AFSPA North East India / 'ଆଗାମୀ ବର୍ଷ-ଦୁଇ ବର୍ଷ ମଧ୍ୟରେ ପୂର୍ବୋତ୍ତର ଭାରତରୁ ହଟିବ ଆଫସ୍ପା'
·3 months ago·3 min read

Key Points
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ କ୍ଷେତ୍ରଗତ ପାର୍ଥକ୍ୟ ଯୋଗୁଁ ଏହି କ୍ଷେତ୍ରରେ ଖଣିଜ ପଦାର୍ଥ ଅନୁସନ୍ଧାନ କାର୍ଯ୍ୟ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଅଟକି ରହିଥିଲା। ମୁଁ ନିଶ୍ଚିତ ଯେ ଆମେ ଆସନ୍ତା ବର୍ଷ AFSPA ହଟାଇ ଦେବୁ।
Union Home Amit Shah on AFSA: ପୂର୍ବତ୍ତୋର ଭାରତରେ ଲାଗୁ ହୋଇଥିବା ସଶସ୍ତ୍ର ବାହିନୀ (ବିଶେଷ କ୍ଷମତା) ଆଇନ (AFSPA) ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ସେ କହିଛନ୍ତି ଯେ ଆଗାମୀ ବର୍ଷେ-ଦୁଇ ବର୍ଷ ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ରାଜ୍ୟ ବ୍ୟତୀତ ସମଗ୍ର ଦେଶର ପୂର୍ବତ୍ତୋର ଭାଗରୁ ହଟାଇ ଦିଆଯିବ "ଆଫସ୍ପା"। ସଶସ୍ତ୍ର ବାହିନୀ ଅଧିନସ୍ଥ କ୍ଷେତ୍ର ସଂଖ୍ୟା ହ୍ରାସ ପାଇବା ସେଠାକାର ସ୍ଥିତିକୁ ପ୍ରଦର୍ଶିତ କରୁଛି। ଆଗାମୀ ବର୍ଷ ସମଗ୍ର ଉତ୍ତର-ପୂର୍ବରୁ "ଆଫସ୍ପା" ଉଚ୍ଛେଦ କରାଯିବ। ଏବେ ଦେଶର ପୂର୍ବୋତ୍ତର ଭାଗରେ ୮୦ ପ୍ରତିଶତରୁ ଅଧିକ ଅଞ୍ଚଳ "ଆଫସ୍ପା" ମୁକ୍ତ ରହିଛି। ଦେଶର ବିକାଶ, ଉତ୍ତର-ପୂର୍ବର ସମୃଦ୍ଧି ଏବଂ ଏକ ଆତ୍ମନିର୍ଭରଶୀଳ ଭାରତର ଧାରଣାକୁ ସୁଦୃଢ଼ କରିବା ପାଇଁ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗୁରୁବାର (ଜୁନ ୧୧) ପୂର୍ବୋତ୍ତର ଭାରତରୁ "ଆଫସ୍ପା" ଉଚ୍ଛେଦ କରାଯିବା ସମ୍ପର୍କରେ ଘୋଷଣା କରିବା ଅବସରରେ ଏକଥା ରହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।
"ଆଗାମୀ ବର୍ଷରେ ସମଗ୍ର ଉତ୍ତର-ପୂର୍ବରୁ ହଟିବ AFSPA"
ଆସାମ-ନାଗାଲ୍ୟାଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ ଖଣିଜ ତୈଳ ସମ୍ପର୍କିତ କାର୍ଯ୍ୟକୁ ସହଜ କରିବା ପାଇଁ କେନ୍ଦ୍ର ସହ ଆସାମ-ନାଗାଲ୍ୟାଣ୍ଡ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷର ହେବା ସମୟରେ, ଗୃହମନ୍ତ୍ରୀ ଶାହ କହିଥିଲେ ଯେ AFSPA ଅଧିନସ୍ଥ କ୍ଷେତ୍ରର ସଂଖ୍ୟା ହ୍ରାସ ଶାନ୍ତିର ସଙ୍କେତ। ମୁଁ ନିଶ୍ଚିତ ଯେ ଗୋଟିଏ କିମ୍ବା ଦୁଇଟି ରାଜ୍ୟ ବ୍ୟତୀତ, କେନ୍ଦ୍ର ସରକାର ଆସନ୍ତା ବର୍ଷ ସମଗ୍ର ଉତ୍ତର-ପୂର୍ବରୁ AFSPA ହଟାଇ ଦେବେ।"
ଏହା ସହ ପଢନ୍ତୁ: ସୁରକ୍ଷିତ ହେବ ଦେଶର ସୀମା; ବିଏସଏଫ ଦଖଲକୁ ଗଲା ୧୨୧ ହେକ୍ଟର ଜମି
AFSPA କ'ଣ?
