Family Sacrifice / କୋମାରେ ୨୭ ମାସ ହେଲା ପୁଅ; ୪ କୋଟି ବିଲ୍ ଜମା ପାଇଁ ସବୁକିଛି ବିକିଦେଲେ ବାପାମାଆ
·5 months ago·2 min read

Key Points
ସେଦିନ ଆନନ୍ଦ ତାଙ୍କ ପସନ୍ଦର ନୂଆ ସ୍କୁଟର କିଣିଥିଲେ । ଗାଡ଼ି କିଣିବା ପରେ ଖୁସିରେ ବୁଲି ବାହାରିଥିଲେ ଆନନ୍ଦ । ଆଉ ବାଟରେ ଏକ ଭୟାନକ ଦୁର୍ଘଟଣା ପରେ ଆନନ୍ଦ କୋମାରେ ଅଛନ୍ତି ।
ମୁମ୍ବାଇ: ୨ ବର୍ଷରୁ ଅଧିକ ସମୟ ହେଲାଣି, ପୁଅ ଶଯ୍ୟାରେ ଶୋଇଛି । ପାଇପ୍ ଯୋଗେ ଖାଦ୍ୟ ଦିଆଯାଉଛି ଓ ନିଶ୍ଵାସ ବି ପାଇପ୍ ବାଟେ ନେଉଛି । ୩୫ ବର୍ଷୀୟ ଆନନ୍ଦ ଦୀକ୍ଷିତଙ୍କୁ ମୃତ୍ୟୁ ମୁହଁରୁ ଫେରାଇ ଆଣିବା ଲାଗି ପୁରା ପରିବାର ୨ ବର୍ଷରୁ ଅଧିକ ସମୟ ଧରି ଲାଗି ପ୍ରୟାସ ଜାରି ରଖିଛନ୍ତି ।
ଏହି କାହାଣୀ କେବଳ ଜଣେ ରୋଗୀର ନୁହେଁ । ବରଂ ସେହି ବ୍ୟବସ୍ଥାର ଯାହାକି ଏକ ହସଖୁସିର ପରିବାରକୁ ଆଣି ସଡ଼କରେ ଛିଡ଼ା କରି ଦେଇଛି । ଆସନ୍ତୁ ଜାଣିବା ଆନନ୍ଦ ଦୀକ୍ଷିତଙ୍କ ସହ କ'ଣ ହୋଇଥିଲା ଆଉ ଏବେ ତାଙ୍କ ସ୍ଥିତି କ'ଣ ?
ଏଥିସହ ପଢ଼ନ୍ତୁ: ଦେଶର ପ୍ରଥମ ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି; ୧୩ ବର୍ଷ ହେଲା ଶଯ୍ୟାଶାୟୀ ହରୀଶ
ନୂଆ ସ୍କୁଟର ଆଣିଦେଲା ଦୁଃଖ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୩, ଡିସେମ୍ବର ୨୯ ତାରିଖ ରାତି । ଗୋରଖପୁରରେ ଘଟିଥିବା ଦୁର୍ଘଟଣା ଆନନ୍ଦଙ୍କ ଜୀବନରୁ ଅନ୍ଧକାର କରିଦେଲା । କେବଳ ଆନନ୍ଦ ନୁହନ୍ତି ତାଙ୍କ ପରିବାରର ସମସ୍ତ ସ୍ଵପ୍ନକୁ ଭାଙ୍ଗିଦେଲା ସେହି ଡିସେମ୍ବର ୨୯ର କାଳ ରାତି ।
ସେଦିନ ଆନନ୍ଦ ତାଙ୍କ ପସନ୍ଦର ନୂଆ ସ୍କୁଟର କିଣିଥିଲେ । ଗାଡ଼ି କିଣିବା ପରେ ଖୁସିରେ ବୁଲି ବାହାରିଥିଲେ ଆନନ୍ଦ । ଆଉ ବାଟରେ ଏକ ଭୟାନକ ଦୁର୍ଘଟଣା ପରେ ଆନନ୍ଦ କୋମାରେ ଅଛନ୍ତି । ନା କିଛି କହୁଛନ୍ତି, ନା ଶରୀର ହଲୁଛି । କେବଳ ମେସିନ୍ ସାହାଯ୍ୟରେ ଶ୍ଵାସକ୍ରିୟା ଚାଲିଥିବା ବେଳେ ଟ୍ୟୁବ୍ ଜରିଆରେ ଖାଦ୍ୟ ଦିଆଯାଉଛି ।
ବିଗତ ୧୮ ମାସ ହେଲା ଆନନ୍ଦଙ୍କ କେୟାରଟେକର ଥିବା ଅର୍ଜୁନ ପ୍ରଜାପତି ଆନନ୍ଦଙ୍କ ଆଖିର ପଲକ, ହାତର ଇଶାରା ପାଇଁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଆନନ୍ଦ ଏବେ ସୁଦ୍ଧା କୌଣସି ପ୍ରତିକ୍ରିୟା ଦେଉ ନାହାନ୍ତି ।
ଖର୍ଚ୍ଚ ହେଲାଣି ୪ କୋଟି
ଆନନ୍ଦଙ୍କ ଶ୍ଵାସକ୍ରିୟା ଚାଲୁ ରଖିବା ପାଇଁ ଦୀକ୍ଷିତଙ୍କ ପରିବାର ଜୀବନ ଯାକର ଜମା ପୁଞ୍ଜିକୁ ଲଗାଇ ଦେଇଛନ୍ତି । ଏବେ ସୁଦ୍ଧା ମେଡିକାଲ୍ ବିଲ୍ ୪ କୋଟି ପାର୍ ହୋଇ ସାରିଲାଣି । ଜମି, ଗହଣା ବିକିବା ସହ ସମସ୍ତ ଜମା ଖର୍ଚ୍ଚ କରି ସାରିଲେଣି ।
ଏଥିସହ ପଢ଼ନ୍ତୁ: 'ବର୍ଷେ ହେଲା କୋମାରେ ଶୋଇଥିଲା ପୁଅ, କାଳିଆ ଉଠେଇଦେଲା ନିଦରୁ

