Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟ୍ରେନ୍‌ରେ ନିଆଁ ଲାଗିଥିବା ଶୁଣି ଟ୍ରାକ୍‌କୁ ଡେଇଁଲେ ଯାତ୍ରୀ, ଚାପିଦେଲା ବିପରୀତ ଦିଗରୁ ଆସୁଥିବା ରେଳ

National

Train Fire Panic / ଟ୍ରେନ୍‌ରେ ନିଆଁ ଲାଗିଥିବା ଶୁଣି ଟ୍ରାକ୍‌କୁ ଡେଇଁଲେ ଯାତ୍ରୀ, ଚାପିଦେଲା ବିପରୀତ ଦିଗରୁ ଆସୁଥିବା ରେଳ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଟ୍ରେନ୍‌ରେ ନିଆଁ ଲାଗିଥିବା ଶୁଣି ଟ୍ରାକ୍‌କୁ ଡେଇଁଲେ ଯାତ୍ରୀ, ଚାପିଦେଲା ବିପରୀତ ଦିଗରୁ ଆସୁଥିବା ରେଳ
Panic Over Fire Claim Kills Four

Key Points

ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ନିଆଁ ଲାଗିଥିବା ଗୁଜବ ହୋଇଥିଲା । ଯାହାକୁ ନେଇ ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ । ଟ୍ରେନ୍‌ରେ ନିଆଁ ଲାଗିଥିବା ଖବର ଶୁଣି ଅନେକ ଯାତ୍ରୀ ଟ୍ରାକ୍‌କୁ ଡେଇଁ ପଡ଼ିଥିଲେ ।
ଭୋପାଳ: ଭୟଙ୍କର ଦୁର୍ଘଟଣା । ଜୀବନ ବଞ୍ଚାଇବକୁ ଟ୍ରେନ୍‌ରୁ ଟ୍ରାକ୍‌କୁ ଡେଇଁଲେ, ପ୍ରାଣ ଚାଲିଗଲା । ନିଆଁରୁ ରକ୍ଷା ପାଇବାକୁ ଟ୍ରେନ୍‌ରୁ ଡେଇଁବା ମହଙ୍ଗା ପଡ଼ିଛି । ଟ୍ରେନ୍ ଟ୍ରାକ୍‌ରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁଖଃଦ ଅଘଟଣ ଘଟିଛି ମଧ୍ୟପ୍ରଦେଶର ମୁରୈନାରେ ।

ସୂଚନା ଅନୁସାରେ ରବିବାର ଅପରାହ୍ ୪ଟା ୧୫ ସମୟରେ ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ନିଆଁ ଲାଗିଥିବା ଗୁଜବ ହୋଇଥିଲା । ଯାହାକୁ ନେଇ ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ । ଟ୍ରେନ୍‌ରେ ନିଆଁ ଲାଗିଥିବା ଖବର ଶୁଣି ଅନେକ ଯାତ୍ରୀ ଟ୍ରାକ୍‌କୁ ଡେଇଁ ପଡ଼ିଥିଲେ ।

ଏଥିସହ ପଢ଼ନ୍ତୁ: କିଲର୍ ଟ୍ରକ; ପହିଲି ରଜରେ ଚାଲିଗଲା ୫ ଜଣଙ୍କ ଜୀବନ 

ସେହି ସମୟରେ ଉକ୍ତ ଟ୍ରାକ୍‌ରେ ଆସୁଥିବା ଅନ୍ୟ ଏକ ଟ୍ରେନ୍‌ ଯାତ୍ରୀଙ୍କୁ ଧକ୍କା ଦେଇଥିଲା । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଅନ୍ୟ ଜଣେ ଛୁଆ ରହିଛି । ମୁରୈନା ହେତମପୁର ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ମିଳିବା ମାତ୍ରେ ପୋଲିସ ଓ ରେଲୱେ ପ୍ରଶାସନର ଅଧିକାରୀ ହେତମପୁର ଷ୍ଟେସନରେ ପହଞ୍ଚିଛନ୍ତି । ସରାୟ ଛୋଲା ଥାନା ଅଧିକାରୀ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି । ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ ଲାଗିଥିବା ଗୁଜବରୁ ଏହି ଅଘଟଣ ଘଟିଥିବା କହିଛି ପୋଲିସ ।

ରେଲୱେ ଦେଲା ସୂଚନା

ଏହି ଦୁର୍ଘଟଣା ନେଇ ଉତ୍ତର ମଧ୍ୟ ରେଲୱେ ସୂଚନା ଜାରି କରିଛି । ରେଲୱେ ଅନୁସାରେ, ଅପରାହ୍ଣ ୪ଟା ୧୫ ପାଖାପାଖି ଝାନ୍‌ସୀ ମଣ୍ଡଳର ହେତମପୁର-ଧୌଲପୁରରେ ଉଦୟପୁର ଇଣ୍ଟରସିଟି (୧୯୬୬୫)ର ଜେନେରାଲ୍ କୋଚ୍‌ରେ ଚେନ୍ ପୁଲିଂ କରାଯିବାରୁ ଗାଡ଼ି ଅଟକିଥିଲା ।

ଇଣ୍ଟରସିଟି ଏକ୍ସପ୍ରେସ୍ ଅଟକିବା କ୍ଷଣି କିଛି ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ରେଳ ଧାରଣା ପାର୍ ହେଉଥିଲେ । ସେହି ସମୟରେ ଉକ୍ତ ଟ୍ରାକ୍‌ରେ ଫିରୋଜପୁର-ସିୱନି ପାତାଳକୋଟ୍ ଏକ୍ସପ୍ରେସ୍ (୨୦୪୨୪) ଆସୁଥିଲା । ଯେଉଁଥିରେ କିଛି ଯାତ୍ରୀଙ୍କ ମୃତାହତ ନେଇ ସୂଚନା ମିଳିଛି ।

ଏଥିସହ ପଢ଼ନ୍ତୁ: ଏୟାରବେସ୍‌ରେ ଭାରତୀୟ ବାୟୁ ସେନା ବିମାନ ୨ ଖଣ୍ଡ; ୫ ଯବାନଙ୍କ ମୃତ୍ୟୁ 

ଏହି ଅଘଟଣ ପରେ ରେଲୱେ ପ୍ରଶାସନ, ରେଲୱେ ସୁରକ୍ଷା ବଳ, ସରକାରୀ ରେଲୱେ ପୋଲିସ ଓ ସ୍ଥାନୀୟ ପ୍ରଶାସନର ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରଭାବିତ ଯାତ୍ରୀଙ୍କୁ ସହାୟତା ପ୍ରଦାନ କରାଯାଇଛି । କିଭଳି ଏବଂ କେଉଁ ପରିସ୍ଥିତିରେ ଅଘଟଣ ଘଟିଲା ତାର ଛାନଭିନ୍ ଆରମ୍ଭ କରିଛି ରେଲୱେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored