Garbage Truck Stolen / ଶେଷରେ ଅଳିଆବୁହା ଗାଡ଼ିକୁ ବି ଛାଡ଼ିଲେନି, କ୍ୟାମେରାରେ କଏଦ ଚୋରଙ୍କ କାରନାମା
·1 hour ago·2 min read

Key Points
ସାମ୍ନାକୁ ଆସିଲା ଅଜବ ଚୋରି କାରନାମା
ଅଳିଆବୁହା ଗାଡ଼ିକୁ ବି ଛାଡ଼ିଲେନି
ଚୋରି କରିବାର ସିସିଟିଭି ଫୁଟେଜ୍ ଭାଇରାଲ
ଅଳିଆବୁହା ଗାଡ଼ିକୁ ବି ଛାଡ଼ିଲେନି
ଚୋରି କରିବାର ସିସିଟିଭି ଫୁଟେଜ୍ ଭାଇରାଲ
ଭୋପାଳ: ଯିଏ ଶୁଣୁଛି ସେ ହସିବ କି ଆଶ୍ଚର୍ଯ୍ୟ ହେବ ଜାଣିପାରୁନି । କାରଣ ଘଟଣାଟା କିଛି ଏମିତି । ଶେଷରେ ଚୋରମାନଙ୍କ କବଳରୁ ଅଳିଆବୁହା ଗାଡ଼ି ବି ବର୍ତ୍ତିପାରିନି । ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରୁଥିବା ଗାଡ଼ିକୁ ଶେଷରେ ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ଚୋରଙ୍କ ଏହି କାରନାମାର ଭିଡିଓ ମଧ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ମଧ୍ୟପ୍ରଦେଶ ଶିବପୁରୀରେ ଏହି ଅଜବ ଚୋରି ଘଟଣା ସାମ୍ନାକୁ ଆସିଛି ।
କିଛି ଦିନ ପୂର୍ବରୁ ଏହି ଅଞ୍ଚଳରେ ୫୦୦ ବର୍ଷ ପୁରାତନ ସିନ୍ଧିଆରାଜ ଘରର ଐତିହାସିକ ତୋପ ଚୋରି ହୋଇଥିଲା । ଏବେ କୋଲାରସ ପୌର ପରିଷଦ ସରକାରୀ କାର୍ଯ୍ୟାଳୟରେ ପାଖରେ ପାର୍କ୍ ହୋଇଥିବା ଗାଡ଼ିକୁ ଚୋରମାନେ ଚୋରି କରିନେଇଛନ୍ତି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଚୋରି କରିବାର ପୂରା ଘଟଣା ସିସିଟିଭିରେ କଏଦ ହୋଇଛି । ତଥାପି ଏଯାବତ୍ ଚୋରି ହୋଇଯାଇଥିବା ଅଳିଆବୁହା ଗାଡ଼ି କିମ୍ବା ଚୋରଙ୍କ ପତ୍ତା ଲାଗିପାରିନାହିଁ ।
ପଢନ୍ତୁ ଏହି ଖବର: ରାତାରାତି ଉଠାଇନେଲେ ୪୦ ଟନ୍ ଆଖୁ; ୨ ସଦିଗ୍ଧ ଗିରଫ

- କଣ ପୂରା ଘଟଣା ?
ପଢନ୍ତୁ ଏହି ଖବର: ରାତାରାତି ଉଠାଇନେଲେ ୪୦ ଟନ୍ ଆଖୁ; ୨ ସଦିଗ୍ଧ ଗିରଫ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାପରେ ରାତି ପ୍ରାୟ ୧୦ଟାରେ ଏହି ଅଳିଆବୁହା ଗାଡ଼ି ପୁରନଖେଡି ଟୋଲ୍ ପ୍ଲାଜା ନିକଟରେ ଦେଖିବାକୁ ମିଳିଥିଲା । ଏଥିରୁ ଜଣାପଡ଼ିଥିଲା ଯେ ଚୋରମାନେ ଗାଡ଼ିଟିକୁ ଉକ୍ତ ଅଞ୍ଚଳର ବାହାରକୁ ନେଇଯିବାକୁ ଯୋଜନା ରଖିଥିଲେ । ପୁରନଖେଡି ଟୋଲ୍ ପ୍ଲାଜା ନିକଟରେ ଅଳିଆ ଗାଡି ଓ ଡ୍ରାଇଭରଙ୍କୁ ସ୍ପଷ୍ଟ ଭାବେ କ୍ୟାମେରାରେ ଦେଖାଯାଇଥିଲା । ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ପୋଲିସ କହିଛି ଯେ ଏହି ଚୋରଗୋଷ୍ଠୀ ପୂର୍ବରୁ ଗାଡ଼ି ସମ୍ପର୍କରେ ତଥ୍ୟ ରଖିଥିଲେ ଓ ସୁଚିନ୍ତିତ ଢଙ୍ଗରେ ଏହାକୁ ଚୋରି କରିଛନ୍ତି ।
- ତଦନ୍ତ ଜାରି ରଖିଛି ପୋଲିସ
Related Topics
Explore more stories