46 KCP militants surrender / ହିଂସା ଛାଡ଼ିଲେ ୪୬ KCP ଉଗ୍ରବାଦୀ; ୨୮ ଆଧୁନିକ ହତିଆର ସହ କଲେ ଆତ୍ମସମର୍ପଣ
·1 month ago·3 min read

Key Points
ମଣିପୁର ଶାନ୍ତି ଦିଗରେ ଏକ ବଡ଼ ସଫଳତା ହାସଲ କରିଛି। ନିଷିଦ୍ଧ KCP (PWG) ଗୋଷ୍ଠୀର ୪୬ ଜଣ ସଶସ୍ତ୍ର ଉଗ୍ରବାଦୀ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।
46 KCP (PWG) insurgents surrender before Manipur CM: ବିଦ୍ରୋହ ଏବଂ ହିଂସା ପ୍ରଭାବିତ ମଣିପୁରରେ ଶାନ୍ତି ପ୍ରତିଷ୍ଠା ଦିଗରେ ମିଳିଛି ଏକ ବଡ଼ ସଫଳତା। ନିଷିଦ୍ଧ "କାଙ୍ଗଲେଇପାକ୍ କମ୍ୟୁନିଷ୍ଟ ପାର୍ଟି" (Kangleipak Communist Party), "ପିପୁଲ୍ସ ୱାର ଗ୍ରୁପ୍" (People's War Group) ଗୋଷ୍ଠୀର ୪୬ ଜଣ ସକ୍ରିୟ ଉଗ୍ରବାଦୀ, ମଣିପୁର ମୁଖ୍ୟମନ୍ତ୍ରୀ ୟୁନନାମ୍ ଖେମଚାନ୍ଦ ସିଂହଙ୍କ ସାମ୍ନାରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ହତିଆର ସହ ଆତ୍ମସମର୍ପଣ କରିବା ସେମାନେ ସମାଜର ମୁଖ୍ୟଧାରାକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମାରୋହ ରାଜ୍ୟର ପୂର୍ବ ଇମ୍ଫାଲ ଜିଲ୍ଲାରେ ଅବସ୍ଥିତ ଆସାମ ରାଇଫଲ୍ସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ଉଗ୍ରବାଦୀ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହୋଇଥିଲା ଆତ୍ମସମର୍ପଣ
ମଣିପୁର ମୁଖ୍ୟମନ୍ତ୍ରୀ ଖେମଚାନ୍ଦ ସିଂହ ଆତ୍ମସମର୍ପଣ ଉତ୍ସବରେ ଉପସ୍ଥିତ ଥିଲେ। ଉଗ୍ରବାଦୀ ହିଂସା ପରିତ୍ୟାଗ କରିବାକୁ ପ୍ରତିଜ୍ଞା କରିଥିଲେ। ଏହି ଉତ୍ସବରେ ମଣିପୁର ସରକାରଙ୍କ ଅନେକ ମନ୍ତ୍ରୀଙ୍କ ସହିତ ଅନେକ ବରିଷ୍ଠ ପ୍ରଶାସନିକ ଏବଂ ସୁରକ୍ଷା ଅଧିକାରୀ ଉପସ୍ଥିତ ଥିଲେ। ମଣିପୁର ସରକାର, ରାଜ୍ୟ ପୋଲିସ ବାହିନୀ, ଆସାମ ରାଇଫଲ୍ସ,, ସିଆରପିଏଫ (CRPF) ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ପ୍ରତିନିଧି ମଧ୍ୟ ଅଂଶଗ୍ରହଣ କରିଥିଲେ।
ସୁରକ୍ଷା ବାହିନୀକୁ ଦେଲେ ଆଧୁନିକ ଅସ୍ତ୍ରଶସ୍ତ୍ର
ଆତ୍ମସମର୍ପଣକାରୀ ଉଗ୍ରବାଦୀ କେବଳ ସଙ୍ଗଠନ ଛାଡିବା ନେଇ ଘୋଷଣା କରିନଥିଲେ ବରଂ ସୁରକ୍ଷା ବାହିନୀକୁ ସେମାନଙ୍କର ଅସ୍ତ୍ରଶସ୍ତ୍ର ମଧ୍ୟ ହସ୍ତାନ୍ତର କରିଥିଲେ। ମୋଟ ୨୮ ଆଧୁନିକ ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରାଯାଇଥିଲା। ଯେଉଁଥିରେ AK ରାଇଫଲ୍, INSAS ରାଇଫଲ୍, ସେଲ୍ଫ-ଲୋଡିଂ ରାଇଫଲ୍, କାର୍ବାଇନ୍ ମେସିନ୍ ଗନ୍, .303 ରାଇଫଲ୍, ପିସ୍ତଲ, ଡବଲ୍-ବ୍ୟାରେଲ୍ ଏବଂ ସିଙ୍ଗଲ୍-ବ୍ୟାରେଲ୍ ରାଇଫଲ୍ ଅନ୍ତର୍ଭୂକ୍ତ ରହିଛି। ଏକ ରକେଟ୍-ଚାଳିତ ଗ୍ରେନେଡ୍ ଲଞ୍ଚର୍ ମଧ୍ୟ ସୁରକ୍ଷା ବାହିନୀକୁ ହସ୍ତାନ୍ତର କରାଯାଇଥିଲା। ବିପୁଳ ପରିମାଣର ଗୁଳିଗୋଳା, ମ୍ୟାଗାଜିନ୍ ଏବଂ ଅନ୍ୟାନ୍ୟ ବିସ୍ଫୋରକ ମଧ୍ୟ ଆତ୍ମସମର୍ପଣ କରାଯାଇଥିଲା।
ଏହା ସହ ପଢନ୍ତୁ: 'ଆଗାମୀ ବର୍ଷ-ଦୁଇ ବର୍ଷ ମଧ୍ୟରେ ପୂର୍ବୋତ୍ତର ଭାରତରୁ ହଟିବ ଆଫସ୍ପା'

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଆତ୍ମସମର୍ପଣକୁ କାହିଁକି ବିଶେଷ ବୋଲି ବିବେଚନା କରାଯାଉଛି?
ସୁରକ୍ଷା ବାହିନୀ କହିବା ଅନୁଯାୟୀ, ଏହି ଆତ୍ମସମର୍ପଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଯେ ଏହି ଉଗ୍ରବାଦୀ କୌଣସି ଆନୁଷ୍ଠାନିକ ଶାନ୍ତି ଚୁକ୍ତିର ଅଂଶ ନଥିଲେ। ସେମାନେ ସ୍ୱେଚ୍ଛାକୃତ ଭାବରେ ହିଂସା ପରିତ୍ୟାଗ କରି ଗଣତନ୍ତ୍ର ଏବଂ ସାଧାରଣ ଜୀବନ ଶୈଳୀ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି କାରଣରୁ ଏହାକୁ ମଣିପୁରରେ ଶାନ୍ତି ପ୍ରକ୍ରିୟା ପାଇଁ ଏକ ପ୍ରମୁଖ ସଫଳତା ଭାବରେ ବିବେଚନା କରାଯାଉଛି।
କ'ଣ ରହିଛି KCP ଗୋଷ୍ଠୀର ଇତିହାସ?
୧୯୮୦ ମସିହା ଅପ୍ରେଲ ୧୪ ତାରିଖରେ ପ୍ରତିଷ୍ଠିତ ହୋଇଥିଲା "କାଙ୍ଗଲେଇପାକ୍ କମ୍ୟୁନିଷ୍ଟ ପାର୍ଟି" (KCP)। ସମୟ ବଦଳିବା ସହିତ ଏହି ସଙ୍ଗଠନ ଅନେକ ଗୋଷ୍ଠୀରେ ବିଭକ୍ତ ହୋଇଥିଲା। ଏହା ମଧ୍ୟରୁ "ପିପୁଲ୍ସ ୱାର୍ ଗ୍ରୁପ୍" (PWG) ସବୁଠାରୁ ସକ୍ରିୟ ଏବଂ ହିଂସାତ୍ମକ ଗୋଷ୍ଠୀ ଭାବରେ ପରିଗଣିତ ହୋଇଛି। ଏହି ସଙ୍ଗଠନ ଚୋରୀ, ହିଂସାକାଣ୍ଡ, ଦେଶ ବିରୋଧି କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଯଦିଓ ବର୍ଷ ବର୍ଷ ଧରି ଏହାର କିଛି ସଦସ୍ୟ ଆତ୍ମସମର୍ପଣ କରିଛନ୍ତି କିନ୍ତୁ ସେମାନଙ୍କ ସଂଖ୍ୟା ବହୁତ କମ ରହିଛି। ହେଲେ ୪୬ ଜଣ ସକ୍ରିୟ ଉଗ୍ରବାଦୀଙ୍କ ଦ୍ୱାରା ଏକକାଳୀନ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିବା ସଙ୍ଗଠନର ଇତିହାସରେ ସବୁଠାରୁ ବଡ ଘଟଣା ଭାବରେ ବିବେଚନା କରାଯାଉଛି।
ପୁନର୍ବାସ ଶାନ୍ତି ପାଇଁ ଭରସାକୁ ଦୃଢ କରିବ
ଅଧିକାରୀ କହିଛନ୍ତି ଯେ ଏହି ସଫଳତା ହେଉଛି ସୁରକ୍ଷା ବାହିନୀର ନିରନ୍ତର କାର୍ଯ୍ୟ, ସ୍ଥାନୀୟ ଲୋକଙ୍କ ସହଯୋଗ ଏବଂ ସରକାରଙ୍କ ପୁନର୍ବାସ ନୀତିର ଫଳାଫଳ। ସୁରକ୍ଷା ବିଶେଷଜ୍ଞଙ୍କ କହିବା କଥା ଯେ ଯଦି ଆତ୍ମସମର୍ପଣ କରିଥିବା ଲୋକଙ୍କୁ ସଫଳତାର ସହ ପୁନର୍ବାସ ଏବଂ ଥଇଥାନ କରାଯାଏ ଏବଂ ସେମାନେ ଏକ ସମ୍ମାନଜନକ ଜୀବନ ପାଇଁ ଚାକିରୀ ଏବଂ ସୁଯୋଗ ପାଆନ୍ତି, ତାହେଲେ ମଣିପୁରରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଦିଗରେ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ସରକାର ଆଶା କରୁଛନ୍ତି ଯେ ଏହି ପଦକ୍ଷେପ ଅନ୍ୟ ଉଗ୍ରବାଦୀଙ୍କୁ ହିଂସା ଛାଡି ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ପ୍ରେରଣା ଯୋଗାଇବ।

Related Topics
Explore more stories