Road Accident / କିଲର୍ ଟ୍ରକ; ପହିଲି ରଜରେ ଚାଲିଗଲା ୫ ଜଣଙ୍କ ଜୀବନ
·2 hours ago·2 min read

Key Points
ପୃଥକ ଦୁର୍ଘଟଣାରେ ୫ ଜଣ ବାଇକ୍ ଆରୋହୀ ପ୍ରାଣ ହରାଇଛନ୍ତି । ପହିଲି ରଜରେ ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା କୁଆଁର ଛକ ନିକଟରେ ଦୁର୍ଘଟଣା ଘଟିଛି ।
କେନ୍ଦୁଝର: ରଜ ମଉଜରେ ଗାଁରୁ ସହର ଉତ୍ସବ ମୁଖର ହୋଇ ଉଠିଛି । ଘରେ ଘରେ ପିଠାପଣାର ଆସର ଜମୁଥିବା ବେଳେ ଗାଁ ମୁଣ୍ଡରେ ଦୋଳିରେ ଝୁମୁଛନ୍ତି ସମସ୍ତେ । ଏହି ସମୟରେ ଆସିଛି ଦୁର୍ଘଟଣାର ଖବର । ଦୁଇଟି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।
କେନ୍ଦୁଝର ଜିଲ୍ଲାରେ ପୃଥକ ଦୁର୍ଘଟଣାରେ ୫ ଜଣ ବାଇକ୍ ଆରୋହୀ ପ୍ରାଣ ହରାଇଛନ୍ତି । ପହିଲି ରଜରେ ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା କୁଆଁର ଛକ ନିକଟରେ ଦୁର୍ଘଟଣା ଘଟିଛି । ଟ୍ରକ୍ ଧକ୍କାରେ କୁଆଁର ଛକରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।
ଏଥିସହ ପଢ଼ନ୍ତୁ: ଏୟାରବେସ୍ରେ ଭାରତୀୟ ବାୟୁ ସେନା ବିମାନ ୨ ଖଣ୍ଡ; ୫ ଯବାନଙ୍କ ମୃତ୍ୟୁ
ମୃତକ ଦୁଇ ଭାଇ ବୋଲି ଜଣାପଡ଼ିଛି । ସେମାନଙ୍କ ନାଁ ଲକ୍ଷ୍ମଣ ସନଙ୍ଗି ଓ ବିଛି ସନଙ୍ଗି । ଉଭୟ ଘରକୁ ଫେରୁଥିବା ବେଳେ ଟ୍ରକ୍ ଚାପିଦେବାରୁ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ କିଛି ସମୟ ପରେ ସେହି କୁଆଁର ଛକରେ ଆଉ ଏକ ଟ୍ରକ୍ ୩ ଜଣଙ୍କ ଜୀବନ ନେଇଛି ।
ରଙ୍ଗ ରୁଟ୍ରେ ଆସି ୩ ଜଣଙ୍କ ଉପରେ ମାଡ଼ି ଯାଇଛି କିଲର୍ ଟ୍ରକ୍ । ଯେଉଁଥିରେ ୩ ବାଇକ୍ ଆରୋହୀ ଜୀବନ ହରାଇଛନ୍ତି । ଦୁର୍ଘଟଣାରେ ସୁରେଶ, ଶଙ୍କର ଓ ଦୋଳ ପ୍ରାଣ ହରାଇଛନ୍ତି । ସେମାନ ପଦାକସଡ଼ାରୁ ବାଇକ୍ ଯୋଗେ ତେନ୍ତୁଳିଖୁଣ୍ଟ ଆଡ଼କୁ ଯାଉଥିଲେ ।
ଏଥିସହ ପଢ଼ନ୍ତୁ: ରାଜଧାନୀ ଭୁବନେଶ୍ବରରେ ବଡ଼ ଟ୍ରେନ ଦୁର୍ଘଟଣା…ଦୁଇ ଟ୍ରେନ ମୁହାଁମୁହିଁ
ସେହି ସମୟରେ ଏକ ଦ୍ରୁତଗ୍ରାମୀ ଟ୍ରକ୍ ରଙ୍ଗ ରୁଟ୍ରେ ଆସି ବାଇକ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । କାଞ୍ଜିପାଣି ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।
ପହିଲି ରଜରେ ଜାତୀୟ ରାଜପଥ ୪୯ରେ ଦୁଇଟି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୋଟିଏ ପରିବାର ୨ ପୁଅଙ୍କୁ ହରାଇ ଭାଙ୍ଗି ପଡ଼ିଛି । ରଜ ଭଳି ଖୁସିର ଦିନରେ ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories