Videos
|
National

Wife Lover Conspiracy / ବୀମା ଟଙ୍କା ପାଇଁ ସ୍ୱାମୀ ସାଜିଲା ବଳି; ଶେଷରେ ପ୍ରେମିକ ସହ ମିଶି ସ୍ତ୍ରୀର ଜଘନ୍ୟକାଣ୍ଡ

Debashree Debasmita Sahoo
Browse all articles by Debashree Debasmita Sahoo
·14 mins ago·2 min read
ବୀମା ଟଙ୍କା ପାଇଁ ସ୍ୱାମୀ ସାଜିଲା ବଳି; ଶେଷରେ ପ୍ରେମିକ ସହ ମିଶି ସ୍ତ୍ରୀର ଜଘନ୍ୟକାଣ୍ଡ
Husband murder for insurance money

Key Points

ପ୍ରେମିକ ସହ ମିଶି ସ୍ତ୍ରୀର କାରନାମା
ବୀମା ଟଙ୍କା ପାଇଁ ସ୍ଵାମୀର ଜୀବନ ନେଲା
ସିସିଟିଭି କ୍ୟାମେରାରେ ଖୋଲିଲା ରାଜ୍‌
ଜୟପୁର (ରାଜସ୍ଥାନ): ରାଜସ୍ଥାନର ବରଡୋଦ୍ ଜିଲ୍ଲାରେ ଜଣେ ପତ୍ନୀର ଜଘନ୍ୟକାଣ୍ଡ । ପ୍ରେମିକ ସହ ମିଶି ସ୍ଵାମୀର ନେଲା ଜୀବନ । ସିନ୍ଦୂରଠାରୁ ବଡ଼ ହୋଇଗଲା ବୀମା ଟଙ୍କା । ସେପଟେ ପୁଣି ପରକୀୟା ପ୍ରୀତି । ଶେଷରେ ଜଣେ ନିରୀହ ସ୍ଵାମୀର ଜୀବନ ଚାଲିଯାଇଛି । ହତ୍ୟାକାଣ୍ଡର ଠିକ୍ ସପ୍ତାହେ ପରେ ରହସ୍ୟ ଉପରୁ ପରଦା ଉଠିଛି । ସିସିଟିଭି କ୍ୟାମେରାରେ ପୂରା ଘଟଣା କଏଦ ହୋଇଥିବାବେଳେ ଏବେ ସତ ପଦାକୁ ଆସିଛି ।

ଏହି ହତ୍ୟାକାଣ୍ଡ ଭିଆଇବା ପରେ ପତ୍ନୀ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା । କିନ୍ତୁ ପୋଲିସ ପ୍ରାୟ ୬୦ଟି ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରିବା ପରେ ପ୍ରକୃତ କାରଣ ଜାଣିପାରିଛି । ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପତ୍ନୀର ଭୂମିକା ଜଣାପଡ଼ିବା ପରେ ପରିବାରକୁ ବଡ଼ ଝଟକା ଲାଗିଛି ।

  • କଣ ପୂରା ଘଟଣା ?
ବରଦୋଡ୍ ଏସପି ସତୱିର ସିଂହ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗିରଫ ଦୁଇ ଅଭିଯୁକ୍ତଙ୍କ ପରିଚୟ ରାଜୁ ମିସ୍ତ୍ରୀ (୩୪) ଓ ଶିବା ଓରଫ ଶିବମ (୨୭) ବୋଲି ଜଣାପଡ଼ିଛି । ରାଜୁ ଖୈରଥଲ-ତିଜାରା ଜିଲ୍ଲା ମୁଣ୍ଡାୱର ଥାନା ଅଧୀନସ୍ଥ ପଦମାଡା ଖୁର୍ଦ ଅଞ୍ଚଳର ଅଧିବାସୀ । ସେହିପରି ଶିବା ଉତ୍ତର ପ୍ରଦେଶ ବରେଲି ଜିଲ୍ଲା ଫତେହଗଞ୍ଜର ଅଧିବାସୀ । ପୋଲିସର କହିବାନୁସାରେ, ଏହି ହତ୍ୟାକାଣ୍ଡ ଯୋଜନାବଦ୍ଧ ଥିଲା । ଏହି ଅଭିଯୁକ୍ତମାନେ ଏପରି ଢଙ୍ଗରେ ହତ୍ୟା କରିଥିଲେ, ଯେପରି ଏହା ପ୍ରଥମେ କୌଣସି ସଡ଼କ ଦୁର୍ଘଟଣା ପରି ମନେ ହେବ ।

