Strong Message / ଅବସରପ୍ରାପ୍ତ ବିଚାରପତିଙ୍କ ଝିଅର ଛାଡ଼ପତ୍ର; ଢୋଲ ବଜାଇ ଏମିତି କଲେ ସ୍ଵାଗତ
·4 hours ago·2 min read

Key Points
ଅବସରପ୍ରାପ୍ତ ବିଚାରପତିଙ୍କ ଝିଅର ଛାଡ଼ପତ୍ର
ଯେମିତି ବିଦା କରିଥିଲେ ସେମିତି କଲେ ସ୍ଵାଗତ
ଯେମିତି ବିଦା କରିଥିଲେ ସେମିତି କଲେ ସ୍ଵାଗତ
ବାଜୁଥିଲା ଢୋଲ । ସମସ୍ତେ ପିନ୍ଧିଥିଲେ ଏକ ନିଆରା ଟି-ସାର୍ଟ । ବେକରେ ଫୁଲ ମାଳ ପଡ଼ିଥିଲା ଓ ସମସ୍ତେ ପରସ୍ପରକୁ ମିଠା ଖୁଆଉଥିଲେ । ବିବାହ ବେଳେ ଯେମିତି ଝିଅକୁ ବିଦା କରିଥିଲେ, ଠିକ୍ ସେହିପରି ଛାଡ଼ପତ୍ର ପରେ ଝିଅକୁ ସ୍ଵାଗତ କରିଛନ୍ତି ବାପ ଘର ଲୋକେ । ତାକୁ ପର ନାରୀ ଭଳି ବ୍ୟବହାର କରିନାହାନ୍ତି, ବରଂ ଘରର ସେହି ଅବିବାହିତ ଝିଅ ପରି ପାଛୋଟି ନେଇଛନ୍ତି । ଏହି ଦୃଶ୍ୟ ସମାଜକୁ ଏକ ନିଆରା ବାର୍ତ୍ତା ଦେଉଥିବାବେଳେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ମେରଠର ଶାସ୍ତ୍ରୀ ନଗରରୁ ଆସିଛି ଏହି ଦୃଶ୍ୟ । ଅବସରପ୍ରାପ୍ତ ବିଚାରପତି ନିଜ ଝିଅକୁ ଛାଡ଼ପତ୍ର ପରେ ଏପରି ଢଙ୍ଗରେ ସ୍ଵାଗତ କରିଛନ୍ତି । ଆଜି ବି ଯେଉଁ ସମାଜ ଜଣେ ଛାଡ଼ପତ୍ର ମହିଳାକୁ ସହଜରେ ଗ୍ରହଣ କରିନାହାନ୍ତି । ଆଜି ବି ଏମିତି କିଛି ପରିବାର ଅଛି, ଯିଏକି ଛାଡ଼ପତ୍ର ବଦଳରେ ବୁଝାମଣା କରି ସ୍ଵାମୀ ସହ ରହିବାକୁ ଝିଅକୁ ବାଧ୍ୟ କରନ୍ତି । ହେଲେ ଏଠାରେ ଅବସରପ୍ରାପ୍ତ ବିଚାରପତି ନିଜ ଝିଅକୁ ସମର୍ଥନ କରିବା ସହ ତାକୁ ଘରକୁ ନିଆରା ଢଙ୍ଗରେ ସ୍ଵାଗତ କରିଛନ୍ତି ।
ପଢନ୍ତୁ ଏହି ଖବର: ଚାକିରିରୁ ବିଦା ହେଲା ସ୍ତ୍ରୀ; ମାଲିକଙ୍କୁ ପିଟିଲେ ସ୍ଵାମୀ, ଭିଡିଓ ଭାଇରାଲ
ବହୁ ବର୍ଷ ଧରି ଏହି ମାମଲା ବିଚାରଧୀନ ରହିବା ପରେ ଶେଷରେ ୨୦୨୬ ଏପ୍ରିଲ ୪ ତାରିଖରେ ଅଦାଲତ ଛାଡ଼ପତ୍ର ପାଇଁ ଅନୁମତି ଦେଇଥିଲେ । ସାଧାରଣତଃ ଛାଡ଼ପତ୍ର ପରେ ଝିଅ ଘର ଚିନ୍ତାରେ ପଡ଼ିଯାଆନ୍ତି, କିନ୍ତୁ ଅବସରପ୍ରାପ୍ତ ବିଚାରପତି ଜଣକ ନିଜ ଝିଅର ଦୁଃଖର ସମୟରେ ତା ସହ ରହିଛନ୍ତି । ସେ ଝିଅକୁ ସମ୍ମାନର ସହ ପୁଣି ଘରେ ସ୍ଵାଗତ କରିଛନ୍ତି । ଯେତେବେଳେ ପ୍ରତୀକ୍ଷା ବାପ ଘରେ ପହଞ୍ଚିଥିଲେ, ସେତେବେଳେ ପୂର୍ବରୁ ଉପସ୍ଥିତ ଢୋଲବାଲା ବାଜା ବଜାଇଥିଲେ । ପ୍ରତୀକ୍ଷାଙ୍କ ପିତା ଏକ ଭିନ୍ନ ସାର୍ଟ ପିନ୍ଧିଥିଲେ, ଯେଉଁଥିରେ 'ଆଇ ଲଭ୍ ମାଇଁ ବିଟିୟା' ବା 'ମୁଁ ମୋ ଝିଅକୁ ଭଲ ପାଏ' ବୋଲି ଲେଖାଥିଲା ।

- କଣ ପୂରା ଘଟଣା ?

- ଭାବବିହ୍ଵଳ ଦେଖଣାହାରୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories