Videos
|
National

BMC Mayor Ritu Tawde / ମେୟର କରୁଥିଲେ ଆକ୍ସନ ପ୍ଲାନ୍; ଦେଖୁ ଦେଖୁ ଖୋଲା ଡ୍ରେନ୍‌ ଭିତରେ ପଡ଼ିଲେ ବ୍ୟକ୍ତି

Subhramjit Ray
Browse all articles by Subhramjit Ray
·2 months ago·2 min read
ମେୟର କରୁଥିଲେ ଆକ୍ସନ ପ୍ଲାନ୍; ଦେଖୁ ଦେଖୁ ଖୋଲା ଡ୍ରେନ୍‌ ଭିତରେ ପଡ଼ିଲେ ବ୍ୟକ୍ତି
Mumbai Manhole Accident

Key Points

ମୁମ୍ବାଇ ମେୟର ଋତୁ ତାୱଡ଼େଙ୍କ ସାମ୍ନାରେ ଜଣେ ବ୍ୟକ୍ତି ଖୋଲା ଡ୍ରେନ୍‌ ମଧ୍ୟରେ ଖସି ପଡ଼ିଛନ୍ତି। ମୌସୁମୀ ବର୍ଷା ସମୟରେ ପରିସ୍ଥିତିର ସମୀକ୍ଷା କରିବାକୁ ମେୟର ସହରର ଦାଦର ସ୍ଥିତ ଗାନ୍ଧୀ ମାର୍କେଟ ଠାରେ ପହଞ୍ଚିଥିଲେ।
Man fell into an open drain in Mumbai: ମେୟରଙ୍କ ଆଗରେ ଖୋଲା ଡ୍ରେନ୍‌ ଭିତରେ ପଡ଼ି ଯାଇଛନ୍ତି ଜଣେ ବ୍ୟକ୍ତି। ମାୟାନଗରୀ ମୁମ୍ବାଇର ଦାଦର ସ୍ଥିତ ଗାନ୍ଧୀ ମାର୍କେଟ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏହି ଘଟଣା ସେତେବେବେଳେ ଘଟିଛି ଯେତେବେଳେ ମୁମ୍ବାଇ ମେୟର ରିତୁ ତାୱଡ଼େ ଗାନ୍ଧୀ ମାର୍କେଟ ଅଞ୍ଚଳରେ ବର୍ଷା ମୁକାବିଲା ପ୍ରସ୍ତୁତିର ଯାଞ୍ଚ କରୁଥିଲେ, ସେତେବେଳେ ଜଣେ ବ୍ୟକ୍ତି ତାଙ୍କ ସାମ୍ନାରେ ଏକ ଖୋଲା ଡ୍ରେନ୍‌ ମଧ୍ୟରେ ଖସି ପଡ଼ିଥିଲେ। ଏହି ଘଟଣା ଘଟିବା ପରେ ମେୟର ରିତୁ ତାୱଡ଼େ ବିଏମସି ଅଧିକାରୀଙ୍କ ଉପରେ ତାତି ଉଠିଥିଲେ। ମେୟର ଅଧିକାରୀଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇ କହିଥିଲେ ଯେ ଯଦି ମୁମ୍ବାଇ ସହରର କୌଣସି ସ୍ଥାନରେ ଖୋଲା ମ୍ୟାନ୍‌ହୋଲ୍ ମିଳେ, ତାହେଲେ ୱାର୍ଡ ଅଧିକାରୀଙ୍କୁ ନିଲମ୍ବିତ କରାଯିବ। ସହର ବାସିନ୍ଦା ଯେପରି କୌଣସି ଅସୁବିଧାର ସମ୍ମୁଖିନ ନହୁଅନ୍ତି, ସେଥିପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମେୟର କହିଛନ୍ତି।

ମେୟର କହୁଥିଲେ 'ସବୁକିଛି ନିୟନ୍ତ୍ରଣରେ ରହିଛି"
ମୁମ୍ବାଇ ମେୟର ରିତୁ ତାୱଡେଙ୍କ ଏକ ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ଗଣମାଧ୍ୟମକୁ କହୁଛନ୍ତି ଯେ ତାଙ୍କ ଅଞ୍ଚଳରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି ଏବଂ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ସଂଯୋଗବଶତଃ, ଜଣେ ପଥଚାରୀ ତାଙ୍କ ସାମ୍ନାରେ ଏକ ଖୋଲା ଡ୍ରେନ୍‌ ଭିତରେ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଲୋକ ତାଙ୍କୁ ବାହାର କରିବାକୁ ଧାଇଁ ଆସିଲେ। ମେୟର ମଧ୍ୟ ସେଠାକୁ ଯାଇ ସେହି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ଏହା ସହ ପଢନ୍ତୁ: ଭୁଶୁଡ଼ିଲା ଲୁହା ପୋଲ; ଅଳ୍ପକେ ବର୍ତ୍ତିଲେ ଟିପର ଚାଳକ

ସୌଭାଗ୍ୟବଶତଃ ଡ୍ରେନ ଭିତରେ ଖସି ପଡ଼ିଥିବା ସେହି ବ୍ୟକ୍ତିଙ୍କୁ କୌଣସି ଆଘାତ ଲାଗିନଥିଲା। ତାଙ୍କୁ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଲୋକ ତୁରନ୍ତ ଡ୍ରେନ୍ ଭିତରୁ ବାହାର କରି ଆଣିଥିଲେ। ସେହି ବ୍ୟକ୍ତିଙ୍କ ଅବସ୍ଥା ଜାଣିବା ପରେ, ମେୟର ରିତୁ ତାୱଡ଼େ ଉପସ୍ଥିତ ବିଏମସି ଅଧିକାରୀଙ୍କ ଉପରେ ତାତି ଉଠିଥିଲେ। ମେୟର ଅଧିକାରୀଙ୍କୁ ସିଧା ପଚାଥିଲେ ଯେ, "ଏହା କ'ଣ ଆପଣଙ୍କର ପ୍ରସ୍ତୁତି?" ମେୟରଙ୍କ ଭର୍ତ୍ସନା ପରେ ବିଏମସି ଅଧିକାରୀ ନୀରବ ହୋଇ ଯାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଦିତ୍ୟ ଠାକରେଙ୍କୁ ଜବାବ ଦେଲେ ମେୟର
ମୁମ୍ବାଇ ମେୟର ରିତୁ ତାୱଡ଼େ, ସହରର ୱର୍ଲି ଆସନର ବିଧାୟକ ଆଦିତ୍ୟ ଠାକରେଙ୍କୁ ଟାର୍ଗେଟ କରି କହିଥିଲେ, "ଯେଉଁମାନେ ଘରୁ କାମ କରନ୍ତି ସେମାନେ ମୈଦାନକୁ ଆସି ଦେଖିବା ଆବଶ୍ୟକ ଯେ ତୃଣମୂଳ ସ୍ତରରେ କାମ କିପରି ହୋଇଥାଏ। ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି, ଆଦିତ୍ୟ ଠାକରେ ମୁମ୍ବାଇ ସହରର ଜଳବନ୍ଦୀ ପରିସ୍ଥିତିକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ଯାହାର ଜବାବ ମୁମ୍ବାଇ ମେୟର ଦେଇଛନ୍ତି।