"ଆଫସ୍ପା" (AFSPA) ଆଇନର ଅର୍ଥ ହେଉଛି ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (Armed Forces (Special Powers) Act)। ଏହା ଏକ ଆଇନ ଯାହା ସେନାକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଥାଏ। ଏହି ଆଇନ ଭାରତ ସରକାର ୧୯୫୮ ମସିହାରେ ପ୍ରଣୟନ କରିଥିଲେ। ଯାହା ଅଶାନ୍ତ ଅଞ୍ଚଳରେ ସେନାକୁ ଶାନ୍ତି ସ୍ଥାପନ ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅତିରିକ୍ତ କ୍ଷମତା ପ୍ରଦାନ କରିଥାଏ। ଏହି ଆଇନ ପ୍ରଥମେ ନାଗାଲ୍ୟାଣ୍ଡରେ କାର୍ଯ୍ୟକାରୀ ହୋଇଥିଲା। ଏହା ପରେ ଧିରେ ଧିରେ ଆସାମ, ମଣିପୁର, ମେଘାଳୟ, ମିଜୋରାମ, ତ୍ରିପୁରା, ନାଗାଲ୍ୟାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ଭଳି ଅନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ଲାଗୁ ହୋଇଥିଲା। ହେଲେ ତଥାପି ଏହି ଆଇନ ଅରୁଣାଚଳ ପ୍ରଦେଶରେ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହୋଇନାହିଁ। ଏହା କେବଳ ରାଜ୍ୟର କିଛି ଜିଲ୍ଲାରେ ଲାଗୁ ହୋଇଛି। ଗତ ୨୦୧୮ ରେ ଏହି ଆଇନରେ କିଛି ଛାଡ଼ ଦିଆଯାଇଥିଲା। ହେଲେ ବିଦ୍ରୋହୀଙ୍କ ଉପସ୍ଥିତି ଯୋଗୁଁ ଏହାର ପୂର୍ବବତ କାର୍ଯ୍ୟକାରି କରାଯାଇଥିଲା।
ତିନି ଦଶନ୍ଧିରୁ ଅଧିକ ସମୟ ଧରି ବନ୍ଦ ରହିଥିଲା ଖଣିଜ ତୈଳ ଅନୁସନ୍ଧାନ କାର୍ଯ୍ୟ
କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଖଣିଜ ତୈଳ ଅନୁସନ୍ଧାନ କାର୍ଯ୍ୟ ପାଇଁ ହୋଇଥିବା ବୁଝାମଣା ଚୁକ୍ତିକୁ (Memorandum of Understanding) ଏକ ଐତିହାସିକ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରି କହିଛନ୍ତି। ଏନେଇ ସେ କହିଛନ୍ତି ଯେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଉତ୍ତର-ପୂର୍ବର ଦୃଷ୍ଟିକୋଣରେ ଶେଷ ପ୍ରତିବନ୍ଧକକୁ ଦୂର କରିଛି। ଏହି ବୁଝାମଣାପତ୍ରର ଲକ୍ଷ୍ୟ ହେଉଛି ଆସାମ-ନାଗାଲାଣ୍ଡ ସୀମାରେ ବିବାଦିତ ଅଞ୍ଚଳରେ (Assam-Nagaland Disputed Area Belt) ରେ ତୈଳ ଏବଂ ଖଣିଜ ପଦାର୍ଥ ଅନୁସନ୍ଧାନ କାର୍ଯ୍ୟକୁ ଅନୁସନ୍ଧାନ କରିବା। ସେ କହିଛନ୍ତି ଯେ କ୍ଷେତ୍ରାଧିକାର ବିବାଦ କାରଣରୁ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଏହି ଅଞ୍ଚଳରେ ଖଣିଜ ପଦାର୍ଥ ଅନୁସନ୍ଧାନ କାର୍ଯ୍ୟକୁ ଅଟକାଇ ରଖିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ସିଲ୍ ହେବ ଭାରତ-ବାଂଲାଦେଶ ସୀମା; ଜମି ଆବଣ୍ଚନ ପରେ ଆରମ୍ଭ ହୋଇଗଲା ସର୍ଭେ
ତୈଳ ଆବଶ୍ୟକତା ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ କରିବା
ଗୃହମନ୍ତ୍ରୀ କହିଛନ୍ତି ଯେ କେବଳ ଗୋଟିଏ ବୁଝାମଣାପତ୍ର ଦ୍ୱାରା କ୍ଷମତାକୁ ଦଶଗୁଣ ବୃଦ୍ଧି କରାଯାଇ ପ୍ରତିଦିନ ୧୦୦୦ ରୁ ୧୫୦୦ ବ୍ୟାରେଲ ତୈଳ ଉତ୍ପାଦନ କରାଯାଇ ପାରିବ। କେବଳ ଗୋଟିଏ ଅଞ୍ଚଳରୁ ୧୫ ହଜାର କୋଟିରୁ ଅଧିକ ମୂଲ୍ୟର ତୈଳ ଉତ୍ତୋଳନ ହେବାର ଆଶା କରାଯାଉଛି। ଯଦି ନାଗାଲାଣ୍ଡରେ ବିସ୍ତାରିତ ତୈଳ ଭଣ୍ଡାରକୁ କାର୍ଯ୍ୟକାରୀ କରାଯାଏ, ତାହେଲେ ତୈଳ ଆବଶ୍ୟକତା ପୂରଣ କରିବା ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ଅନେକାଂଶରେ ହ୍ରାସ ପାଇବ।

Related Topics
Explore more stories
AFSPA withdrawal Northeast 2027Amit Shah AFSPA statementArmed Forces Special Powers Act newsNortheast India security status 2026AFSPA repeal statusAssam-Nagaland border MoUDevelopment in Northeast IndiaPeace accords NortheastDisturbed areas under AFSPAInternal security India 2026Modi government Northeast policy