Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଘରେ ଛାପୁଥିଲେ ଜାଲ୍ ନୋଟ୍; ୫୦୦ ଟଙ୍କା ରଖି ଖୁଚୁରା ଦେବା ପରେ ଜାଣିପାରିଲେ ଦୋକାନୀ

National

Fake Currency / ଘରେ ଛାପୁଥିଲେ ଜାଲ୍ ନୋଟ୍; ୫୦୦ ଟଙ୍କା ରଖି ଖୁଚୁରା ଦେବା ପରେ ଜାଣିପାରିଲେ ଦୋକାନୀ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଘରେ ଛାପୁଥିଲେ ଜାଲ୍ ନୋଟ୍; ୫୦୦ ଟଙ୍କା ରଖି ଖୁଚୁରା ଦେବା ପରେ ଜାଣିପାରିଲେ ଦୋକାନୀ
Fake ₹500 Note Leads to MBA Graduate's Arrest

Key Points

ଜାଲ୍ ନୋଟ୍ ପାଇଁ ଜେଲ୍ ଯାଇଥିଲେ । ଜେଲ୍‌ରୁ ଫେରିବା ପରେ ପୁଣି ଥରେ ସେହି ଜାଲ୍ ନୋଟ୍ ଛାପିଲେ । ଆଉ ଶେଷରେ ତାଙ୍କୁ ଧରା ପକାଇଦେଲା ସିଗାରେଟ୍ । ଗିରଫ ହେଲେ MBA ଗ୍ରାଜୁଏଟ୍ ।
ବେଙ୍ଗାଲୁରୁ: କାର୍‌ରେ ଆସିଲେ, ଦୋକାନୀଙ୍କୁ ୫୦୦ ଟଙ୍କିଆ ନୋଟ୍ ବଢ଼ାଇଲେ । ସିଗାରେଟ୍ ପ୍ୟାକେଟ୍ ସହ ବଳକା ଖୁଚୁରା ଟଙ୍କା ନେଇ ଚାଲିଗଲେ । ଆଉ ଏହି ସିଗାରେଟ୍ ପ୍ୟାକେଟ୍ ହିଁ ଉଠାଇଲା ନକଲି ନୋଟ୍ କାରବାର ଉପରୁ ପରଦା ।

ନକଲି ୫୦୦ ଟଙ୍କିଆ ନୋଟ୍ ଦେଇ ସିଗାରେଟ୍ କିଣିବା ଅଭିଯୋଗରେ କର୍ଣ୍ଣାଟକ ପୋଲିସ ଜଣେ ଏମବିଏ ସ୍ନାତକଙ୍କୁ ଗିରଫ କରିଛି । ବେଙ୍ଗାଲୁରୁ ଉପକଣ୍ଠରୁ ପୋଲିସ ଯୁବକ ଜଣଙ୍କୁ ଗିରଫ କରିଛି । ପୋଲିସ ଅନୁସାରେ, ଯୁବକ ଜଣଙ୍କ ପୂର୍ବରୁ ଜାଲ୍ ନୋଟ୍ ମାମଲାରେ ମଧ୍ୟ ଜେଲ୍ ଯାଇଥିଲେ ।

ଏଥିସହ ପଢ଼ନ୍ତୁ: ଭୟରେ ବି ଲାଞ୍ଚ ଟଙ୍କା ଛାଡ଼ିଲେନି; ଭିଜିଲାନ୍ସ ଟିମକୁ ଦେଖି ଟଙ୍କା ଧରି ଚମ୍ପଟ ମାରିଲେ ASI 

ପୋଲିସ ଅନୁସାରେ, ରୁଦ୍ରେଶଙ୍କ ୨୦୨୪ରେ ଜାଲ୍ ନୋଟ୍ କାରବାର ପାଇଁ ଗିରଫ କରାଯାଇଥିଲା । ଏବେ ସେ ଜେଲ୍‌ରୁ ଫେରିବା ପରେ ପୁଣିଥରେ ଗଙ୍ଗୋନନ୍ଦନାହାଲିରେ ନକଲି ନୋଟ୍‌ ବେଆଇନ୍ ଭାବେ ଛାପିବା ଆରମ୍ଭ କରିଥିଲେ ।

