Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାରା ବିଶ୍ଵରେ ଦେଖାଦେଇଛି ଶକ୍ତି ସଙ୍କଟ; ପୁଣି କୋଭିଡ ପରି ଲାଗିବ କି ଲକଡାଉନ୍ ?

National

Middle East War Impact / ସାରା ବିଶ୍ଵରେ ଦେଖାଦେଇଛି ଶକ୍ତି ସଙ୍କଟ; ପୁଣି କୋଭିଡ ପରି ଲାଗିବ କି ଲକଡାଉନ୍ ?

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ସାରା ବିଶ୍ଵରେ ଦେଖାଦେଇଛି ଶକ୍ତି ସଙ୍କଟ; ପୁଣି କୋଭିଡ ପରି ଲାଗିବ କି ଲକଡାଉନ୍ ?
Lockdown

Key Points

ଦେଶରେ ପେଟ୍ରୋଲ, ଡିଜେଲ ଦର ବଢିଛି
ଅନେକ ସ୍ଥାନରେ ଗ୍ୟାସ ସଙ୍କଟ ବି ଦେଖାଦେଇଛି
ପୁଣି ଦେଶରେ ଲକଡାଉନ୍ ଲାଗିବାକୁ ନେଇ ଜୋରଦାର ଚର୍ଚ୍ଚା
ଶେଷରେ ସ୍ପଷ୍ଟୀକରଣ ରଖିଲେ କେନ୍ଦ୍ର ସରକାର
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବିଶ୍ଵରେ ଦେଖାଦେଇଛି ନାନା ସମସ୍ୟା । ସୁନା ରୁପା ଦର ହୁ ହୁ ହୋଇ ବଢିଚାଲିଛି । ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିବା ଯୋଗୁଁ ଅନେକ ଦେଶରେ ତେଲ ସଙ୍କଟ ଦିଶିଛି । ଭାରତର ବିଭିନ୍ନ ସ୍ଥାନରେ ଏଲପିଜି ଗ୍ୟାସ ମଧ୍ୟ ସଠିକ ସମୟରେ ମିଳୁନାହିଁ । ମୋଟାମୋଟି ଭାବେ କହିବାକୁ ଗଲେ ଇରାନ-ଆମେରିକା ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଛି । ଏହାରି ମଧ୍ୟରେ ଭାରତରେ କୋଭିଡ୍ ପରି ପୁଣି ଲକଡାଉନ୍ ଲାଗିପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଲକଡାଉନକୁ 'ଏନର୍ଜି ଲକଡାଉନ୍' ଭାବେ ବିବେଚନା କରାଯାଇପାରେ ବୋଲି ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା । ତେବେ ଏହି ପ୍ରସଙ୍ଗ ଉପରେ ଶେଷରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇଛନ୍ତି ।

ଭାରତରେ ଲକଡାଉନ୍ ନେଇ ହେଉଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଗୁରୁବାର କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି । ସେ Xରେ ଏକ ପୋଷ୍ଟରେ କହିଛନ୍ତି, "ବିଶ୍ୱ ପରିସ୍ଥିତି ପରିବର୍ତ୍ତନଶୀଳ ରହିଛି ଏବଂ ଭାରତ ସରକାର ଶକ୍ତି, ଯୋଗାଣ ଶୃଙ୍ଖଳ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ବିକାଶ ଉପରେ କଡ଼ା ନଜର ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆମ ନାଗରିକମାନଙ୍କ ପାଇଁ ଇନ୍ଧନ, ଶକ୍ତି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗାଣର ନିରନ୍ତର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ।"

ଏଥିସହ ପଢ଼ନ୍ତୁ: ଏକାଧିକ ଦେଶରେ ଇନ୍ଧନ ସଙ୍କଟ, ପାକିସ୍ତାନରେ ଲକଡାଉନ ସ୍ଥିତି, ଭାରତରେ କ’ଣ ରହିଛି ପ୍ରଭାବ ?



  • ମୋଦିଙ୍କ ଭାଷଣ ପରେ ଲକଡାଉନ ଚର୍ଚ୍ଚା
କୋଭିଡ-୧୯ ମହାମାରୀ ଘୋଷଣା ହେବା ପରେ ୨୦୨୦ ମସିହାରେ ଭାରତରେ ଦେଶବ୍ୟାପୀ ଲକଡାଉନ୍ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ଦେଇଥିବା ସମ୍ପ୍ରତି ଭାଷଣ ପରେ ପୁଣିଥରେ ସମାନ ଲକଡାଉନ୍ ନେଇ ଚର୍ଚ୍ଚା ହେଉଥିଲା, ଯେଉଁଥିରେ ସେ ଇରାନ-ଆମେରିକା ଯୁଦ୍ଧ ଯୋଗୁଁ ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟକୁ ସମ୍ବୋଧିତ କରିଥିଲେ । ଅନେକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ମୋଦି ଲକଡାଉନର ସମ୍ଭାବନା ବିଷୟରେ ଇଙ୍ଗିତ କରୁଛନ୍ତି ।

ଏଠାରେ ସ୍ପଷ୍ଟ କରିବାକୁ ଚାହୁଁ ଯେ ପ୍ରଧାନମନ୍ତ୍ରୀ ସଂସଦରେ ତାଙ୍କ ଭାଷଣ ସମୟରେ କୋଭିଡ-୧୯ ମହାମାରୀ ବିଷୟରେ ଉଲ୍ଲେଖ କରିଥିଲେ, କିନ୍ତୁ ଭାରତ କିପରି ପୂର୍ବରୁ ଏକ ବିଶ୍ୱ ସଙ୍କଟର ମୁକାବିଲା କରିଛି ତାହା ଦର୍ଶାଇବାକୁ ଥିଲା । ସେ ଦେଶବାସୀଙ୍କୁ 'ପ୍ରସ୍ତୁତ ଏବଂ ଏକତା ରହିବାକୁ' ଆହ୍ୱାନ କରିଥିଲେ, ଯେପରି ଦେଶ କୋଭିଡ-୧୯ ମହାମାରୀ ସମୟରେ ଏକାଠି ହୋଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣ ସମୟରେ କେଉଁଠି ବି "ଲକଡାଉନ୍" ଶବ୍ଦଟି ଉଲ୍ଲେଖ କରିନଥିଲେ ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lockdown again in India rumours india govt reacts Hardeep puri says no such proposal | Argus News