|
logo
Live
Argus News App
GET APP

Argus News - କୋଟାରେ ଗୋଟିଏ ପରିବାରରୁ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ; ଅପରାଧ କଣ ଥିଲା ?

National

Life Imprisonment / କୋଟାରେ ଗୋଟିଏ ପରିବାରରୁ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ; ଅପରାଧ କଣ ଥିଲା ?

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
କୋଟାରେ ଗୋଟିଏ ପରିବାରରୁ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ; ଅପରାଧ କଣ ଥିଲା ?
Life Imprisonment

Key Points

ରାଜସ୍ଥାନ କୋଟାରେ କୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ
ଗୋଟିଏ ପରିବାରର ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ
ରାଜସ୍ଥାନ କୋଟାରେ ଏକ ସ୍ଥାନୀୟ କୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ । ପ୍ରଥମ ଥର ପାଇଁ ଏକା ବେଳେ ୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ତେବେ ଏହି ସମସ୍ତ ଦୋଷୀ ଗୋଟିଏ ପରିବାରର ଥିବାବେଳେ ରାୟକୁ ନେଇ ପୂରା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏକ ଛେଳିକୁ ନେଇ ହୋଇଥିବା ବିବାଦ ଶେଷରେ ହତ୍ୟାକାଣ୍ଡରେ ପରିଣତ ହୋଇଥିଲା । ହତ୍ୟାକାଣ୍ଡର ୮ ବର୍ଷ ପରେ ଶେଷରେ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

ଦୋଷୀଙ୍କ ମଧ୍ୟରେ ୧୦ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ଏଥିରେ ସ୍ଵାମୀ ସ୍ତ୍ରୀଙ୍କ ବ୍ୟତୀତ ତାଙ୍କର ଦୁଇଟି ପୁଅ ମଧ୍ୟ ସାମିଲ । କୋର୍ଟ ଏହି ଦଣ୍ଡ ଶୁଣାଇବା ସହିତ ଅଭିଯୁକ୍ତଙ୍କ ଉପରେ ୧୩ ହଜାର ଟଙ୍କା ଲେଖାଏଁ ଜୋରିମାନା ମଧ୍ୟ ଲଗାଇଛନ୍ତି । ଅତିରିକ୍ତ ସେସନ୍ ଜଜ୍ ଶ୍ଵେତା ଶର୍ମା ଏହି ରାୟ ଶୁଣାଇଛନ୍ତି ।

  • ଛେଳିକୁ ନେଇ ଆରମ୍ଭ ହୋଇଥିଲା ବିବାଦ
ଏହି ଘଟଣାଟି କୋଟାର ଉଦ୍ୟୋଗ ନଗର ଥାନା ଅଞ୍ଚଳରେ ୨୦୧୮ ଅଗଷ୍ଟ ୩୧ ତାରିଖରେ ଘଟିଥିଲା । ଅଭିଯୋଗକାରୀ ଜାହିଦ ହୁସେନ ଏହି ଅଭିଯୋଗ ଆଣିଥିଲେ । ଜାହିଦଙ୍କ କହିବାନୁସାରେ, ତାଙ୍କ ମାମୁଁ ଅବଦୁଲ ଅଜିଜ୍ ଓରଫ ପପୁଙ୍କ ପଡ଼ୋଶୀ ଘର ରମଜାନି ସହିତ ଏକ ଛେଳିକୁ ନେଇ ବିବାଦ ହୋଇଥିଲା । ଏହି ବିବାଦର ମଧ୍ୟସ୍ଥତା କରିବା ଲାଗି ଜାହିଦଙ୍କ ଭାଇ ଇସତ୍ୟାକ୍ ହୁସେନ ଓରଫ ଗୁଡୁ ନିଜ ବନ୍ଧୁ ୟଶପାଲ ଓ କାଳୁ ସହିତ ରମଜାନିଙ୍କ ଘରକୁ ଯାଇଥିଲା।

ପଢନ୍ତୁ ଏହି ଖବର: ଚୋରି କରିବାକୁ ଯାଇଥିଲା ଚୋର, ଧରାପଡ଼ିବା ଭୟରେ ଯୁବକଙ୍କୁ ଛାତରୁ ଠେଲି କଲା ହତ୍ୟା

ଯେତେବେଳେ ୟଶପାଲ ଓ ଇସତ୍ୟାକ୍ ପାଖ ଦୋକାନକୁ କିଛି କିଣିବାକୁ ଯାଇଥିଲେ, ଠିକ୍ ସେହି ସମୟରେ ରମଜାନି ଓ ତାଙ୍କ ପରିବାର ସେମାନଙ୍କ ଉପରେ ଛୁରୀ ଭଳି ଧାରୁଆ ଅସ୍ତ୍ର ଓ ବାଡ଼ି ଧରି ଆକ୍ରମଣ କରିଥିଲେ । ଏହି ସମୟରେ ଇସତ୍ୟାକ ଗଭୀର ଆହତ ହୋଇଥିଲେ । ତାଙ୍କୁ ପାଖ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହି ଦିନଠାରୁ ଏହି ମାମଲାଟି କୋର୍ଟରେ ବିଚାରଧୀନ ଥିଲା, ଏବେ ଏହାର ରାୟ ଶୁଣାଇଛନ୍ତି କୋର୍ଟ ।

  • ଏହି ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ
କୋର୍ଟ ଯେଉଁ ୧୨ ଜଣଙ୍କୁ ଦଣ୍ଡ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ହେଉଛି ରମଜାନି (୫୭) ଓ ତାର ପତ୍ନୀ ଫରଜାନା (୩୭) । ଏହାବ୍ୟତୀତ ଅନ୍ୟମାନେ ହେଉଛନ୍ତି ସେମାନଙ୍କ ଦୁଇ ପୁଅ ମୁଶତାକ୍ ମହମ୍ମଦ (୨୯) ଓ ମୁଖତାର ମହମ୍ମଦ (୩୧) ଏବଂ ସଦାମ ଖାନ (୩୨) ଓ ତା' ଭାଇ ଶାହାରୁଖ (୩୨), ମୁବାରକ ଅଲ୍ଲୀ (୨୬), ଜାହିର ଖାନ (୩୫), ନଇମୁଦ୍ଦିନ (୨୬), ଶାହଦତ (୩୦), ଶାହିନ ଖାନମ (୩୭), ମୁବାରକ ଅଲ୍ଲୀ (୨୬) । କୋଟାରେ ଏକା ଥରକେ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ ସଜ୍ଜା ଶୁଣାଇବାର ଏହି ମାମଲା ପ୍ରଥମ । ଏହା ପୂର୍ବରୁ ମାର୍ଚ୍ଚ ୨୦୨୬ରେ ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ କୋର୍ଟ ।






Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Life Imprisonment: କୋଟାରେ ଗୋଟିଏ ପରିବାରରୁ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ; ଅପରାଧ କଣ ଥିଲା ? | Argus News