Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାଟିରେ ମିଶିବ ୬ ମଜାର; ମିଳିଗଲା ନୋଟିସ୍

National

Lucknow KGMU Mazar Demolition / ମାଟିରେ ମିଶିବ ୬ ମଜାର; ମିଳିଗଲା ନୋଟିସ୍

Subhramjit Ray
Browse all articles by Subhramjit Ray
·1 hour ago·2 min read
ମାଟିରେ ମିଶିବ ୬ ମଜାର; ମିଳିଗଲା ନୋଟିସ୍
Lucknow KGMU Mazar Demolition

Key Points

ଲକ୍ଷ୍ନୌ ସ୍ଥିତ KGMU ପ୍ରଶାସନ ଏହାର ପରିସରରେ ରହିଥିବା ୮ ମଜାର ମଧ୍ୟରୁ ୬ ମଜାରକୁ ବେଆଇନ ଘୋଷଣା କରିଛି। ପ୍ରଶାସନ ଏବେ ଏହି ମଜାରକୁ ହଟାଇବା ପାଇଁ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଛି।
Notice Issued for Lucknow KGMU Mazar Demolition: ରାଜଧାନୀ ଲକ୍ଷ୍ନୌ ସ୍ଥିତ କିଙ୍ଗ୍ସ୍ ଜର୍ଜ ମେଡ଼ିକାଲ ବିଶ୍ୱବିଦ୍ୟାଳୟ (କେଜିଏମୟୁ) ପରିସରରେ ହେବ ବୁଲଡ଼ୋଜର କାର୍ଯ୍ୟାନୁଷ୍ଠାନ। କେଜିଏମୟୁ ପରିସରରେ ରହିଥିବା ୬ ମଜାରକୁ ପରିତ୍ୟକ୍ତ ଏବଂ ଅବୈଧ ଘୋଷଣା କରାଯାଇଛି। ଏନେଇ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କେଜିଏମୟୁ କ୍ୟାମ୍ପସ ମଧ୍ୟରେ ରହିଥିବା ୮ ମଜାର ମଧ୍ୟରୁ କେବଳ ୨ ମଜାର ହେଉଛି ବୈଧ। ବାକି ୬ ମଜାରର କୌଣସି ବୈଧ ଦସ୍ତାବିଜ ମିଳିନାହିଁ। ଯାହା ପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏହାକୁ ଅବୈଧ ଘୋଷଣା କରିଛି। ଏନେଇ କେଜିଏମୟୁ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ବାରମ୍ବାର ନୋଟିସ୍ ସତ୍ତ୍ୱେ, ଏହି ମଜାର ପାଇଁ କୌଣସି ବୈଧ ପରିଚାଳକ କିମ୍ବା ଅଧିକୃତ ବ୍ୟକ୍ତି ଆଗକୁ ଆସିନାହାଁନ୍ତି।

କେଜିଏମୟୁ ପ୍ରବକ୍ତା ଡାକ୍ତର କେକେ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ କିଙ୍ଗ୍ସ୍ ଜର୍ଜ ମେଡ଼ିକାଲ ବିଶ୍ୱବିଦ୍ୟାଳୟ (King Georges Medical University
Lucknow) ପରିସରରେ ରହିଥିବା ୬ ମଜାର ମଧ୍ୟରୁ କେବଳ ୨ ମଜାରକୁ (Illegal Mazar in Lucknow KGMU Campus) ବୈଧ ବିବେଚନା କରାଯାଇଛି। ବାକି ୬ ମଜାରର କୌଣସି ବୈଧ ଦସ୍ତାବିଜ ମିଳିନାହିଁ। ଏହା ପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ (Lucknow KGMU Administration) ମଜାର ପରିସରରେ ନୋଟିସ୍ ଲଗାଇ, ମେଲ୍ ଯୋଗେ ନୋଟିସ୍ ପଠାଇ, ଘୋଷଣା କରି ଏବଂ ଉପସ୍ଥିତ ଲୋକଙ୍କ ସହିତ ବ୍ୟକ୍ତିଗତ ଭାବରେ କଥା ହୋଇ ଏହାର ଉତ୍ତର ମାଗିଛି। ଏହି ପ୍ରକ୍ରିୟା ୩ ଥର କରାଯିବା ସତ୍ତ୍ୱେ, କେହି ଏହାର ଉତ୍ତର ଦେଇନାହାଁନ୍ତି।

ଏହା ସହ ପଢନ୍ତୁ:  ଗ୍ରାମସଭା ଜମିରେ ହୋଇଥିଲା ଅବୈଧ ନିର୍ମାଣ; ମାଟିରେ ମିଶାଇଦେଲା ପ୍ରଶାସନ

କେଜିଏମୟୁ ପରିସସରୁ ହଟାଯିବ ଅବୈଧ ମଜାର
କେଜିଏମୟୁ ପ୍ରବକ୍ତା ଡାକ୍ତର କେକେ ସିଂହ ଆହୁରି କହିଛନ୍ତି ଯେ ନୋଟିସ୍ ଅବଧି ସମାପ୍ତ ହେବା ପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏ ସମ୍ପର୍କରେ ଚିଠି ଲେଖି କୁଳସଚିବଙ୍କୁ (Lucknow KGMU Registrar) ଅବଗତ କରିସାରିଛି। ଲକ୍ଷ୍ନୌ ଜିଲ୍ଲା ପ୍ରଶାସନକୁ (Lucknow District Administration) ମଧ୍ୟ ଏ ସମ୍ପର୍କରେ ଅବଗତ କରାଯିବା ସହ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରାଯାଇଛି। ଜିଲ୍ଲା ପ୍ରଶାସନ ସୁରକ୍ଷା ଯୋଗାଇ ଦେବା ପରେ, ଏହି ମଜାରକୁ ଅନ୍ୟ ଏକ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।

ପୂର୍ବରୁ ଲକ୍ଷ୍ନୌ ଜିଲ୍ଲାରେ ଏକ ଗ୍ରାମସଭା ଜମିରେ ନିର୍ମିତ ହୋଇଥିବା ଅବୈଧ ମସଜିଦ୍କୁ ମାଟିରେ ମିଶାଇ ଦେଇସାରିଛି ପ୍ରଶାସନ। ଲକ୍ଷ୍ନୌର "ବକ୍ସି କା ତାଲାବ" ଅଞ୍ଚଳରେ ଏକ ଗ୍ରାମସଭା ଜମିରେ ନିର୍ମିତ ଏକ ମସଜିଦ୍ ଉପରେ ହୋଇଥିଲା ବୁଲଡୋଜର କାର୍ଯ୍ୟାନୁଷ୍ଠାନ। ସରକାରୀ ଜମିରେ ଅବୈଧ ଭାବରେ ନିର୍ନିତ ହୋଇଥିବା ମସଜିଦ୍କୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ତିନୋଟି ବୁଲଡୋଜର ସହିତ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହ୍ଲାବାଦ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lucknow KGMU Issues Notice to Remove 6 Unclaimed Shrines from Campus | Argus News