  • ଯୁବକଙ୍କୁ ହରିୟାଣା ଡାକି ମାରପିଟ୍
ପୋଲିସ ଯାଞ୍ଚ ବେଳେ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତମାନେ ମୃତ ଯୁବକ ସତୀଶଙ୍କୁ ପ୍ରଥମେ ଯୋଜନା ମୁତାବକ ହରିୟାଣା ଡାକିଥିଲେ । ସେଠାରେ ତାକୁ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲେ, ଯାହାଦ୍ଵାରା ସେ ଗମ୍ଭୀର ଭାବେ ଆହତ ହୋଇଥିଲା । ଏହାପରେ ଅଭିଯୁକ୍ତମାନେ ତାକୁ ମୃତ ଭାବି ସେଠାରେ ଛାଡ଼ି ପଳାଇଥିଲେ । ପରେ ଗମ୍ଭୀର ଭାବେ ଆଘାତ ପାଇଥିବା ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ସଡ଼କ ଦୁର୍ଘଟଣା ଦର୍ଶାଇବା ଲାଗି ଅପଚେଷ୍ଟା କରିଥିଲେ ଅଭିଯୁକ୍ତ ।

  • ଗୁମର ଖୋଲିଲା ୬୦ ସିସିଟିଭି
ଯେତେବେଳେ ପୋଲିସ ଯୁବକଙ୍କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା, ସେତେବେଳେ ତାଙ୍କ ଶରୀରରେ ଥିବା ଦାଗକୁ ଦେଖି ପୋଲିସର ସନ୍ଦେହ ହୋଇଥିଲା । ଏହାପରେ ପୋଲିସ ଅତି ସତର୍କତାର ସହ ଯାଞ୍ଚ ଆରମ୍ଭ କରିଥିଲା । ମୃତଦେହ ମିଳିଥିବା ଆଖପାଖ ପ୍ରାୟ ୬୦ଟି ସିସିଟିଭି କ୍ୟାମେରା ଯାଞ୍ଚ କରାଯାଇଥିଲା । ଏଇଠି ପୋଲିସକୁ ସୁରାଗ୍ ମିଳିଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ହନିମୁନ୍‌ରେ ବାର୍ବିକ୍ୟୁ ନିଆଁ ନେଲା ଜୀବନ; ୨ ମାସ ପରେ ମୃତ୍ୟୁ ସହ ହାରିଗଲେ ନବବଧୂ ନିକିତା

  • ଏମିତି ଜଣାପଡ଼ିଲା ହତ୍ୟାକାଣ୍ଡ
ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଅଭିଯୁକ୍ତ ରାଜୁ ଓ ଶିବାକୁ ପଚରାଉଚରା କରିଥିଲା । ଏହାପରେ ଉଭୟ ନିଜର ଦୋଷ ସ୍ଵୀକାର କରିଥିଲେ । ଏହାପରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ମୃତକଙ୍କ ପତ୍ନୀ ରେଖା ସୈନି ଓ ପ୍ରେମିକ ରାଜେଶ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ପରକୀୟା ପ୍ରୀତି ଯୋଗୁଁ ରେଖା ସ୍ଵାମୀକୁ ବାଟରୁ ହଟାଇବାକୁ ଚାହୁଁଥିଲେ । ସ୍ଵାମୀର ହତ୍ୟା ପରେ ଏହାକୁ ଦୁର୍ଘଟଣା ଦର୍ଶାଇ ବୀମା ଟଙ୍କା ହଡ଼ପ କରିବାକୁ ରେଖାଙ୍କ ଯୋଜନା ଥିଲା । ହେଲେ ସବୁ ସତ କହିଦେଲା ସିସିଟିଭି । ଏବେ ପୋଲିସ ରେଖାଙ୍କ ପୂରା ଭୂମିକା ଓ ବୀମା କାଗଜପତ୍ର ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।