Kulgam Encounter 2026 / କୁଲଗାମ ଏନକାଉଣ୍ଟରରେ ନିହତ ଲସ୍କର କମାଣ୍ଡର ଲତିଫ ଭଟ୍ଟ, CRPF ଆକ୍ରମଣର ୮ ଦିନ ପରେ ବଡ଼ ସଫଳତା -
·45 mins ago·4 min read

Key Points
ଜମ୍ମୁ-କାଶ୍ମୀରର କୁଲଗାମରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଲସ୍କର-ଏ-ତୋଏବା କମାଣ୍ଡର ଲତିଫ ଭଟ୍ଟ ନିହତ ହୋଇଛି। CRPF ଚେକ୍ ପୋଷ୍ଟ ଉପରେ ଆକ୍ରମଣର ୮ ଦିନ ପରେ ଏହି ସଫଳତା ମିଳିଛି। ଅପରେସନ ପୂର୍ବରୁ ପୋଲିସ ତାକୁ ଆତ୍ମସମର୍ପଣ ପାଇଁ କହିଥିଲା। ଏହି ଘଟଣାରେ ତା'ର ସହଯୋଗୀ ଉମର ନିସାର ଡାର ମଧ୍ୟ ପୂର୍ବରୁ ନିହତ ହୋଇଥିଲା।
ଜାମୁ କାଶ୍ମୀର: ଜାମୁ କାଶ୍ମୀରର କୁଲଗାମ ଠାରେ ହୋଇଥିବା ଏକ ଅପରେସନ୍ ରେ ଟଳିପଡ଼ିଛି ଲସ୍କର-ଏ-ତୋଏବା କମାଣ୍ଡର ଲତିଫ ଭଟ୍ଟ। କୁଲଗାମ ଠାରେ ସିଆରପିଏଫ୍ (CRPF) ଯବାନଙ୍କ ଉପରେ ହୋଇଥିବା ଆକ୍ରମଣର ୮ ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂତ୍ର ଅନୁସାରେ ଏହି ଅପରେସନ, ସିଆରପିଏଫ୍ କ୍ୟାମ୍ପ୍ ଆକ୍ରମଣରେ ଜଡି଼ତ ଲୋକଙ୍କ ସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ବୁଧବାର (୧୮ ନଭେମ୍ବର) ସକାଳରୁ କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଲସ୍କର ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିଲା।
ଲତିଫ ଭଟ୍ ପ୍ରାଣ ହରାଇବା ପରେ ଜାମୁ କାଶ୍ମୀର ପୋଲିସ ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି କହିଛି, "ତୁମେ ଦୌଡ଼ି ପଳାଇ ଯାଇ ପାର, ହେଲେ ଲୁଚି ପାରିବ ନାହିଁ।" ପୋଲିସ କହାବା ଅନୁଯାୟୀ ଏନକାଉଣ୍ଟର ସମୟରେ ଲସ୍କର-ଏ-ତୋଏବା କମାଣ୍ଡର ଲତିଫ ଭଟ୍ ଫସି ଯାଇଥିଲା। ଯାହା ପରେ ପୋଲିସ ତାକୁ ଆତ୍ମସମର୍ପଣ କରିବାକୁ କହିଥିଲା।
ଏହା ସହ ପଢନ୍ତୁ: କୁଲଗାମ ଆତଙ୍କୀ ହମଲା ପଛରେ ଲସ୍କର ମଡ୍ୟୁଲ୍! ୫୦୦ରୁ ଅଧିକ ଲୋକଙ୍କୁ ଜେରା, ୨୦ ଅଟକ
ଘଟଣାକୁ ନେଇ କ'ଣ କହିଲେ ସୁରକ୍ଷା ବାହିନୀ ଅଧିକାରୀ?