ICUରେ ପୁଅ, ଘର ଭାଙ୍ଗିଦେଲା BMC
ଯେତେବେଳେ ଆନନ୍ଦଙ୍କ ଜୀବନ ପାଇଁ ପରିବାର ହସ୍ପିଟାଲ୍ର ଚକ୍କର କାଟୁଥିଲେ, ସେତେବେଳେ ମୁମ୍ବାଇରେ ପରିବାର ଉପରେ ଆଉ ଏକ ଦୁଃଖର ପାହାଡ଼ ମାଡ଼ି ବସିଲା । ପରିବାରର ଏକ ମାତ୍ର ଘରକୁ ବିଏମସି ଅବୈଧ ନିର୍ମାଣ ଏବଂ ବିଲ୍ଡର ସହ ବିବାଦକୁ ନେଇ ଭାଙ୍ଗି ଦେଲା ।
ବିଏମସି ଘର ଭାଙ୍ଗିଦେବା ପରେ ଏବେ ପରିବାର ଏକ ଭଡ଼ାଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ଫଳରେ ଆନନ୍ଦଙ୍କ ଚିକିତ୍ସା ଜାରି ରହିଛି । ଆନନ୍ଦଙ୍କ ଦୁର୍ଘଟଣା, ବିଏମସି ଘର ଭାଙ୍ଗିଦେବା ଭଳି ଅନେକ ଝଡ଼ଝଞ୍ଜା ସାମ୍ନା ପରେ ବି ପରିବାର ହାର୍ ମାନିନି । ଏବେ ବିଶ୍ଵାସ ଅଛି- ଆନନ୍ଦ ବସି ଉଠିବେ, ପୁଣି କଥା କହିବେ, ଈଶ୍ଵର ଦିନେ ନା ଦିନେ ଚମତ୍କାର କରିବେ ।

Related Topics
Explore more stories