|
logo
Live

Argus News - ମାସକୁ ଲକ୍ଷେ ରୋଜଗାର; ତଥାପି ମାଗୁଛନ୍ତି ଭରଣପୋଷଣ

National

Alimony Laws India / ମାସକୁ ଲକ୍ଷେ ରୋଜଗାର; ତଥାପି ମାଗୁଛନ୍ତି ଭରଣପୋଷଣ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ମାସକୁ ଲକ୍ଷେ ରୋଜଗାର; ତଥାପି ମାଗୁଛନ୍ତି ଭରଣପୋଷଣ
Alimony Laws India

Key Points

ଛାଡ଼ପତ୍ର ପରେ ଭରଣପୋଷଣ ମାମଲା
କୋର୍ଟ କହିଲେ 'ୟେ ତ ରକ୍ତ ଶୋଷିବା ପରି'
ମାସକୁ ମହିଳା ଜଣକ ରୋଜଗାର କରନ୍ତି ଲକ୍ଷେ ଟଙ୍କା । ତଥାପି ସ୍ଵାମୀଙ୍କୁ ମାଗୁଛନ୍ତି ଭରଣପୋଷଣ । ଏହି ଦାବିକୁ ମଧ୍ୟପ୍ରଦେଶ ହାଇକୋର୍ଟ ଭୁଲ୍ ବୋଲି ଦର୍ଶାଇବା ସହ ମହିଳାଙ୍କ ଉଦ୍ଦେଶ୍ୟରେ କଡ଼ା ଶବ୍ଦର ବ୍ୟବହାର କରିଛନ୍ତି । ଏପରିକି ଜଷ୍ଟିସ୍ ବିବେକ ଜୈନ ଇଂରାଜୀ ସାହିତ୍ୟକାର ସେକ୍ସପିୟରଙ୍କ ପ୍ରସିଦ୍ଧ ନାଟକ 'ମର୍ଚାଣ୍ଟ ଅଫ୍ ଭିନିସ୍'ର ଏକ ଡାଏଲଗକୁ ମଧ୍ୟ ଶୁଣାଣି ବେଳେ ଦୋହରାଇଛନ୍ତି ।

  • କଣ କହିଲେ କୋର୍ଟ ?
ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ମହିଳା ଜଣକ ଏତେ ଟଙ୍କା ରୋଜଗାର କରୁଛନ୍ତି ଯେ ସେ ନିଜେ ନିଜ ପରିବାରର ବୋଝ ଉଠାଇବାକୁ ସକ୍ଷମ । ଜଷ୍ଟିସ ଜୈନ କହିଛନ୍ତି ଯେ ଏହି ମାମଲା ଆଉ କିଛି ନୁହେଁ, ବରଂ ସ୍ଵାମୀଙ୍କ ରକ୍ତ ଶୋଷିବା ପରି । ଏଥିଲାଗି କୋର୍ଟ ଅନୁମତି ଦେବେନାହିଁ ବୋଲି କହିଛନ୍ତି । କୋର୍ଟ କହିଛନ୍ତି ଯେ ମହିଳା ଜଣକ ଭଲ ରୋଜଗାର କରୁଛନ୍ତି ଏବଂ ବୋଝ ଉଠାଇବା ଲାଗି ତାଙ୍କର ସନ୍ତାନ ମଧ୍ୟ ନାହାନ୍ତି । ମହିଳାଙ୍କ ପ୍ରତି ମାସର ରୋଜଗାର ୧ ଲକ୍ଷରୁ ଅଧିକ ଅଛି । ଏଥିଲାଗି ସ୍ଵାମୀଙ୍କୁ ଭରଣପୋଷଣ ଦେବାର ଆବଶ୍ୟକତା ନାହିଁ ।

ଚଳିତ ବର୍ଷ ଫେବୃଆରୀ ୧୮ ତାରିଖରେ ପରିବାର କୋର୍ଟ ରାୟ ଶୁଣାଇଥିଲା ଯେ ଛାଡ଼ପତ୍ର ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ମହିଳାଙ୍କୁ କିଛି ଭରଣପୋଷଣ ଦିଆଯିବ ନାହିଁ । ଦମ୍ପତିଙ୍କ ବିବାହ ୨୦୨୨ ନଭେମ୍ବର ୪ ତାରିଖରେ ହୋଇଥିଲା । ୨୦୨୩ରୁ ହିଁ ଉଭୟ ଅଲଗା ଅଲଗା ରହୁଛନ୍ତି । ସ୍ଵାମୀ କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ । ମହିଳା ଜଣକ ଦାବି କରିଥିଲେ ଯେ ଯେତେବେଳ ଯାଏଁ ଛାଡ଼ପତ୍ର ସରିନାହିଁ, ସେବେ ଯାଏଁ ମହିଳାଙ୍କୁ ସ୍ଵାମୀ ଭରଣପୋଷଣ ଦିଅନ୍ତୁ ।