ଏହି ଅପରେସନ୍ ଉପରେ ପ୍ରତିକ୍ରିୟା ରଖି ସୁରକ୍ଷା ବାହିନୀ ଅଧିକାରୀ କହିଛନ୍ତି ଯେ ଲତିଫ୍ ଭଟ୍ଟ ଏକ ମସଜିଦ ଭିତରେ ଲୁଚି ରହିଥିଲେ। ତାକୁ ଆତ୍ମସମର୍ପଣ କରିବାକୁ କହିବାରୁ ସେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ।
ଘଟଣାସ୍ଥଳରେ ଏକ ବଡ଼ ଧରଣର ତଲାସୀ ଏବଂ ଘେରାବନ୍ଦୀ ଅଭିଯାନ ଚାଲିଥିଲା। ପ୍ରାୟ ୫ ଶହରୁ ଅଧିକ ଲୋକଙ୍କୁ ଜେରା କରାଯାଇଥିଲା। ପୋଲିସ ଭିଡିଓ କଲ୍ ମାଧ୍ୟମରେ ଲତିଫ୍ ଭଟ୍ଟ ସହିତ କଥା ହୋଇ ଆତ୍ମସମର୍ପଣ କରିବାକୁ କହିଥିଲେ। ହେଲେ ପରେ ଏନକାଉଣ୍ଟର ପ୍ରାୟ ୦୨:୪୫ ସମୟରେ ଆରମ୍ଭ ହୋଇଥିଲା। ଜଣେ ଅଧିକାରୀ ତାକୁ (ଲତିଫ୍ ଭଟ୍ଟ) ଏକଥା କହୁଥିବାର ଶୁଣାଯାଇଥିଲା ଯେ, "ଆମେ ତମ ସହିତ ଅଛୁ।" ହେଲେ ତଥାପି, ଲତିଫ୍ ଭଟ୍ଟ ଆତ୍ମସମର୍ପଣ କରିବାକୁ ମନା କରି କହିଥିଲା ଯେ, "ମୁଁ ଆହ୍ଲାଙ୍କୁ ଭେଟିବାକୁ ଚାହୁଁଛି। ମୁଁ ବହୁତ ଖୁସି।" ଏହା ପୂର୍ବରୁ ଗତ ସୋମବାର (୧୬ ନଭେମ୍ବର) କୁଲଗାମ ଠାରେ ହୋଇଥିବା ଏକ କାର୍ଯ୍ୟାନୁଷ୍ଠାନରେ ଲତିଫ ଭଟ୍ଟ ସହଯୋଗୀ କୁହାଯାଉଥିବା ଉମର ନିସାର ଡାର ନିହତ ହୋଇଥିଲା।
୫୦୦ ରୁ ଅଧିକ ଲୋକଙ୍କୁ ରଖାଯାଇଥିଲା ଅଟକ
ମଙ୍ଗଳବାର (ନଭେମ୍ବର ୧୭), ପୋଲିସ ସିସିଟିଭି ଫୁଟେଜ୍ ଜାରି କରିଥିଲା। ଯେଉଁଥିରେ ଗତ ବୁଧବାର (ନଭେମ୍ବର ୧୧) CRPF ପୋଷ୍ଟ ଉପରେ ଆକ୍ରମଣ କରିବା ପୂର୍ବରୁ ଉମର ନିସାର ଡାର ଏବଂ ଲତିଫ୍ ଭଟ୍ଟ ବିଭିନ୍ନ ସ୍ଥାନ ଉପରେ ସତର୍କ ନଜର (ରେକି) ରଖୁଥିବାର ଦୃଶ୍ୟ ରହିଛି। ଏହି ଆକ୍ରମଣରେ ୩ ଜଣ CRPF ସୈନିକ ଆହତ ହୋଇଥିଲେ। ଏହା ପରେ ସେହି ଅଞ୍ଚଳରେ ଏକ ବ୍ୟାପକ ସନ୍ଧାନ ଏବଂ ଘେରାବନ୍ଦୀ ଅଭିଯାନ ଚାଲିଥିଲା। ପ୍ରାୟ ୫ ଶହରୁ ଅଧିକ ଲୋକଙ୍କୁ ଜେରା କରିବା ପାଇଁ ଅଟକ ରଖାଯାଇଥିଲା।
