Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

School Fee / 'ବାପା, ତୁମେ କେବେ ଟଙ୍କା ବାନ୍ଧିବ ?' ପରୀକ୍ଷାରେ ଦଶମ ଛାତ୍ରଙ୍କୁ ଚଟାଣରେ ବସାଇ ଦେଲେ

Sushanta Sahoo
Browse all articles by Sushanta Sahoo
·9 months ago·2 min read
'ବାପା, ତୁମେ କେବେ ଟଙ୍କା ବାନ୍ଧିବ ?' ପରୀକ୍ଷାରେ ଦଶମ ଛାତ୍ରଙ୍କୁ ଚଟାଣରେ ବସାଇ ଦେଲେ

Key Points

ସ୍କୁଲ୍‌ରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପମାନ । ଫି' ବାନ୍ଧି ନଥିବାରୁ ପରୀକ୍ଷା ଦେବାକୁ ଚଟାଣରେ ବସାଇ ଦେଲେ କର୍ତ୍ତୃପକ୍ଷ । ଅମାନବିକତାର ଏଭଳି ଅଭିଯୋଗ ଆସିଛି, ମହାରାଷ୍ଟ୍ରର ଭିୱାଣ୍ଡିରୁ ।

ମୁମ୍ବାଇ: ରାତିରେ ବାପା ଘରକୁ ଫେରିଲେ, ପୁଅ ରାହା ଧରି କାନ୍ଦୁଥିଲା । ଆଉ ବାପା ପଚାରିଲେ, "ଧନ କାହିଁକି କାନ୍ଦୁଛୁ ।" ଆଉ ପୁଅ କହିଲା, "ବାପା, ତୁମେ କେବେ ସ୍କୁଲ୍ ଫି' ଦେବ ?"


ସ୍କୁଲ୍‌ରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପମାନ । ଫି' ବାନ୍ଧି ନଥିବାରୁ ପରୀକ୍ଷା ଦେବାକୁ ଚଟାଣରେ ବସାଇ ଦେଲେ କର୍ତ୍ତୃପକ୍ଷ । ଅମାନବିକତାର ଏଭଳି ଅଭିଯୋଗ ଆସିଛି, ମହାରାଷ୍ଟ୍ରର ଭିୱାଣ୍ଡିରୁ । ସ୍କୁଲ୍‌ରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପମାନ । ଫି' ବାନ୍ଧି ନଥିବାରୁ ପରୀକ୍ଷା ଦେବାକୁ ଚଟାଣରେ ବସାଇ ଦେଲେ କର୍ତ୍ତୃପକ୍ଷ । ଅମାନବିକତାର ଏଭଳି ଅଭିଯୋଗ ଆସିଛି, ମହାରାଷ୍ଟ୍ରର ଭିୱାଣ୍ଡିରୁ । ଯେଉଁଠି ବିଦ୍ୟାଳୟର ଦେୟ ଦାଖଲ କରି ନଥିବାରୁ ଦଶମ ଶ୍ରେଣୀ ଛାତ୍ରଙ୍କୁ ପ୍ରଥମ ସେମିଷ୍ଟାର ପରୀକ୍ଷା ଚଟାଣରେ ବସି ଦେବାକୁ ପଡ଼ିଛି ।


ଏଥିସହ ପଢ଼ନ୍ତୁ: ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର, ଟ୍ରମ୍ପଙ୍କୁ ନୁହେଁ ଏହି ବ୍ୟକ୍ତି ହେଲେ ବିଜେତା


ଏଭଳି ଘଟଣା ଘଟିଛି ଭିୱାଣ୍ଡିର ସଲାହୁଦ୍ଦିନ ଆୟୁବି ମେମୋରିଆଲ୍ ଉର୍ଦ୍ଦୁ ହାଇସ୍କୁଲ୍‌ରେ । ଫୈଜ ଖାନଙ୍କ ପୁଅ ଫହଦଙ୍କୁ ପ୍ରଥମ ସେମିଷ୍ଟାରର ପ୍ରଥମ ପରୀକ୍ଷା ତଳେ ଚଟାଣରେ ବସି ଦେବାକୁ ପଡ଼ିଛି । ଶ୍ରେଣୀର ଛୁଆମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା ବସି ପୁଅ ପରୀକ୍ଷା ଦେଇଥିବା ଅଭିଯୋଗ କରିଛନ୍ତି ଫୈଜ ଖାନ ।


