Airlines Shutdown / ୨୦୧୬ ପରଠାରୁ ଦେଶରେ ୧୧ଟି ବିମାନ ସେବା ବନ୍ଦ; କଣ ଏହା ପଛର କାରଣ ?
·3 weeks ago·2 min read

Key Points
ଭାରତରୁ ଅଲବିଦା ନେଲାଣି ୧୧ଟି ଏୟାରଲାଇନ୍ସ
ଗତ ୧୦ ବର୍ଷରେ ଏହି ବିମାନ କମ୍ପାନୀ ବନ୍ଦ ହୋଇଛି
କଣ ଏହା ପଛର କାରଣ ହୋଇପାରେ...ଜାଣନ୍ତୁ

୨୦୧୬ ପରଠାରୁ ଭାରତରେ ୧୧ଟି ବିମାନ ସେବା ବନ୍ଦ ହୋଇଥିବା ନେଇ ଆଜି ସଂସଦରେ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ ରାଜ୍ୟସଭାରେ ଏକ ଲିଖିତ ଉତ୍ତର ମାଧ୍ୟମରେ ଏ ସମ୍ପର୍କରେ କହିଛନ୍ତି । ଛୋଟ ଛୋଟ କମ୍ପାନୀଗୁଡ଼ିକ ଉପରେ ଆର୍ଥିକ ଚାପ ସହିତ ବଡ଼ ବଡ଼ କମ୍ପାନୀର ସ୍ଥିତି ମଜଭୁତ ହେବା ଏହି ବିମାନ ସେବା ବନ୍ଦ ହେବା ପଛର କାରଣ ବୋଲି ମନ୍ତ୍ରୀ କହିଛନ୍ତି । ଦେଶରେ ସେବା ବନ୍ଦ କରିଥିବା ବିମାନ କମ୍ପାନୀଗୁଡ଼ିକୁ ଏଯାବତ ସରକାରଙ୍କୁ କୋଟି କୋଟି ଟଙ୍କା ବକେୟା ଅର୍ଥ ଜମା କରିନାହାନ୍ତି ।
କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଭାରତର ବିମାନ ଚଳାଚଳ କ୍ଷେତ୍ର ସରକାରୀ ନିୟନ୍ତ୍ରଣ ବାହାରେ ରହୁଛି । ବିମାନ କମ୍ପାନୀଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବାଣିଜ୍ୟିକ ଆଧାରରେ କାର୍ଯ୍ୟ କରୁଛନ୍ତି । ତେଣୁ କମ୍ପାନୀଗୁଡ଼ିକର କାର୍ଯ୍ୟ ଏବଂ ଆର୍ଥିକ ନିଷ୍ପତ୍ତି ବଜାର ପରିସ୍ଥିତି ଉପରେ ନିର୍ଭର କରୁଛି । ସେ ଆହୁରି କହିଛନ୍ତି ଯେ ବିମାନ ଚଳାଚଳ କ୍ଷେତ୍ରରେ ଭାରତ ସରକାରଙ୍କ ଭୂମିକା ଶିଳ୍ପରେ ସନ୍ତୁଳନ ବଜାୟ ରଖିବା ସହ ଯାତ୍ରୀଙ୍କ ସ୍ୱାର୍ଥରେ ନୀତି ପ୍ରଣୟନ କରିବା ପର୍ଯ୍ୟନ୍ତ ସୀମିତ ।
ସେହିପରି ଟାଟା ଏସଆଇଏ ଏୟାରଲାଇନ୍ସ ଲିମିଟେଡ୍, ଯାହା ପୂର୍ବରୁ ଭିସ୍ତାରା ବ୍ରାଣ୍ଡ ଅଧୀନରେ ପରିଚାଳିତ ହେଉଥିଲା, ଏବେ ସମ୍ପୂର୍ଣ୍ଣ ଭାବରେ ଏୟାର ଇଣ୍ଡିଆ ସହିତ ମିଶ୍ରଣ ହୋଇଛି । ମନ୍ତ୍ରୀ ପରୋକ୍ଷରେ ଏହା ସ୍ପଷ୍ଟ ଭାବରେ ଦର୍ଶାଇଛନ୍ତି ଯେ ଗୋଟିଏ ପଟେ ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଛୋଟ ଏବଂ ମଧ୍ୟମ ଆକାରର ବିମାନ କମ୍ପାନୀଗୁଡ଼ିକ ପାଇଁ ବଞ୍ଚିବା କ୍ରମଶଃ କଷ୍ଟକର ହୋଇପଡୁଛି । ସେପଟେ ବଡ଼ ବଡ଼ କମ୍ପାନୀଗୁଡ଼ିକ ସେମାନଙ୍କର ସ୍ଥିତିକୁ ମଜଭୁତ କରୁଛନ୍ତି ।
ଭାରତରେ ବିମାନ ସେବା ଯୋଗାଉଥିବା ଅନ୍ୟ ବିମାନ କମ୍ପାନୀ ଯେପରିକି ଜେଟ୍ ଏୟାରୱେଜ୍ ଏବଂ ଗୋ-ଫାଷ୍ଟର ଏଯାବତ କୌଣସି ବକେୟା ଦେୟ ନାହିଁ । ଅନ୍ୟପକ୍ଷରେ, ଟ୍ରୁଜେଟ୍ ଉପରେ ₹୦.୦୩ କୋଟି ଟଙ୍କା ଅଛି । ଏହି ଏୟାରଲାଇନ୍ସ ଫେବୃଆରୀ ୨୦୨୨ରେ ଭାରତରେ ଏହାର ସେବା ବନ୍ଦ କରିଦେଇଥିଲା । ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବା ପରେ ଜେଟ୍ ଏୟାରୱେଜ୍ ୨୦୧୯ରେ କାର୍ଯ୍ୟ ବନ୍ଦ କରିଦେଇଥିଲା । ଆର୍ଥିକ ଅସୁବିଧା ଯୋଗୁଁ ଗୋ-ଫାଷ୍ଟକୁ ମଧ୍ୟ ୨୦୨୪ରେ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା ।
ଅଧିକ ଖବର ପଢନ୍ତୁ...

