India China Border Map / ଚୀନ୍କୁ ଭାରତ ଦେଲା ସ୍ପଷ୍ଟ ଜବାବ; କହିଲା 'ସତ୍ୟକୁ ଅସ୍ୱୀକାର କରାଯାଇ ପାରିବ ନାହିଁ'
·2 weeks ago·2 min read

Key Points
ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ଏକ ନିର୍ବିବାଦୀୟ ସତ୍ୟ। ଏହି ସତ୍ୟକୁ କେହି ବଦଳାଇ ପାରିବେ ନାହିଁ।
India China Border Dispute: ନିକଟରେ ଅରୁଣାଚଳ ପ୍ରଦେଶରେ ଅବସ୍ଥିତ ୨୭ ସ୍ଥାନର ନାମକୁ ଦେଶର ମାନଚିତ୍ରରେ ଦର୍ଶାଇଥିଲା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ। ହେଲେ ଏହାକୁ ନେଇ ତାତି ଉଠିଥିଲା ଚୀନ୍। ଭାରତୀୟ ଅଞ୍ଚଳକୁ ଭାରତର ମାନଚିତ୍ରରେ ଦର୍ଶାଇବାକୁ ପଡ଼ୋଶୀ ଡ୍ରାଗନ୍ ସହଜରେ ଗ୍ରହଣ କରି ପାରୁନାହିଁ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଚୀନ୍ ପୂର୍ବରୁ କହିଥିଲା ଯେ ଏହା ଭାରତର ଏପରି ଦାବିକୁ ସ୍ୱୀକାର କରାଯିବ ନାହିଁ। ଏହାର ଜବାବରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରତିକ୍ରିୟା ରଖି କହିଛି ଯେ ଅରୁଣାଚଳ ପ୍ରଦେଶ ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ଏକ ନିର୍ବିବାଦୀୟ ସତ୍ୟ। ଏହାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ।
ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, "ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗରେ ଚୀନ୍ ସହିତ ହୋଇଥିବା ଆଲୋଚନାରେ, ଭାରତ ସର୍ବଦା ଜୋର ଦେଇ ଆସିଛୁ ଯେ ଏହି ପ୍ରସଙ୍ଗ ହେଉଛି ଗୁରୁତ୍ୱପୂର୍ଣ୍ଣ। ଏହି କ୍ଷେତ୍ରରେ ଶାନ୍ତି ବଜାୟ ରଖିବା ସବୁଠାରୁ ଗରୁତ୍ୱପୂର୍ଣ୍ଣ। ଆମେ ଏହା ମଧ୍ୟ କହିସାରିଛୁ ଯେ ସୀମା ବିବାଦର ସମସ୍ୟାର ସ୍ଥିତି ଆମର ବ୍ୟାପକ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିପାରେ।"
ଏହା ସହ ପଢନ୍ତୁ: ସାମ୍ରାଜ୍ୟବାଦୀ ଚୀନ୍କୁ ମିଳିଲା ଜବାବ; ଅରୁଣାଚଳ ପ୍ରଦେଶର ୨୭ ସ୍ଥାନ ସରକାରୀ ମାନଚିତ୍ରରେ ସାମିଲ
LAC ସ୍ଥିତି ଉପରେ ସମୀକ୍ଷା କରୁଛନ୍ତି ଭାରତ-ଚୀନ୍
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜାୟସୱାଲ କହିଛନ୍ତି, "୨୦୨୬ ଅଗଷ୍ଟ ୬ ତାରିଖରେ ଭାରତ-ଚୀନ୍ ସୀମା ବ୍ୟାପାର (WMCC) ଉପରେ ପରାମର୍ଶ ଏବଂ ସମନ୍ୱୟ ପାଇଁ କାର୍ଯ୍ୟ ପ୍ରଣାଳୀର ୩୬ତମ ବୈଠକରେ ଏହା ପୁନରାବୃତ୍ତି କରାଯାଇଥିଲା। ଏହି ବୈଠକରେ, ଉଭୟ ପକ୍ଷ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ସହିତ ସ୍ପଷ୍ଟ ଆଲୋଚନା କରିଥିଲେ ଏବଂ ପରିସ୍ଥିତିର ସମୀକ୍ଷା କରିଥିଲେ।"
ସେ ଆହୁରି କହିଛନ୍ତି, "ଭାରତୀୟ ପକ୍ଷ ପୁନର୍ବାର ଦୋବରାଇ ଥିଲା ଯେ ଦ୍ୱିପାକ୍ଷିକ ସମ୍ପର୍କରେ ସାମଗ୍ରିକ ବିକାଶ ପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ସ୍ଥିରତା ଏବଂ ଶାନ୍ତି ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଉଭୟ ପକ୍ଷ ଏହାକୁ ନେଇ ସହମତ ହୋଇଥିଲା ଯେ WMCC, ସ୍ଥାନୀୟ କମାଣ୍ଡର-ସ୍ତରୀୟ ବୈଠକ ଏବଂ ବିଦ୍ୟମାନ କୂଟନୈତିକ ଏବଂ ସାମରିକ ଚ୍ୟାନେଲ୍ କୁ ଅନ୍ୟାନ୍ୟ ସମସ୍ୟାର ସମାଧାନ ଏବଂ LAC ସହିତ ଭୁଲ ବୁଝାମଣା ଏବଂ ଅନ୍ୟ ଭୁଲ ବିଚାରକୁ ଦୂରେଇବା ପାଇଁ ବ୍ୟବହାର କରାଯିବ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ ଉପରେ କିପରି ପ୍ରତିକ୍ରିୟା ରଖିଥିଲା ଚୀନ୍?
ଗତ ୨୦୧୭ ରୁ ଚୀନ୍, ଅରୁଣାଚଳ ପ୍ରଦେଶକୁ ଏହାର ମାନଚିତ୍ରରେଦେଖାଇ ଆସୁଛି। ଯାହାକୁ ନେଇ ଭାରତ ସର୍ବଦା ଆପତ୍ତି ଜଣାଇ ଆସୁଛି। ସେବେଠାରୁ ଚୀନ୍କୁ ଏହାର ସଠିକ୍ ସ୍ଥାନ ଦେଖାଇ ଆସୁଛି ଭାରତ। ନିକଟରେ ଭାରତ ସରକାର, "ସର୍ଭେ ଅଫ୍ ଇଣ୍ଡିଆ" (Survey of India) ମାନଚିତ୍ରରେ ଅରୁଣାଚଳ ପ୍ରଦେଶର ହ୍ରଦ, pvବସତି ଏବଂ ସ୍ମାରକୀ ସମେତ ୨୭ ସ୍ଥାନର ନାମ ଆନୁଷ୍ଠାନିକ ଭାବରେ ପରିବର୍ତ୍ତନ କରିଥିଲେ। ହେଲେ ଏହାକୁ ନେଇ ଚୀନ୍ ତାତି ଉଠିଥିଲା। ଏନେଇ ଚୀନ ସରକାରଙ୍କ ମୁଖପତ୍ର, "ଗ୍ଲୋବାଲ୍ ଟାଇମ୍ସ" (Global Times) ଲେଖିଥିଲା ଯେ ଭାରତୀୟ ମାନଚିତ୍ରରେ ଏହି ଅଞ୍ଚଳକୁ ଦର୍ଶାଯିବା ଦ୍ୱାରା ଉଭୟ ଦେଶ ମଧ୍ୟରେ ବିବାଦ ବଢିପାରେ।

Related Topics
Explore more stories