ଗତ ନଭେମ୍ବର ୧୦ ତାରିଖ ମଙ୍ଗଳବାର, ଉମର ନିସାର ଡାର, ଲସ୍କର-ଏ-ତୋଏବା କମାଣ୍ଡର ଲତିଫ୍ ଭଟ୍ଟ ସହିତ, ମୀର ବଜାର, ଆଖରାନ୍, ହାବଲିଶ୍ ଏବଂ କିଲାମ୍ ସମେତ ଅନେକ ସ୍ଥାନରେ ରେକି କରିଥିଲେ। ଉଦ୍ଦେଶ୍ୟ ଥିଲା ସମ୍ଭାବ୍ୟ ଲକ୍ଷ୍ୟ ଚିହ୍ନଟ କରିବା ଏବଂ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଯୋଜନା କରିବା।" ଗତ ନଭେମ୍ବର ୧୧ ତାରିଖରେ ଡାର ଏବଂ ଭଟ୍ଟ ଆଖରାନ୍ ଠାରେ ଏକ CRPF ଚେକ୍ ପୋଷ୍ଟ ଉପରେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ପରେ ସେମାନଙ୍କୁ CCTV ଫୁଟେଜ୍ ଜାରି ହେବା ପରେ ଚିହ୍ନଟ କରାଯାଇଥିଲା।
ଏହା ସହ ପଢନ୍ତୁ: ସିଆରପିଏଫ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ; ୨ ଯବାନ ଆହତ
ବିଗତ କିଛି ମାସ ଧରି ଭଟ୍ଟକୁ ସହଯୋଗ କରି ଆସୁଥିଲା ଡାର
ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଗତ ନଭେମ୍ବର ୧୦ ତାରିଖରେ ରେକି କରିବା ସମୟରେ ସେମାନଙ୍କର କାର୍ଯ୍ୟକଳାପ ଏବଂ ଅଖରାନ ଠାରେ ସିଆରପିଏଫ୍ ଚେକ୍ ପୋଷ୍ଟ ଉପରେ ଆକ୍ରମଣ ପରେ ସେମାନେ ଫେରାର ହୋଇ ଯାଉଥିବାର ଫୁଟେଜ୍ କଏଦ ହୋଇଥିଲା। ଡାର ନିଖୋଜ ହେବା ପରେ, ତାଙ୍କ ପରିବାର କୁଲଗାମ ସ୍ଥିତ ଥାନାରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଅଧିକାରୀ କହିଛନ୍ତି, "ତଦନ୍ତ ସମୟରେ ଜଣାପଡିଥିଲା ଯେ ଡାର ବିଗତ ୫-୬ ମାସ ଧରି ଭଟ୍ଟଙ୍କୁ ଆଶ୍ରୟ ଦେଇ ଆସୁଥିଲା। ଏପରିକି ତାକୁ ସେ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇ ଆସୁଥିଲା।"
ପୋଲିସ କହିବା ଅନୁଯାୟୀ ସ୍ଥାନୀୟ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଭଟ୍ଟ ଗତ ଜୁଲାଇ ୨୨ ତାରିଖରେ ଅନନ୍ତନାଗ ଠାରେ ପୋଲିସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ସାମିଲ ଥିଲେ। ଯେଉଁଥିରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଅଗଷ୍ଟ ୧ ତାରିଖରେ କୁଲଗାମ ଠାରେ ୨ ଜଣ ପ୍ରବାସୀ ଶ୍ରମିକଙ୍କ ହତ୍ୟା ପଛରେ ମଧ୍ୟ ତାହାର ହାତ ଥିବାର ସନ୍ଦେହ କରାଯାଉଛି।

You Can Run But You Can't Hide !
