Lucknow sinkhole / ଅଚାନକ ଧସିଗଲା ରାସ୍ତା ; ୧୦ ଫୁଟ ତଳକୁ ଚାଲିଗଲେ ବାଇକ୍ ଆରୋହୀ
·12 mins ago·2 min read

Key Points
ଲଗାଣ ବର୍ଷା ଯୋଗୁଁ ରାସ୍ତା ପ୍ରାୟ ୧୦ ତଳକୁ ଧସି ଯାଇଥିଲା। ବର୍ଷା ଯୋଗୁଁ ରାସ୍ତା ଭାଙ୍ଗିଯିବାରୁ ସୃଷ୍ଟି ହୋଇଥିବା ଗର୍ତ୍ତରେ ପଡ଼ି ଜଣେ ବାଇକ ଆରୋହୀ ଆହତ ହୋଇଛନ୍ତି।
Biker falls 10 feet deep into Lucknow road sinkhole: ଲଗାତାର ବର୍ଷା କାରଣରୁ ଧସିଯାଇଛି ସହର ମୁଖ୍ୟ ସଡ଼କ। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ଲଗାତାର ବର୍ଷା ମଧ୍ୟରେ ସହରର ଆଇଟି ଛକ ନିକଟରେ ମୁଖ୍ୟ ରାସ୍ତା ହଠାତ୍ ଧସି ଯାଇଥିଲା। ଯାହା ଫଳରେ ରାସ୍ତା ମଝିରେ ୧୦ ଫୁଟ ଗଭୀରର ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହି ଗର୍ତ୍ତରେ ପଡ଼ି ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଲକ୍ଷ୍ନୌ ନଗର ନିଗମ (LMC) ଏବଂ ଲକ୍ଷ୍ନୌ ବିକାଶ ପ୍ରାଧିକରଣ (LDA) ଦଳ ଭଗ୍ନାବଶେଷ ନେଇ ଘଟଣାସ୍ଥଳରେ ପହଞ୍ଚି ସେହି ୧୦ ଫୁଟ ଗଭୀର ଗର୍ତ୍ତ ପୂରଣ କରୁଛି। ରାସ୍ତା ମଝିରେ ସୃଷ୍ଟି ହୋଇଥିବା ଗର୍ତ୍ତର ଭିଡି଼ଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି।
କାନପୁର ଠାରେ ୩୦ ଫୁଟ୍ ଧସିଗଲା ସଡ଼କ
କାନପୁର ଠାରେ ମଧ୍ୟ ରାସ୍ତା ଧସି ଯାଇଥିବାର ଖବର ଆସିଛି। ପ୍ରବଳ ବର୍ଷା ପରେ ହର୍ଷ ନଗର ଠାରେ ଏକ "ଡଟ୍ ଡ୍ରେନ୍" (Dot Drain) ଭୁଶୁଡ଼ି ପଡ଼ିଥିଲା। ଯାହା ଫଳରେ ରାସ୍ତା ପ୍ରାୟ ୩୦ ଫୁଟ ପର୍ଯ୍ୟନ୍ତ ଧସି ଯାଇଥିଲା। ଏହା ପରେ ବ୍ୟାରିକେଡ୍ ଦ୍ୱାରା ସମ୍ପୂର୍ଣ୍ଣ ରାସ୍ତାକୁ ଅବରୋଧ କରାଯାଇଛି। ସେହିପରି, ନୟାଗଞ୍ଜ ସ୍ଥିତ ଚତୁର୍ଭୁଜ ଗଳି ଠାରେ, ପ୍ରବଳ ବର୍ଷା ଯୋଗୁଁ ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟବଶତଃ, ଏହି ଘଟଣାରେ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇନାହିଁ।
ଏହା ସହ ପଢନ୍ତୁ: ଉଦଘାଟନ ପରେ ଧସିଗଲା ଏକ୍ସପ୍ରେସୱେ; ପ୍ରତିକ୍ରିୟା ରଖିଲା ଏନଏଚଆଇ
ଲକ୍ଷ୍ନୌ ଏବଂ କାନପୁର ସମେତ ଅନେକ ଜିଲ୍ଲାରେ ଜାରି ରହିଛି ନିରନ୍ତର ବର୍ଷା
ସଦ୍ୟ ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ନିରନ୍ତର ବର୍ଷା ହେଉଛି। ବୁଧବାର (ସେପ୍ଟମ୍ବର ୨) ଲକ୍ଷ୍ନୌ, କାନପୁର, ଅୱଧ କ୍ଷେତ୍ର ଏବଂ ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ଜନିତ ସତର୍କତା ଜାରି କରାଯାଇଛି। ଆଗାମୀ ୨ ଦିନ ମଧ୍ୟରେ ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଦିଲ୍ଲୀ ଠାରେ ବର୍ଷା ନେଇ "ୟେଲୋ ୱାର୍ଣ୍ଣି" (Yellow Warning) ସତର୍କତା ଜାରି କରିଛି। ସେହିପରି ଉତ୍ତର ପ୍ରଦେଶର ପୂର୍ବାଞ୍ଚଳର ଅନେକ ଜିଲ୍ଲାରେ "ଅରେଞ୍ଜ" (Orange Alert) ଏବଂ ରେଡ୍ ଆଲର୍ଟ (Red Alert) ଜାରି କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories