Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦର୍ଶନ ସାରି ଫେରିବା ବେଳେ କୂଅକୁ ଖସିଲା ପିକଅପ୍; ୯ ଶ୍ରଦ୍ଧାଳୁ ମୃତ

National

Accident / ଦର୍ଶନ ସାରି ଫେରିବା ବେଳେ କୂଅକୁ ଖସିଲା ପିକଅପ୍; ୯ ଶ୍ରଦ୍ଧାଳୁ ମୃତ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଦର୍ଶନ ସାରି ଫେରିବା ବେଳେ କୂଅକୁ ଖସିଲା ପିକଅପ୍; ୯ ଶ୍ରଦ୍ଧାଳୁ ମୃତ
9 Pilgrims Killed as Vehicle Plunges Into Well

Key Points

କୂଅକୁ ପିକଅପ୍ ଗାଡ଼ି ଖସିବାରୁ ୯ ଶ୍ରଦ୍ଧାଳୁଙ୍କ ମୃତ୍ୟୁ । ଏଭଳି ଅଘଟଣ ଘଟିଛି ମହାରାଷ୍ଟ୍ରର ତଣ୍ଡଳୱାଡ଼ିରେ । ରାସ୍ତା କଡ଼ରେ ଥିବା କୂଅ ମଧ୍ୟକୁ ପିକଅପ୍ ଗାଡ଼ିଟି ଖସିବାରୁ ୯ ଜଣଙ୍କ ଜୀବନ ଯାଇଛି ।
ମୁମ୍ବାଇ: ସିଦ୍ଧନାଥଙ୍କ ଦର୍ଶନ କରି ଘରକୁ ଫେରିବା ବେଳେ ଅଘଟଣ । କୂଅକୁ ପିକଅପ୍ ଗାଡ଼ି ଖସିବାରୁ ୯ ଶ୍ରଦ୍ଧାଳୁଙ୍କ ମୃତ୍ୟୁ । ଏଭଳି ଅଘଟଣ ଘଟିଛି ମହାରାଷ୍ଟ୍ରର ତଣ୍ଡଳୱାଡ଼ିରେ । ରାସ୍ତା କଡ଼ରେ ଥିବା କୂଅ ମଧ୍ୟକୁ ପିକଅପ୍ ଗାଡ଼ିଟି ଖସିବାରୁ ୯ ଜଣଙ୍କ ଜୀବନ ଯାଇଛି ।

ସୂଚନା ଅନୁସାରେ, ରଞ୍ଜନୀ ଗାଁର ଲୋକେ ସିଦ୍ଧନାଥ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ । ଗାଡ଼ିରେ ଥିଲେ ୧୭ ଜଣ । ତଣ୍ଡଳୱାଡ଼ି ନିକଟରେ ଡ୍ରାଇଭର୍ ଗାଡ଼ି ଉପରୁ ସନ୍ତୁଳନ ହରାଇଥିଲେ । ଫଳରେ ପିକଅପ୍‌ଟି ସିଧା ଯାଇ ରାସ୍ତା କଡ଼ରେ ଥିବା କୂଅକୁ ଖସି ପଡ଼ିଥିଲା ।

ଏଥିସହ ପଢ଼ନ୍ତୁ: ଟ୍ରେନ୍‌ରେ ନିଆଁ ଲାଗିଥିବା ଶୁଣି ଟ୍ରାକ୍‌କୁ ଡେଇଁଲେ ଯାତ୍ରୀ, ଚାପିଦେଲା ବିପରୀତ ଦିଗରୁ ଆସୁଥିବା ରେଳ 

କୂଅଟି ରାସ୍ତାଠାରୁ ପ୍ରାୟ ୧୦ ଫୁଟ୍ ଦୂରରେ ରହିଥିବା ବେଳେ କୌଣସି ପ୍ରାଚୀର ନଥିଲା । ସୂଚନା ଅନୁସାରେ, ପିକଅପ୍‌ଟି ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ଯାଉଥିଲା । ପିକଅପ୍ କୂଅରେ ଖସିବା ପରେ ସ୍ଥାନୀୟ ଲୋକେ ସହାୟତା ପାଇଁ ଦୌଡ଼ି ଆସିଥିଲେ ।

ଇରଫାନ ନାମକ ଜଣେ ଯୁବକ ସାହସିକତା ଦେଖାଇ କୂଅ ମଧ୍ୟକୁ ଡେଇଁଥିଲେ । ପାଣି ଭିତରୁ ୩ ଜଣଙ୍କୁ ଜୀବନ ଉଦ୍ଧାର କରିଛନ୍ତି । ଫଳରେ ୩ ଜଣଙ୍କ ଜୀବନ ବଞ୍ଚି ଯାଇଥିବା ବେଳେ ୯ ଜଣ ପ୍ରାଣ ହରାଇଛନ୍ତି ।

ଏଥିସହ ପଢ଼ନ୍ତୁ: କିଲର୍ ଟ୍ରକ; ପହିଲି ରଜରେ ଚାଲିଗଲା ୫ ଜଣଙ୍କ ଜୀବନ 

ଇରଫାନଙ୍କ ସହ ଗାଁ ଲୋକେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ସମସ୍ତଙ୍କ ସହଯୋଗରେ କୂଅରୁ ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ଯରେ ଗୋଟିଏ ପରିବାରର ଏକାଧିକ ଲୋକ ରହିଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଛୁଆ ଅଛନ୍ତି ।

ସ୍ଥାନୀୟ ଲୋକଙ୍କ ଅନୁସାରେ, ରାସ୍ତା କଡ଼ରେ ରହିଥିବା କୂଅ ପାଇଁ ପ୍ରାଚୀର ନିର୍ମାଣ କରିବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଛି । କିନ୍ତୁ, ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନାହିଁ । ଯଦି ପ୍ରାଚୀର ଥାଆନ୍ତା ତାହେଲେ ଏତେବଡ଼ ଦୁର୍ଘଟଣା ହୋଇ ନଥାନ୍ତା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored