Lok Sabha Seat / ଲାଗୁ ହେବ ମହିଳା ସଂରକ୍ଷଣ ଆଇନ; ବଢିବ ଲୋକସଭା ଆସନ ସଂଖ୍ୟା
·5 months ago·2 min read

Key Points
ଖୁବଶୀଘ୍ର ଲାଗୁ ହେବ ମହିଳା ସଂରକ୍ଷଣ ଆଇନ
ସଂଶୋଧନ ବିଲ୍ ଆଣିବା ପ୍ରସ୍ତୁତିରେ ସରକାର
ସଂଶୋଧନ ବିଲ୍ ଆଣିବା ପ୍ରସ୍ତୁତିରେ ସରକାର
ସରକାର ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସିଟ୍ ସଂରକ୍ଷଣ ଲାଗି 'ନାରୀ ଶକ୍ତି ବନ୍ଦନ ଆଇନ' ପ୍ରଣୟନ କରିଥିଲେ । ତେବେ ଏହି ବିଲ୍ ପାସ୍ ହେବା ସତ୍ତ୍ୱେ ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ ହୋଇନଥିଲା । ଏବେ ସରକାର ଯଥାଶୀଘ୍ର ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଲାଗି ଏହି ଆଇନ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏହାଦ୍ଵାରା ଲୋକସଭା ଆସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାକୁ ଯାଉଛି ।
ମହିଳାମାନଙ୍କ ପାଇଁ ସଂରକ୍ଷଣ ପ୍ରଦାନ କରିବା ଲାଗି ସରକାର ଏବେ ସଂସଦରେ ଏକ ସଂଶୋଧନ ବିଲ୍ ଆଗତ କରିବେ । ଏହି ବିଲ୍ ଆସିବା ପରେ ୨୦୧୧ ଜନଗଣନା ଆଧାରରେ ଲୋକସଭା ଆସନ ବୃଦ୍ଧି କରାଯିବ ଏବଂ ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି ପାଇବ । ୮୧୬ ସଦସ୍ୟ ବିଶିଷ୍ଟ ଲୋକସଭା ମଧ୍ୟରୁ ୨୭୩ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ।
ଏଠାରେ କହିରଖୁଛୁ କି, ଏହି ଆଇନଟି ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା ଏବଂ ନୂଆ ଜନଗଣନା ପରେ ଏହା ଲାଗୁ ହେବାର ଯୋଜନା ଥିଲା । କିନ୍ତୁ ଏବେ କୁହାଯାଉଛି ଯେ ସରକାର ଚଳିତ ସପ୍ତାହରେ ନାରୀ ଶକ୍ତି ବନ୍ଦନ ଆଇନରେ ସଂଶୋଧନ ଆଣିବେ । ଏହି ସଂଶୋଧନ ଏଥିଲାଗି ଆସୁଛି, ଯାହାଦ୍ଵାରା ୨୦୨୯ ଲୋକସଭା ନିର୍ବାଚନ ସୁଦ୍ଧା ମହିଳା ସଂରକ୍ଷଣ କାର୍ଯ୍ୟକାରୀ ।
ସାମ୍ବିଧାନିକ ସଂଶୋଧନ ଆଣିବା ପାଇଁ ପ୍ରସ୍ତୁତି
ସରକାର ନାରୀ ଶକ୍ତି ବନ୍ଦନ ଆଇନରେ ସଂଶୋଧନ ଆଣିବା ସହିତ ଏକ ସାମ୍ବିଧାନିକ ସଂଶୋଧନ ଆଣିବାକୁ ମଧ୍ୟ ଯୋଜନା କରୁଛନ୍ତି । ଏହି ସାମ୍ବିଧାନିକ ସଂଶୋଧନ ୨୦୧୧ ଜନଗଣନା ଆଧାରରେ ଲୋକସଭା ଆସନ ବୃଦ୍ଧି କରିବା ସହ ୨୦୨୯ ସାଧାରଣ ନିର୍ବାଚନରେ ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ଆଗତ କରାଯିବ । ୨୦୧୧ ଜନଗଣନା ଆଧାରରେ, ୨୦୨୯ ଲୋକସଭା ନିର୍ବାଚନରେ ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି ପାଇବ, ଯେଉଁଥିରେ ୨୭୩ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ।
ବିରୋଧୀ ନେତାଙ୍କ ସହ କଥା ହେଲେ ଶାହ
ମହିଳା ସଂରକ୍ଷଣ ବିଲ୍ରେ ସଂଶୋଧନ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀ ଦଳର ନେତାଙ୍କ ସହ ମଧ୍ୟ ଆଲୋଚନା ଆରମ୍ଭ କରିଛନ୍ତି । ଶାହ ଶିବସେନା (ସଂଯୁକ୍ତ) ଏବଂ ଏନସିପି (ଶରଦ ପାୱାର) ଭଳି ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ସରକାର ପ୍ରଥମେ ଏ ସମ୍ପର୍କରେ ଛୋଟ ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି । ଆଉ କିଛି ଦିନ ମଧ୍ୟରେ ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏବଂ ଅନ୍ୟାନ୍ୟ ପ୍ରମୁଖ ଦଳର ନେତାଙ୍କ ସହ ଆଲୋଚନା କରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହିଳା ସଂରକ୍ଷଣ ଆଇନ କଣ ?
୨୦୨୩ ମସିହାରେ ସରକାରଙ୍କ ନାରୀ ଶକ୍ତି ବନ୍ଦନ ଆଇନ ଆଗତ କରିଥିଲେ । ଏଥିରେ ଲୋକସଭା, ରାଜ୍ୟସଭା ଏବଂ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଏହି ଆଇନରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜାତିର ମହିଳାମାନଙ୍କ ପାଇଁ ପୃଥକ ସଂରକ୍ଷଣର ବ୍ୟବସ୍ଥା ନାହିଁ । ସେମାନଙ୍କୁ ସଂରକ୍ଷଣ ମଧ୍ୟରେ ହିଁ ସଂରକ୍ଷଣ ପ୍ରଦାନ କରାଯାଇଛି । ଏହାର ଅର୍ଥ ହେଉଛି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜାତିର ମହିଳାମାନଙ୍କୁ ୩୩% ସଂରକ୍ଷଣ ମଧ୍ୟରେ ସଂରକ୍ଷଣ ପ୍ରଦାନ କରାଯିବ ।
ଅଧିକ ଖବର ପଢନ୍ତୁ...

Related Topics
Explore more stories