Videos
|
National

Manipur CM Big Announcement / ମଣିପୁର ପାଇଁ ଖୁସି ଖବର! ସମସ୍ତ ଜାତୀୟ ରାଜପଥ ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Subhramjit Ray
Browse all articles by Subhramjit Ray
·1 hour ago·2 min read
ମଣିପୁର ପାଇଁ ଖୁସି ଖବର! ସମସ୍ତ ଜାତୀୟ ରାଜପଥ ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
Manipur CM Big Announcement

Key Points

ମଣିପୁର ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ରାଜ୍ୟର ସୀମା ସମସ୍ତ ସମ୍ପ୍ରଦାୟ ମିଶି ନିର୍ମାଣ କରିଛନ୍ତି ଏବଂ ସମସ୍ତେ ମିଶି ଏହାକୁ ସୁରକ୍ଷିତ ରଖିଛନ୍ତି।
Manipur CM Yumnam Khemchand Singh: ଗତ ଶନିବାର (୮ ଅଗଷ୍ଟ) ମଣିପୁର ୟୁମନାମ ଖେମଚାନ୍ଦ ସିଂହ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ସମସ୍ତ ଜାତୀୟ ରାଜପଥ ତତ୍କାଳ ପ୍ରଭାବରେ ଖୋଲାଯାଉଛି। ସେ ଇମ୍ଫାଲ-ଦିମାପୁର ବସ୍ ସେବା ପୁନର୍ବାର ଆରମ୍ଭ କରିବା ନେଇ ମଧ୍ୟ ଘୋଷଣା କରିଛନ୍ତି।

ସମସ୍ତ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବନା ବୃଦ୍ଧି କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ମଧ୍ୟ କରିଛନ୍ତି ଏବଂ ବିଭିନ୍ନ ସରକାରୀ ଯୋଜନା ଅଧିନରେ ଯୋଗ୍ୟ ହିତାଧିକାରୀଙ୍କୁ ଲାଭ ବଣ୍ଟନ କରିଛନ୍ତି।

କ'ଣ କହିଲେ ମଣିପୁର ମୁଖ୍ୟମନ୍ତ୍ରୀ?
ବିକାଶ ପ୍ରକଳ୍ପର ଉଦଘାଟନ କରିବା ଅବସରରେ, ମଣିପୁର ମୁଖ୍ୟମନ୍ତ୍ରୀ ମଣିପୁର ୟୁମନାମ ଖେମଚାନ୍ଦ ସିଂହ କହିଥିଲେ ଯେ ରାଜ୍ୟର ଇତିହାସ ପ୍ରାୟ ୩୦୦୦ ବର୍ଷ ପୁରୁଣା। କିଛି ଐତିହାସିକ ଘଟଣା ମନେ ପକାଇ ସେ ଉନବିଂଶ (୧୯) ଶତାବ୍ଦୀର (19th Century), "Seven Years' Devastation'" କୁ ରାଜ୍ୟ ଇତିହାସର ସବୁଠାରୁ ଦୁଃଖଦ ସମୟ ମଧ୍ୟରୁ ଗୋଟିଏ ବୋଲି ବର୍ଣ୍ଣନା କରିଥିଲେ।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ମଣିପୁରର ସୀମା ସମସ୍ତ ସମ୍ପ୍ରଦାୟ ଦ୍ୱାରା ନିର୍ମିତ ଏବଂ ମିଳିତ ଭାବରେ ସୁରକ୍ଷିତ। ତାଙ୍କ କହିବା ଅନୁସାରେ, କିଛି ସ୍ୱାର୍ଥପର ବ୍ୟକ୍ତି ନିଜ ସ୍ୱାର୍ଥ ପାଇଁ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ରଥମେ ନିଜକୁ ଭାରତୀୟ ଏବଂ ଏହା ପରେ ମଣିପୁରୀ ଭାବରେ ଦେଖିବାକୁ ଆହ୍ୱାନ ଦେଇଥିଲେ।

ଏହା ସହ ପଢନ୍ତୁ: ହିଂସା ଛାଡ଼ିଲେ ୪୬ KCP ଉଗ୍ରବାଦୀ; ୨୮ ଆଧୁନିକ ହତିଆର ସହ କଲେ ଆତ୍ମସମର୍ପଣ

ରାଜ୍ୟର ବିକାଶ ଉପରେ ରଖିଲେ ବକ୍ତବ୍ୟ
ମଣିପୁର ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଉତ୍ତର-ପୂର୍ବର ବିକାଶ ଅତ୍ୟନ୍ତ ଜରୁରୀ। ଉଦାହରଣ ଦେଇ ସେ କହିଥିଲେ ଯେ ଆମେରିକାର ଲୋକ ସେମାନଙ୍କର ଜାତୀୟତା ଉପରେ ଗର୍ବିତ ଏବଂ ସିଙ୍ଗାପୁରର ଲୋକମାନେ ସିଙ୍ଗାପୁରୀ ହୋଇଥିବାରୁ ଗର୍ବିତ। ହେଲେ ତଥାପି, ମଣିପୁରର କିଛି ଲୋକ ନିଜକୁ ମଣିପୁରୀ ବୋଲି କହିବାକୁ ମଧ୍ୟ ସଂକୋଚ କରିଥାନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: