Maulana Jarjis Ansari hate speech / ବିବାଦୀୟ ବୟାନ ପାଇଁ ବନ୍ଧା ହେବେ ମୌଲାନା ଜର୍ଜିସ ଅଂସାରୀ; କାର୍ଯ୍ୟାନୁଷ୍ଠାନ ଦାବି ଜଣାଇଲା ହିନ୍ଦୁ ମହାସଭା
·1 hour ago·2 min read

Key Points
ଭାଇରାଲ ଭିଡ଼ିଓରେ ମୌଲନା ଜର୍ଜିସ ଅଂସାରୀ କହିଛନ୍ତି କୃଷ୍ଣ ଜଣେ ମୁସଲମାନ ଥିଲେ ଏବଂ ସେ ୫ ଥର ନମାଜ ପଢୁଥିଲେ।
Maulana Jarjis Ansari controversial statement: ଭଗବାନ କୃଷ୍ଣଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି ମୌଲନା ମୌଲାନା ଜର୍ଜିସ ଅଂସାରୀ। ଏପରି ବିବାଦୀୟ ବୟାନ ଦେଇ ସେ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ କରିଥିବାର ଅଭିଯୋଗ ଆଣି ଅଖିଳ ଭାରତ ହିନ୍ଦୁ ମହାସଭା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛି। ଏନେଇ ହିନ୍ଦୁ ମହାସଭା କର୍ମକର୍ତ୍ତା ଗୁରୁବାର (ଜୁଲାଇ ୧୬) ଲକ୍ଷ୍ନୌ ସ୍ଥିତ ହଜରତଗଞ୍ଜ ଥାନାରେ ମୌଲାନାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି। ତାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ସେ ଏହା କହୁଥିବାର ଦେଖାଯାଉଛି ଯେ କୃଷ୍ଣ ଜଣେ ମୁସଲମାନ ଥିଲେ ଏବଂ ସେ ୫ ଥର ନମାଜ ପଢୁଥିଲେ।
କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଜଣାଇଲେ ନିବେଦନ
ଅଖିଳ ଭାରତ ହିନ୍ଦୁ ମହାସଭା ସଦସ୍ୟ ହଜରତଗଞ୍ଜ ଥାନାରେ ପହଞ୍ଚି ମୌଲାନା ଜର୍ଜିସ୍ ଅଂସାରୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ଏନେଇ ପ୍ରତିକ୍ରିୟା ରଖି ହିନ୍ଦୁ ମହାସଭାର ଜାତୀୟ ମୁଖପାତ୍ର ଶିଶିର ଚତୁର୍ବେଦୀ କହିଛନ୍ତି, "ଆମେ ମୌଲାନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛୁ।" ସେ ମୌଲାନାଙ୍କ ବିରୋରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ନିବେଦନ କରିଛନ୍ତି।
ଏନେଇ ପୋଲିସ କହିଛି ଯେ ଅଭିଯୋଗ ଆଧାରରେ ସେମାନେ ଘଟଣାର ତଦନ୍ତ କରୁଛନ୍ତି। ହିନ୍ଦୁ ମହାସଭା ମୁଖପାତ୍ର ଶିଶିର ଚତୁର୍ବେଦୀଙ୍କ ଦ୍ୱାରା ଦାୟର ହୋଇଥିବା ଅଭିଯୋଗ ଆଧାରରେ ହଜରତଗଞ୍ଜ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା ଧାରା ୩୦୨ ଏବଂ ୬୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଏହା ସହ ପଢନ୍ତୁ: କିଏ ଏହି ମୌଲାନା ଅବଦୁଲ୍ଲା ସଲିମ୍; ଯାହାଙ୍କୁ ବିହାରରୁ ଉଠାଇନେଲା ୟୁପି STF
ସୋସିଆଲ ମିଡି଼ଆରେ ଭାଇରାଲ ହୋଇଛି ଭିଡ଼ିଓ
ସୋସିଆଲ ମିଡିଆରେ ମୌଲନାଙ୍କ ସେହି କଥିତ ଭିଡି଼ଓ ଭାଇରାଲ ହେବା ପରେ ଏହି ଅଭିଯୋଗ ଦାଖଲ କରାଯାଇଛି। ଯେଉଁଥିରେ ସେ ଏହା କହୁଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ଦିନକୁ ୫ ଥର ନମାଜ ପଢୁଥିବାର ଦାବି କରୁଛନ୍ତି। ଏହି ଭିଡିଓ ଚଳିତ ବର୍ଷ ଝାଡ଼ଖଣ୍ଡରେ ତାଙ୍କ ଦ୍ୱାରା ଦିଆଯାଇଥିବା ଭାଷଣ ସହ ଜଡ଼ିତ ବୋଲି ବିଶ୍ୱାସ କରାଯାଉଛି। ଏହି ଭିଡ଼ିଓ ପୁଣି ଥରେ ସାମ୍ନାକୁ ଆସିବା ପରେ, ଅନେକ ହିନ୍ଦୁ ସଙ୍ଗଠନ ବିରୋଧ ପ୍ରଦର୍ଶନ କରି ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ।
ମୌଲନା ଜର୍ଜିସ୍ ଅଂସାରୀ ଭଗବାନ କୃଷ୍ଣଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଥିଲେ। ଝାଡ଼ଖଣ୍ଡର ଏକ ଧାର୍ମିକ ମଞ୍ଚରେ ଭାଷଣ ଦେଇ ମୌଲାନା ଦାବି କରିଥିଲେ ଯେ ଭଗବାନ କୃଷ୍ଣ ପ୍ରକୃତରେ ଜଣେ ମୁସଲମାନ ଥିଲେ ଏବଂ ସେ ଦିନକୁ ୫ ଥର ନମାଜ ପଢୁଥିଲେ। ସନାତନ ଧର୍ମର ପବିତ୍ର ଗ୍ରନ୍ଥ ଭଗବଦ୍ ଗୀତାର ଷଷ୍ଠ ଅଧ୍ୟାୟର ଦଶମ ଶ୍ଳୋକର ବ୍ୟାଖ୍ୟା କରି ମୌଲାନା ଯୁକ୍ତି ଦର୍ଶାଇଥିଲେ ଯେ ଏଥିରେ ଉଲ୍ଲେଖ ରହିଥିବା ଧ୍ୟାନ ଏବଂ ସାଧାନା ହେଉଛି ପ୍ରକୃତରେ ନାମାଜ।
ମୌଲାନା କେବଳ ଭଗବାନ କୃଷ୍ଣଙ୍କ ବିଷୟରେ ନୁହେଁ ବରଂ ଭଗବାନ ରାମଙ୍କ ବିଷୟରେ ମଧ୍ୟ ସମାନ ଦାବି କରିଛନ୍ତି। ଏନେଇ କହିଛନ୍ତି ଯେ ଏହି ମହାପୁରୁଷ ଇସଲାମର ଶିକ୍ଷାକୁ ପ୍ରୋତ୍ସାହିତ କରିଥିଲେ। ମୌଲାନାଙ୍କ ଏହି ଭିଡି଼ଓ ୨୦୨୬ ଜୁନ୍ ୨୩ ତାରିଖରେ ଝାଡ଼ଖଣ୍ଡର ଏକ ଧାର୍ମିକ ସମାବେଶର ବୋଲି କୁହାଯାଉଛି। ତଥାପି, ଏହା ବର୍ତ୍ତମାନ ଭାଇରାଲ ହୋଇଛି। ମୌଲନା ଜର୍ଜିସ୍ ଅଂସାରୀ ହେଉଛନ୍ତି ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାର ବାସିନ୍ଦା। ଯିଏ ପୂର୍ବରୁ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ରହି ସାରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Maulana Jarjis Ansari FIR LucknowMaulana Jarjis Ansari Krishna statementHazratganj police station FIR viral videoControversial statement on Lord KrishnaMaulana Jarjis Ansari news updateLucknow Cyber Police religious hurt FIRHindu organizations protest LucknowHurting religious sentiments case UPViral video Lord Krishna Namaz claimMaulana Jarjis Ansari hate speech case