- କାହିଁକି ଅଲବିଦା କହୁଛି ବିମାନ କମ୍ପାନୀ ?
ସେହିପରି ଟାଟା ଏସଆଇଏ ଏୟାରଲାଇନ୍ସ ଲିମିଟେଡ୍, ଯାହା ପୂର୍ବରୁ ଭିସ୍ତାରା ବ୍ରାଣ୍ଡ ଅଧୀନରେ ପରିଚାଳିତ ହେଉଥିଲା, ଏବେ ସମ୍ପୂର୍ଣ୍ଣ ଭାବରେ ଏୟାର ଇଣ୍ଡିଆ ସହିତ ମିଶ୍ରଣ ହୋଇଛି । ମନ୍ତ୍ରୀ ପରୋକ୍ଷରେ ଏହା ସ୍ପଷ୍ଟ ଭାବରେ ଦର୍ଶାଇଛନ୍ତି ଯେ ଗୋଟିଏ ପଟେ ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଛୋଟ ଏବଂ ମଧ୍ୟମ ଆକାରର ବିମାନ କମ୍ପାନୀଗୁଡ଼ିକ ପାଇଁ ବଞ୍ଚିବା କ୍ରମଶଃ କଷ୍ଟକର ହୋଇପଡୁଛି । ସେପଟେ ବଡ଼ ବଡ଼ କମ୍ପାନୀଗୁଡ଼ିକ ସେମାନଙ୍କର ସ୍ଥିତିକୁ ମଜଭୁତ କରୁଛନ୍ତି ।
- କିଙ୍ଗଫିସର ଉପରେ ₹୩୮୦ କୋଟି ଋଣ
ଭାରତରେ ବିମାନ ସେବା ଯୋଗାଉଥିବା ଅନ୍ୟ ବିମାନ କମ୍ପାନୀ ଯେପରିକି ଜେଟ୍ ଏୟାରୱେଜ୍ ଏବଂ ଗୋ-ଫାଷ୍ଟର ଏଯାବତ କୌଣସି ବକେୟା ଦେୟ ନାହିଁ । ଅନ୍ୟପକ୍ଷରେ, ଟ୍ରୁଜେଟ୍ ଉପରେ ₹୦.୦୩ କୋଟି ଟଙ୍କା ଅଛି । ଏହି ଏୟାରଲାଇନ୍ସ ଫେବୃଆରୀ ୨୦୨୨ରେ ଭାରତରେ ଏହାର ସେବା ବନ୍ଦ କରିଦେଇଥିଲା । ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବା ପରେ ଜେଟ୍ ଏୟାରୱେଜ୍ ୨୦୧୯ରେ କାର୍ଯ୍ୟ ବନ୍ଦ କରିଦେଇଥିଲା । ଆର୍ଥିକ ଅସୁବିଧା ଯୋଗୁଁ ଗୋ-ଫାଷ୍ଟକୁ ମଧ୍ୟ ୨୦୨୪ରେ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା ।
ଅଧିକ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories