଏଏଫ୍ ଚେକ୍ ପୋଷ୍ଟ ଉପରେ କରିଥିଲେ ଆକ୍ରମଣ। ଯେଉଁଥିରେ ୩ ଜଣ CRPF ଯବାନ ଆହତ ହୋଇଥିଲେ। ଏହି ଆକ୍ରମଣ ପରେ ତତ୍କାଳ ଆରମ୍ଭ ହୋଇଥିଲା ଏକ ସର୍ଚ୍ଚ ଅପରେସନ୍। ଗୁଇନ୍ଦା ସୂଚନା ଆଧାରରେ, ସୁରକ୍ଷା ବାହିନୀ ଦକ୍ଷିଣ କାଶ୍ମୀର ସ୍ଥିତ ଦେବସର ଅଞ୍ଚଳର ଜଙ୍ଗଲପୋରା ଠାରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ସେତେବେଳେ ଲତିଫ୍ ଭଟ୍ଟ ସୁରକ୍ଷା ବାହିନୀ ହାତରେ ଘେରି ହୋଇଯିବା ପରେ ତାକୁ ଆତ୍ମସମର୍ପଣ କରିବାକୁ ସୁଯୋଗ ଦିଆଯାଇଥିଲା। ହେଲେ ଏହି ଲସ୍କର କମାଣ୍ଡର ଆତ୍ମସମର୍ପଣ କରି ମନା କରି ଦେଇଥିଲେ।

ମିଳିଥିବା ଖବର ଅନୁସାରେ ଉମର ନିସାର ଡାର୍ ପ୍ରାୟ ୬ ମାସ ପାଇଁ ଲତିଫ୍ ଭଟ୍ଟକୁ ଆଶ୍ରୟ ଦେଇଥିଲେ। ଏପରିକି ସେ ତାକୁ ଅନ୍ୟାନ୍ୟ ଆବଶ୍ୟକୀୟ ସହାୟତା ମଧ୍ୟ ଯୋଗାଇ ଦେଉଥିଲା। ଏହି ୨ ଆତଙ୍କ ମିଶି ନିକଟରେ କୁଲଗାମ ସ୍ଥିତ ସିଆରପିଏଫ୍ ଚେକ୍ ପୋଷ୍ଟ ଉପରେ ଆକ୍ରମଣ (Kulgam CRPF Check Post Attack) କରିଥିଲେ। ଏହା ପୂର୍ବରୁ ସେମାନେ ଏଠାରେ ରେକି ମଧ୍ୟ କରିଥିଲେ। ଡାର୍ ପୂର୍ବରୁ ଜଣେ ରୁଟି ବନାଇବା (Bread Maker) କାମ କରୁଥିଲେ। ଏହି ଆକ୍ରମଣ ପରେ ସେ ନିଖୋଜ ହୋଇ ଯାଇଥିବା ନେଇ ଉମର ନିସାର ଡାର୍ ପରିବାର ଲୋକ ସ୍ଥାନୀୟ ଥାନାରେ ଜଣାଇ ଥିଲେ। ହେଲେ ସେ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୋଏବା (Lashkar-e-Taiba) ସହିତ ଜଡିତ ସଙ୍ଗଠନ, "ଦି ରେଜିଷ୍ଟାନ୍ସ ଫ୍ରଣ୍ଟ" (The Resistance Front) ରେ ଯୋଗ ଦେଇଥିଲା। ଯାହାର ପ୍ରାୟ ଗୋଟିଏ ସପ୍ତାହ ପରେ ଗତ ସୋମବାର ସୁରକ୍ଷା ବାହିନୀ ସହିତ ହୋଇଥିବା ଗୁଳିବିନିମୟ ସମୟରେ ସେ ନିହତ ହୋଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: