Videos
|
National

MEA India POK Geography / ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନ୍ୟୁୟର୍କ ଟାଇମ୍ସକୁ ପିଓକେର ଭୂଗୋଳ ଶିଖାଇଲା

Subhramjit Ray
Browse all articles by Subhramjit Ray
·1 month ago·2 min read
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନ୍ୟୁୟର୍କ ଟାଇମ୍ସକୁ ପିଓକେର ଭୂଗୋଳ ଶିଖାଇଲା
MEA India POK Geography

Key Points

"ନ୍ୟୁୟର୍କ ଟାଇମ୍ସ" ଏହାର ରିପୋର୍ଟ୍ ରେ ଏପରି କିଛି ଲେଖିଥିଲା ଯେ, ​​ଯାହା ଆମେରିକା ସ୍ଥିତ ଭାରତୀୟ ଦୂତାବାସକୁ ଏହି ମାମଲାରେ ପାଲଟା ଜବାବ ଦେବାକୁ ସୁଯୋଗ ଦେଇଥିଲା।
MEA India Reply on NYT Report: ନିକଟରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) କୁ "ପାକିସ୍ତାନୀ କାଶ୍ମୀର" ବୋଲି ଉଲ୍ଲେଖ କରିଥିବା ଆମେରିକୀୟ ଗଣମାଧ୍ୟମ "ଦି ନ୍ୟୁୟର୍କ ଟାଇମ୍ସ" ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ବିରୋଧରେ ଆପତ୍ତି ଜଣାଇଛି ଭାରତ। ଏନେଇ ପୁନର୍ବାର ଭାରତ କହିଛି ଯେ ଏହି ଅଞ୍ଚଳ ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନିକଟରେ ଏହି ଆମେରିକୀୟ ସମ୍ବାଦପତ୍ର ପକ୍ଷରୁ ପ୍ରକାଶିତ ଖବର ଶୀର୍ଷକକୁ ବିରୋଧ କରି, ଆମେରିକା ସ୍ଥିତ ଭାରତୀୟ ଦୂତାବାସ ଏହି ଶବ୍ଦର ବ୍ୟବହାରକୁ ଭ୍ରାମକ ଏବଂ ଭୁଲ ବୋଲି ବର୍ଣ୍ଣନା କରିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଭାରତୀୟ ଦୂତାବାସ କହିଛି, "କେଉଁଠି ପାକିସ୍ତାନୀ କାଶ୍ମୀର ନାହିଁ, ବରଂ କେବଳ ପାକିସ୍ତାନ ଦ୍ୱାରା ବେଆଇନ ଭାବରେ ଦଖଲ କରାଯାଇଥିବା କାଶ୍ମୀର ରହିଛି।" ନୂଆଦିଲ୍ଲୀ ଏହାର ପୂର୍ବ ସ୍ଥିତିକୁ ଦୋହରାଇ କହିଛି ଯେ, ଜାମୁ,କାଶ୍ମୀର, ଲଦାଖର କେନ୍ଦ୍ରଶାସିତ ଅଞ୍ଚଳ ସର୍ବଦା ଭାରତ ବର୍ଷର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି। ଭାରତୀୟ ଦୂତାବାସ ଏହା ମଧ୍ୟ କହିଛି ଯେ ପାକିସ୍ତାନ ଏହି କ୍ଷେତ୍ରର କିଛି ଅଂଶକୁ ଅବୈଧ ଭାବରେ ଦଖଲ କରିଛି। ସେଠାରେ ରହୁଥିବା ଲୋକଙ୍କ ବିରୋଧରେ ହିଂସାତ୍ମକ ବ୍ୟବହାର ଜାରି ରଖିଛି।

ଏହା ସହ ପଢନ୍ତୁ: ରାସ୍ତାରେ ଗଡୁଛି ମୃତଦେହ; ପାକିସ୍ତାନୀ ସେନାର ନିର୍ମମ କାର୍ଯ୍ୟାନୁଷ୍ଠାନରେ ୨୦ ମୃତ

କ'ଣ ଲେଖିଥିଲା "ଦି ନ୍ୟୁୟର୍କ ଟାଇମ୍ସ"?
ପାକିସ୍ତାନ ଅଧିକୃତ କାଶ୍ମୀର (POK) ଠାରେ ସୃଷ୍ଟି ହୋଇଥିବା ସାମ୍ପ୍ରତିକ ଅଶାନ୍ତି ଏବଂ ସ୍ଥାନୀୟ ନିର୍ବାଚନ ବିଷୟରେ "ଦି ନ୍ୟୁୟର୍କ ଟାଇମ୍ସ" (The New York Times) ପକ୍ଷରୁ ରିପୋର୍ଟ ପ୍ରକାଶିତ ହେବା ପରେ ଭାରତୀୟ ଦୂତାବାସର ପ୍ରତିକ୍ରିୟା ଆସିଛି। ଖବରକାଗଜ ଅନୁଯାୟୀ, ମିରପୁର ଠାରେ ହିଂସା ସେତେବେଳେ ବ୍ୟାପି ଯାଇଥିଲା ଯେତେବେଳେ ସୁରକ୍ଷା ବାହିନୀ ସହ ଜଏଣ୍ଟ ଆୱାମୀ ଆକ୍ସନ କମିଟି ସଦସ୍ୟ ମୁହାଁମୁହିଁ ହୋଇଥି୍ଲେ। ପିଓକେ ଠାରେ ସକ୍ରିୟ ରହିଥିବା ଏହି ସଙ୍ଗଠନ ପୋଲିସ ବର୍ବରତା ବିରୋଧରେ ସ୍ୱର ଉଠାଇବା ସହ ନାଗରିକ ଅଧିକାର ପାଇଁ କାମ କରୁଛି।

ଆମେରିକୀୟ ଖବରକାଗଜ ଅନୁଯାୟୀ, ଗୁଳିମାଡ଼ ଯୋଗୁଁ ହୋଇଥିବା ସଦ୍ୟତମ ହିଂସାରେ ଅତି କମରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ରିପୋର୍ଟ ଆଧାରରେ ଏହା ମଧ୍ୟ କୁହାଯାଇଥିଲା ଯେ ପାକିସ୍ତାନ ମାନବାଧିକାର କମିଶନ ଏହି ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
"The New York Times" ଏହା ମଧ୍ୟ କହିଛି ଯେ ବିଗତ କିଛି ସପ୍ତାହ ଧରି ଚାଲିଥିବା ଅଶାନ୍ତି ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ସମଗ୍ର ଅଞ୍ଚଳରେ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିଛି। ଏହାର ରିପୋର୍ଟ୍, ଜଏଣ୍ଟ ଆୱାମୀ ଆକ୍ସନ କମିଟି ଦାବି ଆଧାରରେ ଏହା ମଧ୍ୟ କହିଛି ଯେ ପୋଲିସ ସହିତ ସଂଘର୍ଷରେ ଏହି ସଙ୍ଗଠନର ଅନେକ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ହେଲେ ତଥାପି, ଖବରକାଗଜ ସ୍ପଷ୍ଟ କରିଛି ଯେ ଏହା ସ୍ୱାଧିନ ଭାବରେ ଏହି ଦାବିକୁ ଯାଞ୍ଚ କରିପାରିବ ନାହିଁ।



MEA Calls Out NYT Over 'Pakistani Kashmir' Headline; Reaffirms PoK Status | Argus News