Videos
|
National

Woman Assault / ବେକ ଯାଏଁ ଅଧା ଖଣ୍ଡିଆ ଚୁଟି; ହାତରେ କଟା ବେଣୀ ଧରି ଥାନାରେ ମହିଳା

Debashree Debasmita Sahoo
Browse all articles by Debashree Debasmita Sahoo
·14 mins ago·2 min read
ବେକ ଯାଏଁ ଅଧା ଖଣ୍ଡିଆ ଚୁଟି; ହାତରେ କଟା ବେଣୀ ଧରି ଥାନାରେ ମହିଳା
Woman Assault Case UP

Key Points

ବେକ ଯାଏଁ ଅଧା ଖଣ୍ଡିଆ ଚୁଟି
ହାତରେ କଟା ବେଣୀ ଧରି ଥାନାରେ ମହିଳା
ସ୍ଵାମୀଙ୍କ ବିରୋଧରେ ଆଣିଲେ ବଡ଼ ଅଭିଯୋଗ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମେରଠରୁ ଘରୋଇ ହିଂସାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ ମହିଳାଙ୍କୁ ମାରପିଟ କରିବା ସହ ତାଙ୍କ ଚୁଟି କଟାଯାଇଥିବା ଅଭିଯୋଗ ରହିଛି । ଥାନା ଆଗରେ ଅଧା ଖଣ୍ଡିଆ ହେୟାରକଟ୍ ଓ ହାତରେ କଟା ବେଣୀ ଧରି ପହଞ୍ଚିଛନ୍ତି ପୀଡ଼ିତା । ମହିଳାଙ୍କ ଏହି ଅବସ୍ଥା ଲାଗି ସ୍ଵାମୀ ଦାୟୀ ବୋଲି ଜଣାପଡ଼ିଛି । ସେ ଥାନାରେ ପହଞ୍ଚି ସ୍ଵାମୀ ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି ।

ମହିଳା ଜଣକ ସ୍ଵାମୀ ରିହାନ, ଶାଶୂ ରୋଶନ ଓ ଦୁଇ ଦିଅର ସାହିଲ ଓ ସୋନୁଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସମସ୍ତେ ମିଶି ତାଙ୍କୁ ଶାରୀରିକ ଯନ୍ତ୍ରଣା ଦେଇଛନ୍ତି । ଯେତେବେଳେ ଘରେ ମହିଳାଙ୍କ ସହ ଅତ୍ୟାଚାର ହୋଇଥିଲା, ସେତେବେଳେ ତାଙ୍କର ଚିତ୍କାର ଶୁଣି ପଡ଼ୋଶୀ ୧୧୨କୁ କଲ୍ କରିଥିଲେ । ଏହାପରେ ଲିସାଡି ଗେଟ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଛି ।

  • କଣ ପୂରା ଘଟଣା ?
ପୀଡ଼ିତା କହିଛନ୍ତି ଯେ ପ୍ରାୟ ୩ବର୍ଷ ପୂର୍ବରୁ ସେ ସମର ଗାର୍ଡନ ଅଧିବାସୀ ରିହାନଙ୍କୁ ବିବାହ କରିଥିଲେ ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ମହିଳା ଅଭିଯୋଗ କରିଛନ୍ତି ଯେ, ସ୍ଵାମୀ ସଦାବେଳେ ତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ । ତାଙ୍କର ପରକୀୟା ପ୍ରୀତି ନେଇ ଅଭିଯୋଗ କରିଆସୁଥିଲେ । ଏଥିଲାଗି ତାଙ୍କୁ ଅନେକ ସମୟରେ ମାରପିଟ ମଧ୍ୟ କରୁଥିଲେ । ଶନିବାର ଯେତେବେଳେ ସେ ଚୁଟି କଲର୍ କରିଥିଲେ, ତାକୁ ନେଇ ସ୍ଵାମୀ ବିରକ୍ତ ହୋଇଥିଲେ । ଏହାପରେ ସ୍ଵାମୀ ରିହାନ, ଶାଶୂ ଓ ଦୁଇ ଦିଅର ମିଶି ତାଙ୍କୁ ପ୍ରଥମେ ମାଡ଼ ମାରିବା ସହ ଜୋରଜବରଦସ୍ତ ତାଙ୍କ ଚୁଟି କାଟିଦେଇଥିଲେ ।

ପଢନ୍ତୁ ଏହି ଖବର: ବୀମା ଟଙ୍କା ପାଇଁ ସ୍ୱାମୀ ସାଜିଲା ବଳି; ଶେଷରେ ପ୍ରେମିକ ସହ ମିଶି ସ୍ତ୍ରୀର ଜଘନ୍ୟକାଣ୍ଡ

  • ଏସିଡ୍ ଢାଳିବାକୁ ଧମକ
ମହିଳା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ମାରପିଟ ସମୟରେ ଶାଶୂଘର ଲୋକେ ତାଙ୍କ ଉପରେ ଏସିଡ୍ ଢାଳିବାକୁ ଧମକ ଦେଇଥିଲେ । ଏହାପରେ ସେ ଭୟରେ ଖୁବ ଜୋରରେ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ପଡ଼ୋଶୀ ୧୧୨କୁ କଲ୍ କରିଥିଲେ । କିଛି ଅଘଟଣ ଘଟିବା ପୂର୍ବରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିସାରିଥିଲା ଓ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ହାତରେ କଟା ଯାଇଥିବା ବେଣୀ ଧରି ମହିଳା ଜଣକ ଥାନାରେ ପହଞ୍ଚିଥିଲେ । ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ପୋଲିସ ନିକଟରେ ଦାବି କରିଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା ପୋଲିସ
ଏହି ପୂରା ଘଟଣାରେ କୋତବାଲି ସିଓ ସଂଗ୍ରାମ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ସମର ଗାର୍ଡନ ଅଞ୍ଚଳର ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ଵାମୀ ରିହାନ ତାଙ୍କୁ ମାରପିଟ କରୁଥିଲେ ଓ ନିର୍ଯାତନା ଦେବା ସମୟରେ ତାଙ୍କର ଚୁଟି କାଟିଦେଇଥିଲେ । ଘଟଣାରେ ମାମଲା ରୁଜୁ କରାଯାଇଛି ଓ ଅଧିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।