Videos
|
National

Hindu Leader Killed / ହିନ୍ଦୁ ଯୁବ ବାହିନୀ ସଦସ୍ୟଙ୍କୁ ଗୁଳି କରି ହତ୍ୟା; କେନାଲରୁ ମିଳିଲା ମୃତଦେହ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ହିନ୍ଦୁ ଯୁବ ବାହିନୀ ସଦସ୍ୟଙ୍କୁ ଗୁଳି କରି ହତ୍ୟା; କେନାଲରୁ ମିଳିଲା ମୃତଦେହ
Hindu Leader Found Dead in Canal, 3 Detained

Key Points

ହିନ୍ଦୁ ନେତା ତଥା ମହାରାଣା ପ୍ରତାପ ୱେଲଫେୟାର୍ ଫାଉଣ୍ଡେସନର ଅଧ୍ୟକ୍ଷ ଧିରେନ୍ଦ୍ର ପ୍ରତାପ ସିଂହଙ୍କୁ ହତ୍ୟା । ଧିରେନ୍ଦ୍ର ପ୍ରତାପଙ୍କୁ ତାଙ୍କ ଫରଚ୍ୟୁନର୍ ଗାଡ଼ି ଭିତରେ ଗୁଳି କରି ହତ୍ୟା କରାଯାଇଛି । 
ଲକ୍ଷ୍ନୌ: ଗୁଳି କରି ହିନ୍ଦୁ ନେତାଙ୍କୁ ହତ୍ୟା । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ହିନ୍ଦୁ ନେତା ତଥା ମହାରାଣା ପ୍ରତାପ ୱେଲଫେୟାର୍ ଫାଉଣ୍ଡେସନର ଅଧ୍ୟକ୍ଷ ଧିରେନ୍ଦ୍ର ପ୍ରତାପ ସିଂହଙ୍କୁ ଗୁଳିମାଡ଼ କରି ହତ୍ୟା କରାଯାଇଛି ।

ପ୍ରାଥମିକ ସୂଚନା ଅନୁସାରେ, ଧିରେନ୍ଦ୍ର ପ୍ରତାପଙ୍କୁ ତାଙ୍କ ଫରଚ୍ୟୁନର୍ ଗାଡ଼ି ଭିତରେ ଗୁଳି କରି ହତ୍ୟା କରାଯାଇଛି । ହତ୍ୟା ପରେ ଧିରେନ୍ଦ୍ରଙ୍କ ରକ୍ତାକ୍ତ ମୃତଦେହକୁ ନେଇ ଦୁବଗା ଅଞ୍ଚଳର ଏକ କେନାଲରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ ।

ହତ୍ୟାକାଣ୍ଡ ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ପ୍ରଶାସନ ତଦନ୍ତ ଆରମ୍ଭ କରିଥିଲା । ମୃତ ଧିରେନ୍ଦ୍ର ପ୍ରତାପ ସିଂହ ଉନ୍ନାଓ ଜିଲ୍ଲାର ହୋଇଥିବା ବେଳେ ସେ ଏବେ ଲକ୍ଷ୍ନୌର ପିଜିଆଇ ଥାନା ଅଞ୍ଚଳରେ ରହୁଥିଲେ ।

ଏଥିସହ ପଢ଼ନ୍ତୁ: ସରକାରଙ୍କ ବଡ଼ ନିଷ୍ପତ୍ତି; '୧୨ ଘଣ୍ଟା ଜେଲ୍‌ରୁ ବାହାରେ ରହିବେ କଏଦୀ' 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେନାଲରୁ ମିଳିଲା ମୃତଦେହ

ରିପୋର୍ଟ ଅନୁସାରେ, ସରାୟ ପ୍ରେମରାଜ ନଗର ସ୍ଥିତ ଏକ ଛୋଟ କେନାଲରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଲୋକ ମୃତଦେହ ଦେଖିଥିଲେ । ତୁରନ୍ତ ପୋଲିସକୁ ଖବର ଦେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ପୋଲିସ ପହଞ୍ଚି ମୃତଦେହ ଜବତ କରିବା ପରେ ମୃତକଙ୍କ ପରିଚୟ ଧିରେନ୍ଦ୍ର ପ୍ରତାପ ସିଂହ ବୋଲି ଜଣାପଡ଼ିଥିଲା ।

ଡ୍ରାଇଭର ସହ ୨ ଅଟକ

ପ୍ରାଥମିକ ତଦନ୍ତ ପରେ ପୋଲିସ ଧିରେନ୍ଦ୍ରଙ୍କ ଡ୍ରାଇଭରଙ୍କ ସହ ୨ ଜଣଙ୍କୁ ଅଟକ ରଖିଛି । ଧିରେନ୍ଦ୍ରଙ୍କ ପତ୍ନୀ ତାଙ୍କ ଡ୍ରାଇଭର ସହ ଅନ୍ୟ ୨ ଜଣଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ସେମାନଙ୍କୁ ପୋଲିସ ପଚରାଉଚରା କରୁଛି ।

ପୂର୍ବରୁ ଅପହରଣ ମାମଲା ଦେଇଥିଲେ ପତ୍ନୀ

ପୋଲିସ ଅନୁସାରେ, ଧିରେନ୍ଦ୍ରଙ୍କ ପତ୍ନୀ ମମତା ସିଂହ ପ୍ରଥମେ ଅପହରଣ ଅଭିଯୋଗ କରିଥିଲେ । ଧିରେନ୍ଦ୍ରଙ୍କ ଡ୍ରାଇଭର ସହ ଅନ୍ୟ କିଛି ସନ୍ଦିଗ୍ଧ ମିଶି ଧିରେନ୍ଦ୍ରଙ୍କ ଅପହରଣ କରିଥିବା ଅଭିଯୋଗ ଆଣିଥିଲେ । ପୋଲିସ ଏହାକୁ ଗୁରୁତ୍ଵର ସହ ନେଇ ଏତଲା କରିବା ସହ ୬ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ ସୁନ୍ଦରୀଙ୍କ ସୈତାନୀ ଦିମାଗ୍; ସେବିକା ସାଜି ଲୁଟିନେଲେ ଦାମି ଅଳଙ୍କାର 

ବର୍ତ୍ତମାନ ସୁଦ୍ଧା ପୋଲିସ ଡ୍ରାଇଭର ସହ ୨ ଜଣଙ୍କୁ ଅଟକ ରଖିଛି । ଡ୍ରାଇଭର ଓ ଅନ୍ୟ ୨ ସହଯୋଗୀ ଧିରେନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରିଥିବା କୁହାଯାଉଛି । ହତ୍ୟାରେ ବ୍ୟବହୃତ ଗାଡ଼ି ଜବତ କରି ଛାନଭିନ୍ ଚଳାଇଛି ପୋଲିସ ।

ପ୍ରାଥମିକ ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ପୁରୁଣା ଜମିକୁ ନେଇ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ଧିରେନ୍ଦ୍ରଙ୍କୁ ହତ୍ୟା କରାଯାଇ ଥାଇପାରେ । ତେବେ ପୋଲିସର ତଦନ୍ତ ପରେ ହିଁ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ ।