Videos
|
National

Maharashtra Drought / ମହାରାଷ୍ଟ୍ରର ୩୦୫ ତହସିଲ୍‌ରେ ମରୁଡ଼ି; ସରକାର କଲେ ବଡ଼ ଘୋଷଣା

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ମହାରାଷ୍ଟ୍ରର ୩୦୫ ତହସିଲ୍‌ରେ ମରୁଡ଼ି; ସରକାର କଲେ ବଡ଼ ଘୋଷଣା
Maharashtra Farmers Get Drought Relief as 305 Tehsils Are Hit

Key Points

୩୦୫ ତହସିଲ୍‌ରେ ମରୁଡ଼ି ଘୋଷଣା । ଚାଷୀଙ୍କୁ ସହାୟତା ପାଇଁ ଦିନକର ଦରମା ପ୍ରଦାନ କରିବାକୁ IAS-IPSଙ୍କ ନିଷ୍ପତ୍ତି ।
ମୁମ୍ବାଇ: ମହାରାଷ୍ଟ୍ରରେ ଅନାବୃଷ୍ଟି ସ୍ଥିତି ଭିତରେ କୃଷକଙ୍କୁ ସହାୟତା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ପ୍ରଶାସନ ସହ ରାଜନୈତିକ ସ୍ତରରେ ପଦକ୍ଷେପ ଗ୍ରହଣ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ କମ୍ ବର୍ଷା ପାଇଁ ପ୍ରଭାବିତ କୃଷକଙ୍କୁ ସହାୟତା ଉଦ୍ଦେଶ୍ୟରେ ବରିଷ୍ଠ IAS ଓ IPS ଅଧିକାରୀ ୨୦୨୬ ଅକ୍ଟୋବର ମାସର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ପୂର୍ବରୁ ରାଜ୍ୟ ସରକାର ପ୍ରଭାବିତ ୩୦୫ ତହସିଲକୁ ମରୁଡ଼ି ଅଞ୍ଚଳ ଘୋଷଣା କରିବା ସହିତ ପ୍ୟାକେଜ୍ ପ୍ରଦାନ କରିଛନ୍ତି । ଏବେ ଅଧିକାରୀ ଓ ଜନପ୍ରତିନିଧି ମଧ୍ୟ ଚାଷୀଙ୍କୁ ଅତିରିକ୍ତ ସହାୟତା ଯୋଗାଇ ଦେବାକୁ ଆରମ୍ଭ କରିଛନ୍ତି ପ୍ରୟାସ ।

ଏଥିସହ ପଢ଼ନ୍ତୁ: ଇଥାନଲ୍ ଉତ୍ପାଦନରେ ଚିନି ବ୍ୟବହାର ବନ୍ଦ ! ମକା ଓ ଚାଉଳରୁ ତିଆରି ହେବ ଇଥାନଲ୍ 

ଅନାବୃଷ୍ଟି ଚାଷୀଙ୍କ ଚିନ୍ତା ବଢ଼ାଇ ଦେବା ସହ ଆର୍ଥିକ ସମସ୍ୟାରେ ପକାଇଛି । ଯାହାକୁ ନେଇ ରାଜ୍ୟର ବରିଷ୍ଠ ଅଧିକାରୀ କୃଷକଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି । ଅଧିକାରୀଙ୍କ ଅନୁାସରେ, ପ୍ରାକୃତିକ ଦୁର୍ବିପାକରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପାଇଁ ସେମାନେ ଦିନକର ଦରମା ପ୍ରଦାନ କରିବେ ।     

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୩୦୫ ତହସିଲ୍‌ରେ ମରୁଡ଼ି

୨୦୨୬ ଅକ୍ଟୋବର ୧୪ ତାରିଖରେ ମହାରାଷ୍ଟ୍ର ସରକାର ଜାରି କରିଥିବା ଆଦେଶ ଅନୁସାରେ, ରାଜ୍ୟର ୩୦୫ଟି ତହସିଲ୍ ମରୁଡ଼ି ଦ୍ଵାରା ପ୍ରଭାବିତ । ଯାହାପରେ କୃଷକଙ୍କ ଲାଗି ସରକାର ଏକାଧିକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ଋଣରୁ ନେଇ ପରୀକ୍ଷା ଫି' ଛାଡ଼ ଘୋଷଣା

ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ପ୍ୟାକେଜ୍ ଅନୁସାରେ, ପ୍ରଭାବିତ କୃଷକଙ୍କୁ ଭୂ-ରାଜସ୍ଵ ସମ୍ପୂର୍ଣ୍ଣ ଭାବେ ଛାଡ଼ କରାଯାଇଛି । ଏଥିସହ ଚାଷୀ ଋଣ ଛାଡ଼ ସହ ତୁରନ୍ତ ଋଣ ଆଦାୟ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଚାଷରେ ନିୟୋଜିତ ପାଣି ପମ୍ପ ଲାଗି ବିଦ୍ୟୁତ୍ ବିଲ୍‌ରେ ରିହାତି ଦେବାକୁ ଘୋଷଣା କରାଯାଇଛି । ସେହିଭଳି ଆର୍ଥିକ ସଂକଟ ଯେଭଳି ପାଠପଢ଼ାକୁ ପ୍ରଭାବିତ ନ କରିବ ସେଥିପାଇଁ ପ୍ରଭାବିତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି' ମଧ୍ୟ ଛାଡ଼ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଘରୁ ମିଳିଲା ପରିବାରର ୫ ଜଣଙ୍କ ମୃତ*ଦେହ; ଖାଦ୍ୟରେ ବିଷକ୍ରିୟା ଆଶଙ୍କା 

ଜନପ୍ରତିନିଧି ବଢ଼ାଇଲେ ସହାୟତାର ହାତ

ଚିପଲୁନ-ସଙ୍ଗମେଶ୍ଵର ଆସନରୁ ବିଧାୟକ ହୋଇଥିବା ଶେଖର ନିକମ ଗୋଟିଏ ମାସର ମୂଳ ଦରମା ଚେକ ଆକାରରେ ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କୁ ଦେଇଛନ୍ତି । ବିଧାୟକ ରୋହିତ ପାୱାର କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ହେକ୍ଟର ୫୦ ହଜାର ଟଙ୍କା ଦେବାକୁ ଦାବି କରିଛନ୍ତି ।