ସିଗାରେଟ୍ କିଣାରୁ ଧରାପଡ଼ିଲା ଜାଲ୍ ନୋଟ୍

ପୋଲିସ ଅନୁସାରେ, ଯୁବକ ଜଣଙ୍କ ନିୟମିତ ଉକ୍ତ ଦୋକାନରେ କାରବାର କରୁଥିଲେ । ଜୁଲାଇ ୨ ତାରିଖରେ ରୁଦ୍ରେଶ ଟୁମାକୁରୁ ଜିଲ୍ଲାର ହୋସାହଲି କଇମରାରେ ୫୬ ବର୍ଷୀୟ ଅଞ୍ଜନା ସେଟ୍ଟୀଙ୍କ ଦୋକାନକୁ ଯାଇଥିଲେ । ରୁଦ୍ରେଶ ଓ ଅନ୍ୟ ଜଣେ ଯୁବକ ଏକ ନୀଳ ରଙ୍ଗର ମାରୁତି ଅଲ୍ଟୋ କାର୍‌ରେ ଯାଇ ସିଗାରେଟ୍ ପ୍ୟାକେଟ୍ ପାଇଁ ୫୦୦ ଟଙ୍କିଆ ନୋଟ୍ ଦେଇଥିଲେ ।

ଦୋକାନୀ ସିଗାରେଟ୍ ପ୍ୟାକେଟ୍ ଦେବା ସହ ୩୭୦ ଟଙ୍କା ଖୁଚୁରା ଫେରାଇଥିଲେ । ଦୋକାନୀ ଜଣଙ୍କ କିଛି ସମୟ ପରେ ନୋଟ୍‌ଟିକୁ ଭଲ ଭାବେ ଦେଖିବାରୁ ତାହା ନକଲି ବୋଲି ସନ୍ଦେହ କରିଥିଲେ । ଏନେଇ ସେ ହୁଲିୟାରୁ ଥାନାରେ ଅଭିଯୋଗ କରିଥିଲେ । ଯାହାପରେ ପୋଲିସ ତଦନ୍ତ କରି ଜାଲ୍ ନୋଟ୍ ପ୍ରିଣ୍ଟିଂ ୟୁନିଟ୍ ଠାବ କରିଛି ।

କେମିତି ଧରାଡ଼ିଲେ ଯୁବକ ?

ଏତଲା ପରେ ପୋଲିସ ଏକ ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରିଥିଲା । ପୋଲିସ ଅଭିଯୁକ୍ତକୁ ଟ୍ରାକିଂ କରିଥିଲା । ଅଭିଯୁକ୍ତ ବ୍ୟବହାର କରୁଥିବା ଗାଡ଼ିକୁ ଚିହ୍ନଟ କରିଥିଲା ପୋଲିସ । ଯାହାପରେ ରୁଦ୍ରେଶର ଘରେ ପୋଲିସ ରେଡ୍ କରିବା ସହ ବିପୁଳ ନକଲି ନୋଟ୍ ଜବତ କରିଛି ।

ଏଥିସହ ପଢ଼ନ୍ତୁ: ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଶସ୍ତା ହେଲା ୩୯ଟି ଔଷଧ, ନିୟମ ଭାଙ୍ଗିଲେ ଜେଲ୍ 

ପୋଲିସ ଅନୁସାରେ, ଗିରଫ ରୁଦ୍ରେଶ ଜଣେ ଏମବିଏ ସ୍ନାତକ । ଏହା ପୂର୍ବରୁ ୨୦୨୪ରେ ଜାଲ୍ ନୋଟ୍ ରାକେଟରେ ସମ୍ପୃକ୍ତି ପାଇଁ ତାଙ୍କୁ ଦବନାଗେରେ ପୋଲିସ ଗିରଫ କରିଥିଲା । ରୁଦ୍ରେଶ ପ୍ରାୟ ୩ ମାସରେ ପାଖାପାଖି ୨୦ ଲକ୍ଷର ଜାଲ୍ ନୋଟ୍ କାରବାର କରିଥିଲେ । ଏବେ ପୁଣି ଥରେ ଜାଲ୍ ନୋଟ୍ କାରବାରରେ ପୋଲିସ ତାଙ୍କୁ ଗିରଫ କରିବା ସହ ବିପୁଳ ନକଲି ନୋଟ୍ ଜବତ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored