Videos
|
National

4 Children Death Within 10 Days / ୧୦ଦିନରେ ଗୋଟିଏ ପରିବାରର ୪ ଶିଶୁ ମୃତ; ଝରଣାରୁ ଗାଧୋଇ ଫେରିଥିଲେ

Debashree Debasmita Sahoo
Browse all articles by Debashree Debasmita Sahoo
·48 mins ago·3 min read
୧୦ଦିନରେ ଗୋଟିଏ ପରିବାରର ୪ ଶିଶୁ ମୃତ; ଝରଣାରୁ ଗାଧୋଇ ଫେରିଥିଲେ
4 Children Death Within 10 Days

Key Points

ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଆଶ୍ଚର୍ଯ୍ୟଜନକ
୧୦ଦିନରେ ଚାଲିଗଲେ ଗୋଟିଏ ପରିବାରର ୪ପିଲା
ଭୋପାଳ: ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାର ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଅଜଣା ରୋଗରେ ଗୋଟିଏ ପରିବାରର ୪ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ତନବୀର ଅହମ୍ମଦଙ୍କ ପରିବାରର ୪ ଜଣ ପିଲା ଅଗଷ୍ଟ ୨୧ରୁ ଅଗଷ୍ଟ ୩୧ ମଧ୍ୟରେ ଜଣକ ପରେ ଜଣେ ମୃତ୍ୟୁବରଣ କରିଛନ୍ତି । ତେବେ ସେମାନେ ଏକ ଝରଣାରେ ଗାଧୋଇ ଫେରିବା ପରେ ଏପରି ଅକାଳ ମୃତ୍ୟୁର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି ।

ରିପୋର୍ଟ ଅନୁଯାୟୀ, ସମସ୍ତ ମୃତକଙ୍କ ସ୍ୱାସ୍ଥ୍ୟାବସ୍ଥା ସମାନ ପ୍ରକାରର ଥିଲା । ସେମାନଙ୍କୁ ପ୍ରଥମେ ଜ୍ୱର, ତା'ପରେ ପେଟ ଯନ୍ତ୍ରଣା, ପରେ ବାନ୍ତି ଏବଂ ଝାଡ଼ା ହୋଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ଆହୁରି ଖରାପ ହେବାକୁ ଲାଗିଲା । ପରିବାର ସଦସ୍ୟମାନେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ, କିନ୍ତୁ ୨ କିମ୍ବା ୩ ଦିନ ମଧ୍ୟରେ ୪ ଜଣ ପିଲାଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରୁ ୩ଜଣ ଭାଇଭଉଣୀ ଏବଂ ଜଣେ ସମ୍ପର୍କୀୟ ଥିଲେ । ଏହି ଆକସ୍ମିକ ମୃତ୍ୟୁ ପରିବାରକୁ ଶୋକରେ ବୁଡ଼ାଇ ଦେଇଛି।

  • କଣ କହିଲେ ଡାକ୍ତର ?
ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସଞ୍ଜୟ ରିଷିଶ୍ୱର କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବରେ ପରିବାରକୁ ଭେଟିଥିଲେ । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ୪ଜଣଙ୍କ ମୃତ୍ୟୁ ସଂକ୍ରମଣ ଯୋଗୁଁ ହୋଇଥିଲା । ପିଲାମାନଙ୍କର ପ୍ଲେଟଲେଟ୍ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଥିଲା । ଗୋଟିଏ ପିଲାର ଅବସ୍ଥା ଏତେ ଗୁରୁତର ହୋଇଯାଇଥିଲା ଯେ ଏକାଧିକ ଅଙ୍ଗ କାମ କରିବା ବି ବନ୍ଦ ହୋଇଗଲା । ପରିବାରର ସମସ୍ତ ସଦସ୍ୟଙ୍କଠାରୁ ନମୁନା ନିଆଯାଇଛି । ପରୀକ୍ଷା ରିପୋର୍ଟ ମିଳିବା ପରେ ହିଁ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ।

