Child Assault / ବାପା ସହ ହେଲା ଗଣ୍ଡଗୋଳ; ପୁଅ ଉପରେ ରାଗ ଶୁଝାଇଲା ଅଭିଯୁକ୍ତ
·5 months ago·2 min read

Key Points
ବାପା ସହ ହେଲା ଗଣ୍ଡଗୋଳ
କୁନିପୁଅ ଉପରେ ରାଗ ଶୁଝାଇଲା ଦୁର୍ବୃତ୍ତ
ଗୋଡ଼କୁ ଘୋଷାଡି ମୁଣ୍ଡକୁ ଆଘାତ କଲା
କୁନିପୁଅ ଉପରେ ରାଗ ଶୁଝାଇଲା ଦୁର୍ବୃତ୍ତ
ଗୋଡ଼କୁ ଘୋଷାଡି ମୁଣ୍ଡକୁ ଆଘାତ କଲା
କ୍ରୋଧର ବଶବର୍ତ୍ତୀ ହୋଇ ଭୁଲିଗଲା ମଣିଷ ପଣିଆ । ଅଜ୍ଞାନୀ ସାଜିଲା ଏ ବୁଦ୍ଧିମାନ ମଣିଷ । ପ୍ରତିଶୋଧ ନିଆଁରେ ଜଳି କୋମଳମତୀ ଶିଶୁକୁ ବି ଛାଡ଼ିଲାନି । ଏ ଦୁନିଆକୁ ବୁଝିନଥିବା କୋମଳୀମତୀ ଶିଶୁ କଲା ଆଘାତ । ହିଂସା, ରାଗରୁଷା ଜାଣିନଥିବା ଶିଶୁକୁ ଦେଲା ଦଣ୍ଡ । ଏ ଖବର ସମସ୍ତଙ୍କୁ ବ୍ୟଥିତ କରିଛି । ବାପା ସହ ଗଣ୍ଡଗୋଳ ହେବା ପରେ ୪ ବର୍ଷର କୁନିପୁଅକୁ ଘୋଷାଡ଼ି ମାଡ଼ ମାରିଛି ଦୁର୍ବୃତ୍ତ ।
ମହାରାଷ୍ଟ୍ରର ଭାସାଇ (ମୁମ୍ବାଇ ସଂଲଗ୍ନ ଏକ ଅଞ୍ଚଳ)ରେ ଘଟିଛି ଏହି ଘଟଣା । ଅଭିଯୁକ୍ତ ଜଣେ ବ୍ୟକ୍ତିଙ୍କ ସହ ଝଗଡ଼ା କରିବା ପରେ ତାଙ୍କ ୪ ବର୍ଷର ପୁଅକୁ ତଳେ ପକାଇ ଦେଇଥିଲେ ଏବଂ କୁନିପୁଅର ମୁଣ୍ଡକୁ ଲୁହା ରଡ୍ ରେ ପିଟି ଦେଇଥିଲେ । ଏକ ଛୋଟ କଥାକୁ ନେଇ ହୋଇଥିବା ଝଗଡ଼ା ପରବର୍ତ୍ତୀ ସମୟରେ ପ୍ରତିଶୋଧପରାୟଣ ଏବଂ ଭୟଙ୍କର ରୂପ ନେଇଥିଲା । ଏହି ନୃଶଂସ ଘଟଣାଟି ଏକ ହାଉସିଂ ସୋସାଇଟିରେ ଘଟିଥିବାବେଳେ ପୂରା ଘଟଣା ସିସିଟିଭିରେ କଏଦ ହୋଇଛି ।
ପଢନ୍ତୁ ଏହି ଖବର: ସହିପାରିଲେନି ସ୍ଵାମୀଙ୍କ ମୃତ୍ୟୁ ଦୁଃଖ; ୧୭ ମହଲାରୁ ଡେଇଁଲେ ମହିଳା

- ସଭିଙ୍କୁ ବ୍ୟଥିତ କରୁଛି ଏହି ଖବର
ପଢନ୍ତୁ ଏହି ଖବର: ସହିପାରିଲେନି ସ୍ଵାମୀଙ୍କ ମୃତ୍ୟୁ ଦୁଃଖ; ୧୭ ମହଲାରୁ ଡେଇଁଲେ ମହିଳା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସିସିଟିଭିରେ ନୀଳ ସାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧିଥିବା ବ୍ୟକ୍ତି ତଥା ଅଭିଯୁକ୍ତ ପାୱାର ଭିଗ୍ନେଶ ଘୋଷାଡ଼ି ଆଣି ଥରେ ତଳେ ପକାଇ ଦେଇଥିଲା । ଏହାପରେ ଏକ ଲୁହା ରଡରେ କୁନିପୁଅର ମୁଣ୍ଡକୁ ବାଡ଼ାଇଥିଲା । ଏତିକିରେ ତାର ମନ ବୁଝିନଥିଲା ଯେ ପୁଅର ବାପାଙ୍କ ସହ ହୋଇଥିବା ଝଗଡ଼ାର ପ୍ରତିଶୋଧ ନେବା ପାଇଁ କୁନିପୁଅକୁ ପୁଣି ତଳେ ପକାଇ ଦେଇଥିଲା ।
- ହସ୍ପିଟାଲରେ ଚିକିତ୍ସିତ ହେଉଛି ଭିଗ୍ନେଶ
Related Topics
Explore more stories