  • ବର୍ଷକୁ ୨୦ ଲକ୍ଷ ରୋଜଗାର କରନ୍ତି ମହିଳା
ଆବେଦନ ପତ୍ରରେ ମହିଳା ଜଣକ ନିଜେ ସ୍ଵୀକାର କରିଥିଲେ ଯେ ସେ ଚାକିରି କରନ୍ତି ଓ ଗୋଟିଏ ବର୍ଷରେ ୨୦ ଲକ୍ଷ ପାଖାପାଖି ରୋଜଗାର କରନ୍ତି । ସେ କହିଥିଲେ ଯେ ତାଙ୍କ ସ୍ଵାମୀ ବର୍ଷକୁ ୩୦ ଲକ୍ଷରୁ ଅଧିକ ରୋଜଗାର କରନ୍ତି । ସବୁ କଥା ଶୁଣିବା ପରେ ପରିବାର କୋର୍ଟ କହିଥିଲେ ଯେ ମହିଳାଙ୍କ ଆୟ ପର୍ଯ୍ୟାପ୍ତ ଅଛି ଓ ଦ୍ଵିତୀୟତଃ ତାଙ୍କର କୌଣସି ସନ୍ତାନ ନାହିଁ । ଏଣୁ ମହିଳାଙ୍କୁ କୌଣସି ପ୍ରକାର ଭରଣପୋଷଣ ବାବଦକୁ ଅର୍ଥ ଦେବାର ଆବଶ୍ୟକତା ନାହିଁ । ଯେତେବେଳେ ମାମଲା ହାଇକୋର୍ଟ ପହଞ୍ଚିଥିଲା, ସେତେବେଳେ ମହିଳା ଜଣକ କହିଥିଲେ ଯେ ଏବେ ତାଙ୍କ ପରିସ୍ଥିତି ବଦଳିଯାଇଛି ଓ ସେ ବର୍ଷକୁ ୧୪ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ପଢନ୍ତୁ ଏହି ଖବର: ସ୍ତ୍ରୀଙ୍କୁ ଭରଣପୋଷଣ ପାଇଁ ରୋଜଗାରର ୨୫ ପ୍ରତିଶତ ଟଙ୍କା ଦେବେ ସ୍ଵାମୀ: ହାଇକୋର୍ଟ

ଏହାପରେ କୋର୍ଟ କହିଥିଲେ ଯେ ଏହାକୁ ବି ଯଦି ମାନି ନିଆଯାଏ, ତେବେ ମହିଳା ପର୍ଯ୍ୟାପ୍ତ ପରିମାଣରେ ରୋଜଗାର କରୁଛନ୍ତି । ସେ ମାସକୁ ପ୍ରାୟ ୧.୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏଣୁ ସେ ଆର୍ଥିକ ଭାବେ ଦୁର୍ବଳ ନୁହନ୍ତି । ହାଇକୋର୍ଟ କହିଥିଲେ ଯେ ପରିବାର କୋର୍ଟଙ୍କ ରାୟ ଏକଦମ ଠିକ୍ । କୋର୍ଟ ଏହା ସ୍ପଷ୍ଟ କରିଥିଲେ ଯେ ଭରଣପୋଷଣ ସେତେବେଳେ ଦିଆଯାଏ, ଯେତେବେଳେ ସ୍ତ୍ରୀ ସମ୍ପୂର୍ଣ୍ଣ ଭାବେ ସ୍ଵାମୀ ଉପରେ ନିର୍ଭରଶୀଳ କିମ୍ବା ସେମାନଙ୍କର ସନ୍ତାନ ଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Alimony Laws India: ମାସକୁ ଲକ୍ଷେ ରୋଜଗାର; ତଥାପି ମାଗୁଛନ୍ତି ଭରଣପୋଷଣ | Argus News