Videos
|
National

Taxi Driver Marathi Rule / ଟ୍ୟାକ୍ସି ଚାଳକଙ୍କ ପାଇଁ ବଡ଼ ନିୟମ ! ମରାଠୀ ନ ଜାଣିଲେ ରଦ୍ଦ ହୋଇପାରେ ଲାଇସେନ୍ସ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଟ୍ୟାକ୍ସି ଚାଳକଙ୍କ ପାଇଁ ବଡ଼ ନିୟମ ! ମରାଠୀ ନ ଜାଣିଲେ ରଦ୍ଦ ହୋଇପାରେ ଲାଇସେନ୍ସ
Taxi Driver Marathi Rule

Key Points

ଟ୍ୟାକ୍ସି ଚଲାଇବାକୁ ହେଲେ ମରାଠୀ ଜାଣିବା ବାଧ୍ୟତାମୂଳକ !
ସରକାର ଆଣିଲେ ନୂଆ ନିୟମ
ନମାନିଲେ ଲାଇସେନ୍ସ ୩ ମାସ ନିଲମ୍ବନ
ମହାରାଷ୍ଟ୍ରରେ ଟ୍ୟାକ୍ସି କିମ୍ବା କ୍ୟାବ୍ ଚଲାଉଥିବା ଡ୍ରାଇଭରଙ୍କ ପାଇଁ ଆସିଛି ବଡ଼ ନିୟମ । ଏଣିକି କେବଳ ଗାଡ଼ି ଚଲାଇ ଜାଣିଲେ ହେବନି, ମରାଠୀ ଭାଷାର ସାଧାରଣ କାର୍ଯ୍ୟକାରୀ ଜ୍ଞାନ ମଧ୍ୟ ରହିବା ଜରୁରୀ । ମହାରାଷ୍ଟ୍ର ସରକାର ୧୨ ଅଗଷ୍ଟ ୨୦୨୬ରେ ନୂଆ ନିୟମ ଜାରି କରିଛନ୍ତି । ମହାରାଷ୍ଟ୍ର ସରକାର ୧୨ ଅଗଷ୍ଟ ୨୦୨୬ରେ ଏନେଇ ବିଜ୍ଞପ୍ତି ଜାରି କରି ‘ମହାରାଷ୍ଟ୍ର ମୋଟର ଯାନ ନିୟମ’ରେ ସଂଶୋଧନ କରିଛନ୍ତି ।

ନୂଆ ନିୟମ ଅନୁସାରେ, ଯଦି କୌଣସି ଟ୍ୟାକ୍ସି ଚାଳକଙ୍କର ମରାଠୀ ଭାଷାର ଆବଶ୍ୟକୀୟ କାର୍ଯ୍ୟକାରୀ ଜ୍ଞାନ ନଥାଏ, ତେବେ ତାଙ୍କୁ ତୁରନ୍ତ ଚାକିରି କିମ୍ବା ଟ୍ୟାକ୍ସି ଚଲାଇବାରୁ ହଟାଯିବ ନାହିଁ । ଲାଇସେନ୍ସିଂ ଅଥରିଟି ପ୍ରଥମେ ତାଙ୍କୁ ମରାଠୀ ଶିଖିବା ପାଇଁ ଏକ ମାସର ସମୟ ଦେବ ।

ଅଧିକ ପଢ଼ନ୍ତୁ: ୧୬ ଅଗଷ୍ଟ ପୂର୍ବରୁ କରନ୍ତୁ e-KYC ! ନହେଲେ ସବ୍‌ସିଡି ଓ ଗ୍ୟାସ୍‌ ସେବାରେ ପଡ଼ିପାରେ ପ୍ରଭାବ


ଏହି ଏକ ମାସ ମଧ୍ୟରେ ଚାଳକଙ୍କୁ ଆବଶ୍ୟକ ମରାଠୀ ଜ୍ଞାନ ହାସଲ କରିବାକୁ ପଡ଼ିବ । ଯଦି ଧାର୍ଯ୍ୟ ସମୟ ପରେ ମଧ୍ୟ ଚାଳକ ନିୟମ ପାଳନ ନକରନ୍ତି, ତେବେ ତାଙ୍କ ଡ୍ରାଇଭିଂ ଲାଇସେନ୍ସକୁ ସର୍ବାଧିକ ତିନି ମାସ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇପାରେ ।

ଏହା ପରେ ମଧ୍ୟ ଯଦି ଚାଳକ ଆବଶ୍ୟକ ମରାଠୀ ଜ୍ଞାନ ହାସଲ ନକରନ୍ତି ଏବଂ ନିୟମ ପାଳନ କରନ୍ତି ନାହିଁ, ତେବେ ଟ୍ୟାକ୍ସି ଚଲାଇବାର ଅନୁମତି ମଧ୍ୟ ରଦ୍ଦ ହୋଇପାରେ । ତେବେ କୌଣସି ଦଣ୍ଡାତ୍ମକ ପଦକ୍ଷେପ ନେବା ପୂର୍ବରୁ ଚାଳକଙ୍କୁ ନିଜ ପକ୍ଷ ରଖିବାର ପୂର୍ଣ୍ଣ ସୁଯୋଗ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

କେବଳ ଟ୍ୟାକ୍ସି ଡ୍ରାଇଭର ନୁହେଁ, ଏହି ନିୟମ ଟ୍ୟାକ୍ସି ପରମିଟ୍ ଧାରକଙ୍କ ପାଇଁ ମଧ୍ୟ ଲାଗୁ ହେବ । ଯେଉଁ ବ୍ୟକ୍ତିଙ୍କ ପାଖରେ ଟ୍ୟାକ୍ସି ପରମିଟ୍ ରହିଛି କିମ୍ବା ପରମିଟ୍ ନବୀକରଣ କରିବାକୁ ଚାହୁଁଛନ୍ତି, ତାଙ୍କ ପାଇଁ ମଧ୍ୟ ମରାଠୀ ଭାଷାର ସାଧାରଣ କାର୍ଯ୍ୟକାରୀ ଜ୍ଞାନ ଜରୁରୀ ହେବ ।

ଅର୍ଥାତ୍‌, ମହାରାଷ୍ଟ୍ରରେ ଇଲେକ୍ଟ୍ରୋନିକ୍ ମିଟର ଥିବା ଟ୍ୟାକ୍ସି ଚଲାଇବା କିମ୍ବା ଏହାର ପରମିଟ୍ ନେବା ପାଇଁ ଏଣିକି ମରାଠୀ ଭାଷାର ମୌଳିକ କାର୍ଯ୍ୟକାରୀ ଜ୍ଞାନ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: