Videos
|
National

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତକୁ ନେଇ ଚଳଚଞ୍ଚଳ ମୟୂରଭଞ୍ଜ ଜିଲ୍ଲା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତକୁ ନେଇ ଚଳଚଞ୍ଚଳ ମୟୂରଭଞ୍ଜ ଜିଲ୍ଲା

ଅର୍ଗସ ବ୍ୟୁରୋ :  ଆଉ ମାତ୍ର ଦିନ କେଇଟା ପରେ ନିଜ ଜନ୍ମ ମାଟିରେ ପାଦ ଥାପିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତକୁ ନେଇ ଚଳଚଞ୍ଚଳ ସମଗ୍ର ମୟୂରଭଞ୍ଜ ଜିଲ୍ଲା । ନଭେମ୍ବର ୨୦ ତାରିଖରେ ପ୍ରଥମେ ବାରିପଦାରେ ପହଞ୍ଚିବେ ମହାମହିମ । ବାରିପଦା ସହିଦ ସ୍ମୃତି ଭବନଠାରେ ଅନୁଷ୍ଠିତ ହେବାକୁ ଥିବା "ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଏସୋସିଏସନ"ର ୩୬ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । 

ରାଷ୍ଟ୍ରପତିଙ୍କ ସହ ଏହି ସମ୍ମିଳନୀରେ ରାଜ୍ୟପାଳ ରଘୁବର ଦାସ, ଝାଡ଼ଗ୍ରାମ ଲୋକସଭା ସଂସଦ କୁଆଁର ହେମ୍ବ୍ରମ୍, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି ।  ରାଷ୍ଟ୍ରପତିଙ୍କର ଏହି ଗସ୍ତରେ ଯେମିତି କୌଣସି ତୃଟି ନ ରୁହେ ସେଥିପାଇଁ ଜିଲ୍ଲା ପ୍ରଶାସନ ବିଶେଷ ଗୁରୁତ୍ବ ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶା ଖବର ଆହୁରି ପଢନ୍ତୁ

Mayurbhanj district is busy due to the two-day visit of the President | Argus News