ଅକ୍ଟୋବର ୩ର ଏହି ଘଟଣା ପରେ ୪ ତାରିଖରେ ସ୍କୁଲ୍‌କୁ ଯାଇ କର୍ତ୍ତୃପକ୍ଷଙ୍କୁ ଫୈଜ ବାବଦରେ ପଚାରିଥିଲେ । ସ୍କୁଲ୍‌କୁ ଯାଇ ଫୈଜ ଯାହା ଦେଖିଲେ ବର୍ଣ୍ଣନା କରିଛନ୍ତି । କହିଛନ୍ତି, "ସ୍କୁଲ୍‌ର ତୃତୀୟ ମହଲୋରେ ଫହଦ ତଳେ ବସିଥିଲା, ମୋତେ ଯିବାକୁ ଦିଆଗଲା ନାହିଁ । ମୁଁ ଯେଣେତେଣେ ପ୍ରକାରେ ଗଲି ଆଉ ଦେଖିଲି ପୁଅ ଚଟାଣରେ ଏକ ନ୍ୟୁଜ୍ ପେପର୍ ଉପରେ ବସିଛି । ଆଉ ଏନେଇ ମୁଁ ଯେତେବେଳେ ପରୀକ୍ଷା ନୀରିକ୍ଷକଙ୍କୁ ପଚାରିଲି ସେ କହିଲେ ପ୍ରିନ୍ସିପାଲଙ୍କ ସହ କଥା ହୁଅନ୍ତି । ମୁଁ ପୁଅକୁ ନେଇ ପଳାଇ ଆସିଲି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ପରେ ଫୈଜ ତାଙ୍କ ପୁଅକୁ ନେଇ ପୋଲିସ ଥାନାରେ ପହଞ୍ଚିବା ସହ ଏନେଇ ରିପୋର୍ଟ ଲେଖାଇ ଥିଲେ । ଫୈଜଙ୍କ ଏତଲା ଅନୁସାରେ, ପୋଲିସ ସ୍କୁଲ୍‌ର ପ୍ରିନ୍ସିପାଲ ଏବଂ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ପରୀକ୍ଷା ପେପର୍ ସାରିବା ଲାଗି ଫହଦକୁ ସ୍କୁଲ୍‌ ପଠାଇଥିଲା ପୋଲିସ ।


ଏଥିସହ ପଢ଼ନ୍ତୁ: ୬୦ କୋଟି ଠକେଇକୁ ନେଇ ମୁହଁ ଖୋଲିଲେ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ


ପୁଅର ସ୍କୁଲ୍ ଫି' ନେଇ ଫୈଜ କହିଛନ୍ତି, "ପୁଅର ସ୍କୁଲ୍ ପି ହେଉଛି ୨୫୦୦ ଟଙ୍କା । ମୁଁ ୧୨୦୦ ଟଙ୍କା ଦେଇଥିଲି । ପୂର୍ବରୁ ୧୩୦୦ ଟଙ୍କା ପାଇଁ ସ୍କୁଲ୍ ଫହଦର ନବମ ଶ୍ରେଣୀ ଫଳାଫଳ ଅଟକାଇ ରଖିଛି ।"


ଫହଦଙ୍କ ପରିବାର ଲୋକ କହିଛନ୍ତି, ସ୍କୁଲ୍ କର୍ତ୍ତୃପକ୍ଷ ଏଭଳି କରି ପୁଅର ଆତ୍ମସମ୍ମାନ ଏବଂ ଛାତ୍ର ଅଧିକାରର ଉଲ୍ଲଂଘନ କରିଛନ୍ତି । ଯାହା ଫଳରେ ଫହଦ ଅପମାନିତ ହୋଇଛି । ତେବେ ଏନେଇ ସ୍କୁଲ୍ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

Related Topics

Explore more stories

Sponsored
Maharashtra Student Forced to Sit on Floor Over Unpaid Fees | Argus News | Argus News