— J&K Police (@JmuKmrPolice) November 18, 2026

The body of one neutralised terrorist, along with a weapon, have been recovered from the encounter site. The killed Terrorist neutralised during the joint operation is identified as Mohd Lateef Bhat R/o Khrewan, Kulgam. @JmuKmrPolice
— Kashmir Zone Police (@KashmirPolice) November 18, 2026
ଗତ ନଭେମ୍ବର ୧୦ ତାରିଖ ମଙ୍ଗଳବାର, ଉମର ନିସାର ଡାର, ଲସ୍କର-ଏ-ତୋଏବା କମାଣ୍ଡର ଲତିଫ୍ ଭଟ୍ଟ ସହିତ, ମୀର ବଜାର, ଆଖରାନ୍, ହାବଲିଶ୍ ଏବଂ କିଲାମ୍ ସମେତ ଅନେକ ସ୍ଥାନରେ ରେକି କରିଥିଲେ। ଉଦ୍ଦେଶ୍ୟ ଥିଲା ସମ୍ଭାବ୍ୟ ଲକ୍ଷ୍ୟ ଚିହ୍ନଟ କରିବା ଏବଂ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଯୋଜନା କରିବା।" ଗତ ନଭେମ୍ବର ୧୧ ତାରିଖରେ ଡାର ଏବଂ ଭଟ୍ଟ ଆଖରାନ୍ ଠାରେ ଏକ CRPF ଚେକ୍ ପୋଷ୍ଟ ଉପରେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ପରେ ସେମାନଙ୍କୁ CCTV ଫୁଟେଜ୍ ଜାରି ହେବା ପରେ ଚିହ୍ନଟ କରାଯାଇଥିଲା।
ଏହା ସହ ପଢନ୍ତୁ: ସିଆରପିଏଫ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ; ୨ ଯବାନ ଆହତ
ବିଗତ କିଛି ମାସ ଧରି ଭଟ୍ଟକୁ ସହଯୋଗ କରି ଆସୁଥିଲା ଡାର
ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଗତ ନଭେମ୍ବର ୧୦ ତାରିଖରେ ରେକି କରିବା ସମୟରେ ସେମାନଙ୍କର କାର୍ଯ୍ୟକଳାପ ଏବଂ ଅଖରାନ ଠାରେ ସିଆରପିଏଫ୍ ଚେକ୍ ପୋଷ୍ଟ ଉପରେ ଆକ୍ରମଣ ପରେ ସେମାନେ ଫେରାର ହୋଇ ଯାଉଥିବାର ଫୁଟେଜ୍ କଏଦ ହୋଇଥିଲା। ଡାର ନିଖୋଜ ହେବା ପରେ, ତାଙ୍କ ପରିବାର କୁଲଗାମ ସ୍ଥିତ ଥାନାରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଅଧିକାରୀ କହିଛନ୍ତି, "ତଦନ୍ତ ସମୟରେ ଜଣାପଡିଥିଲା ଯେ ଡାର ବିଗତ ୫-୬ ମାସ ଧରି ଭଟ୍ଟଙ୍କୁ ଆଶ୍ରୟ ଦେଇ ଆସୁଥିଲା। ଏପରିକି ତାକୁ ସେ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇ ଆସୁଥିଲା।"
#Encounter started with terrorists and Joint party of JKP and SF in Kulgam. @JmuKmrPolice
— Kashmir Zone Police (@KashmirPolice) November 17, 2026
ପୋଲିସ କହିବା ଅନୁଯାୟୀ ସ୍ଥାନୀୟ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଭଟ୍ଟ ଗତ ଜୁଲାଇ ୨୨ ତାରିଖରେ ଅନନ୍ତନାଗ ଠାରେ ପୋଲିସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ସାମିଲ ଥିଲେ। ଯେଉଁଥିରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଅଗଷ୍ଟ ୧ ତାରିଖରେ କୁଲଗାମ ଠାରେ ୨ ଜଣ ପ୍ରବାସୀ ଶ୍ରମିକଙ୍କ ହତ୍ୟା ପଛରେ ମଧ୍ୟ ତାହାର ହାତ ଥିବାର ସନ୍ଦେହ କରାଯାଉଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: