West Bengal Case / ମମତାଙ୍କ ପୋଲ ଖୋଲିଦେଲେ ବାଂଶୁରୀ

Key Points
ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ ।
କହିଲେ- ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅ ।
ମମତାଙ୍କ ମିଛ ଧରାଇଲା ବିଜେପି ।
ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବେଙ୍ଗଲ ମୁଖ୍ୟମନ୍ତ୍ରୀଙ୍କ ସମ୍ବେଦନହୀନ ବୟାନକୁ ଚାରିଆଡୁ ନିନ୍ଦା । ମମତାଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ବାଂଶୁରୀ ସ୍ବରାଜ। କହିଲେ- ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅ । ଦିଦିଙ୍କ ମିଛ ଧରାଇଲା ବିଜେପି । ବେଙ୍ଗଲରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଲେ, ତୃଣମୂଳ ହଟାଅ- ବେଟି ବଞ୍ଚାଅ ।
ଗତବର୍ଷ ଆର୍ ଜି କର ମେଡିକାଲ୍ କଲେଜ ଆଉ ଏବେ IQ ମେଡିକାଲ କଲେଜ । ପଶ୍ଚିମବଙ୍ଗରେ ଦୁଇ ଥର ଗଣଦୁଷ୍କର୍ମର ଶିକାର ହେଲେଣି ଡାକ୍ତରୀ ଛାତ୍ରୀ । ଏଥର ବି ସମାନ ଭାବେ ଖାମଖିଆଲ, ଦାୟିତ୍ବହୀନ ଆଭିମୁଖ୍ୟ ଆପଣାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପିଡୀତାଙ୍କୁ ଦୋଷ ଦେଇ ରାତିରେ ଯୁବତୀ କାହିଁକି ବାହାରକୁ ଯାଇଥିଲେ ତାକୁ ନେଇ ଉଠାଇଥିଲେ ପ୍ରଶ୍ନ। ଯାହାକୁ ନେଇ ମମତାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ବାଂଶୁରୀ ସ୍ବରାଜ ।
ଏହାସହ ପଢ଼ନ୍ତୁ:- ଆଫଗାନିସ୍ତାନ ମାଡ଼ରେ ବେହାଲ ହେଲାଣି ପାକିସ୍ତାନ ସେନା !
ସେ କହିଛନ୍ତି- ମହିଳାଙ୍କୁ ସର୍ବଦା ଦୋଷାରୋପ କହି ମମତା ଖସିବାକୁ ଚେଷ୍ଟା କରି ଆସିଛନ୍ତି । ଆଜି ବେଙ୍ଗଲର ମା, ମାଟି, ମନୁଷ, ଲହୁ ଲୁହାଣ କହି ମମତାଙ୍କୁ ଟାର୍ଗେଟ କରିଛନ୍ତି ବାଂଶୁରୀ । ସେହିଭଳି ମମତାଙ୍କ ମିଛ ବି ସାମ୍ନାକୁ ଆସିଛି । ଓଡ଼ିଆ ଡାକ୍ତରୀ ଛାତ୍ରୀ ରାତି ୧୨ଟାରେ ନୁହେଁ ବରଂ ରାତି ୮ଟାରେ ବାହାରକୁ ଯାଇଥିଲେ। ଯାହା ଏତଲାରେ ବି ଉଲ୍ଲେଖ ରହିଛି । ଏଇ ପ୍ରସଙ୍ଗ ଉଠାଇ ମମତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲାବ୍ୟ ।
ସେହିପରି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ମୋତେ ସକାଳ ୮ଟାରେ ଫୋନ୍ କରି ଚାପରେ ଥିବା କହିଥିଲେ । ଏହି ଚାପ ମମତାଙ୍କର, ମମତାଙ୍କ ପୋଲିସର ବୋଲି କହିଛନ୍ତି ଶୁଭେନ୍ଦୁ ।
📱 Get Argus News App
✨ଏହାସହ ପଢ଼ନ୍ତୁ:- ଖୁସି ଖବର, PF ଆକାଉଣ୍ଟରୁ ଉଠାଇ ପାରିବେ ୧୦୦% ପାଣ୍ଠି !
ଅନ୍ୟପଟେ ମମତାଙ୍କ ଏଭଳି ବୟାନକୁ ଓଡ଼ିଶାରେ ବି ବିରୋଧ କରାଯାଇଛି । ଚାପରେ ପଡ଼ି ବିଜେଡି ଘଟଣାକୁ ନିନ୍ଦା କରିଥିଲେ ବି ମହିଳା ସମ୍ମାନର ନାରା ଦେଉଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଆ ଝିଅ ପାଇଁ ପଦୁଟିଏ ବି କହିନାହାନ୍ତି । କଂଗ୍ରେସ ବି ମମତାଙ୍କ ବୟାନକୁ ନିନ୍ଦା କରିଛି।
Related Topics
Explore more stories