  • ଜଣକ ପରେ ଜଣେ ରୋଗରେ ପଡ଼ିଥିଲେ
ପରିବାର ସଦସ୍ୟଙ୍କ ଅନୁଯାୟୀ, ତନବୀର ଅହମ୍ମଦଙ୍କ ପୁଅ ତାହିର (୧୪) ଅଗଷ୍ଟ ୧୮ ତାରିଖରେ ପ୍ରଥମେ ଅସୁସ୍ଥ ହୋଇପଡ଼ିଥିଲା । ତାକୁ ଜ୍ୱର, ବାନ୍ତି, ଝାଡ଼ା ଏବଂ ପେଟ ଯନ୍ତ୍ରଣା ହୋଇଥିଲା । ତା' ଅବସ୍ଥା ଆହୁରି ଖରାପ ହେବା ସହିତ ତାକୁ ଚିକିତ୍ସା କରାଯାଇଥିଲା । କିନ୍ତୁ ଦୁଇ ଦିନ ପରେ ତାର ମୃତ୍ୟୁ ହୋଇଥିଲା । ଚିକିତ୍ସା ସମୟରେ, ତାର ପ୍ଲେଟଲେଟ୍ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତାହିରଙ୍କ ମୃତ୍ୟୁର ଦୁଃଖରୁ ପରିବାର ବାହାରି ପାରିନଥିବାବେଳେ ତନବୀରଙ୍କ ଭଉଣୀଙ୍କ ପୁଅ ଆୟାଜ (୧୯) ଅସୁସ୍ଥ ହୋଇପଡ଼ିଥିଲା । ପରିବାର ସଦସ୍ୟମାନେ କହିଛନ୍ତି ଯେ ତାକୁ ପ୍ରଥମେ ଶିବପୁରୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ତାର ଅବସ୍ଥା ଆହୁ ବିଗିଡ଼ିଲା । ଏହାପରେ ତାକୁ ଗ୍ୱାଲିୟର ନିଆଯାଇଥିଲା । ସେମାନେ ରିପୋର୍ଟ କରିଥିଲେ ଯେ ଅଗଷ୍ଟ ୨୩ ତାରିଖରେ ଚିକିତ୍ସା ସମୟରେ ଆୟାଜର ମଧ୍ୟ ମୃତ୍ୟୁ ହୋଇଥିଲା ।

  • ପୁଣି ରୋଗରେ ପଡ଼ିଥିଲେ ଆଉ ୨ ପିଲା
ଏହାପରେ ପରିବାରର ଆଉ ଦୁଇ ପିଲା, ତାରୁଫ (୯ବର୍ଷ) ଏବଂ ତାସିଫ (୧୧ ବର୍ଷ) ଙ୍କୁ ଜ୍ୱର ହୋଇଥିଲା ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା । ଅଗଷ୍ଟ ୩୧ ତାରିଖ ସକାଳେ ତାରୁଫଙ୍କ ମୃତ୍ୟୁ ହୋଇଥିଲା, ଯେତେବେଳେ କି ତାର ବଡ଼ ଭାଇ ତାସିଫ ମଧ୍ୟ ସେହି ସନ୍ଧ୍ୟାରେ ମୃତ୍ୟୁବରଣ କରିଥିଲୋ । ମାତ୍ର ୧୦ ଦିନ ମଧ୍ୟରେ ଚାରି ଜଣ ପିଲାଙ୍କୁ ହରାଇବା ପରିବାରକୁ ଦୁଃଖରେ ଭାଙ୍ଗି ପକାଇଛି।

ପଢନ୍ତୁ ଏହି ଖବର:  ନବବଧୂଙ୍କ ସାହସକୁ ସଲାମ… ଓଢ଼ଣୀରେ ବାଇକ୍ ଚାଳକଙ୍କ ଜୀବନ ବଞ୍ଚାଇଲେ

  • ଝରଣାରେ ଗାଧୋଇଥିଲେ ସମସ୍ତେ
କୁହାଯାଉଛି ଯେ ଅଗଷ୍ଟ ୧୬ ତାରିଖରେ ଚାରି ଜଣ ପିଲା ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ଗୋରା ଟିଲା ନିକଟସ୍ଥ ଏକ ଝରଣାକୁ ଗାଧୋଇବାକୁ ଯାଇଥିଲେ । ଝରଣାରୁ ଗାଧୋଇ ଫେରିବା ପରେ ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ତୁରନ୍ତ ଖରାପ ହେବାକୁ ଲାଗିଲା । ପରିବାର ଏବଂ ନିକଟସ୍ଥ ବାସିନ୍ଦାମାନେ ଝରଣା ପାଣି ଦୂଷିତ ବୋଲି ସନ୍ଦେହ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ଏବେ ପିଲାମାନଙ୍କ ଅସୁସ୍ଥତା, ସେମାନଙ୍କ ଚିକିତ୍ସା ରିପୋର୍ଟ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ପରୀକ୍ଷା ରିପୋର୍ଟକୁ ଆଧାର କରି ମୃତ୍ୟୁର କାରଣ ଖୋଜୁଛି ।